ETV Bharat / sports

କୁନି ଫ୍ୟାନଙ୍କୁ ଜୋକଭିକଙ୍କ ବଡ ଉପହାର, ଭିଡିଓ ଭାଇରାଲ

author img

By

Published : Jun 14, 2021, 9:04 PM IST

କୁନି ଫ୍ୟାନଙ୍କୁ ଫ୍ରେଞ୍ଚ ଓପନ ବିଜୟୀ ରାକେଟ୍‌ ଭେଟିଦେଲେ ଜୋକଭିକ । ପିଲାଟି ବିଶ୍ବ ନମ୍ବର 1 ଜୋକଭିକଙ୍କ ଠାରୁ ରାକେଟ୍‌ ପାଇବା ପରେ ଖୁସିରେ ନାଚି ଉଠିଥିଲା । ଏହି ସମୟର ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ଅଧିକ ପଢନ୍ତୁ...

Novak Djokovic gifts French Open winning racquet to fan, his reaction wins internet
କୁନି ଫ୍ୟାନଙ୍କୁ ଫ୍ରେଞ୍ଚ ଓଫନ ବିଜୟୀ ରାକେଟ୍‌ ଭେଟିଦେଲେ ଜୋକଭିକ, ଭିଡିଓ ଭାଇରାଲ

ପ୍ୟାରିସ୍‌: 2021 ସଂସ୍କରଣର ଫ୍ରେଞ୍ଚ ଓପନ ପୁରୁଷ ଏକକ ଚମ୍ପିଆନ ହୋଇଛନ୍ତି ନୋଭାକ ଜୋକଭିକ । ତେବେ ବିଜୟ ପରେ ବିଜୟୀ ରାକେଟ୍‌କୁ ଜଣେ କୁନି ପ୍ରଂଶସକଙ୍କୁ ଉପହାର ଦେଇଥିଲେ ଜୋକଭିକ । ପିଲାଟି ବିଶ୍ବ ନମ୍ବର 1 ଜୋକଭିକଙ୍କ ଠାରୁ ର୍ୟାକେଟ ପାଇବା ପରେ ଖୁସିରେ ନାଚି ଉଠିଥିଲା । ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମସ୍ତଙ୍କ ହୃଦୟ ଛୁଇଁଛି । ବିଶ୍ବର ନମ୍ବର 1 ଜୋକଭିକ 19ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ଜିତିବା ସହ ପ୍ରମୁଖ ସମସ୍ତ 4ଟି ଗ୍ରାଣ୍ଡସ୍ଲାମ ଦୁଇଥର ଲେଖାଏଁ ବିଜେତା ହେବାରେ 52 ବର୍ଷରେ ପ୍ରଥମ ଖେଳାଳି ହୋଇଛନ୍ତି ।

ଷ୍ଟିଫନ ସିତସିପସଙ୍କୁ ଫ୍ରେଞ୍ଚ ଓଫନ ଫାଇନାଲରେ 6-7(6),2-6.6-3,6-2,6-4ସେଟ୍‌ରେ ହରାଇ ଟାଇଟେଲ ହାତେଇଛନ୍ତି ।

4ଘଣ୍ଟା 11 ମିନିଟ ଧରି ଖେଳାଯାଇଥିବା ଏହି ହାଇଭୋଲଟେଜ ଫାଇନାଲ ମୁକାବିଲାରେ 34 ବର୍ଷୀୟ ଜୋକଭିକ ବିଜୟୀ ହେବାପରେ ନିଜ ରାକେଟକୁ ଦର୍ଶକ ଗ୍ୟାଲେରୀରେ ଥିବା ଜଣେ କୁନି ପ୍ରଶଂସକଙ୍କୁ ଦେଇଥିଲେ । ଏହାପରେ ଜୋକଭିକ କହିଥିଲେ, ସଂପୂର୍ଣ୍ଣ ମ୍ୟାଚ୍‌ରେ ପିଲାଟି ଜୋକଭିକଙ୍କୁ ଉତ୍ସାହିତ କରିଥିଲା, କୋଚିଂ ଓ ପରାମର୍ଶ ମଧ୍ୟ ଦେଇଥିଲା ।

"ସର୍ଭ ବଜାୟ ରଖ, ପ୍ରଥମେ ସହଜ ବଲ ଦିଅ ପରେ କଷ୍ଟକର ଦିଅ, ତାଙ୍କ ଶରୀର ଦିଗରେ ବଲ ଦିଅ" ବୋଲି ପିଲାଟି ବାରମ୍ବାର କହୁଥିଲା ବୋଲି ଜୋକଭିକ କହିଥିଲେ। ଏପରିକି ପ୍ରଥମ ଦୁଇଟି ସେଟ୍‌ରେ ହାରିବା ସତ୍ତ୍ବେ ପିଲାଟି ସପୋର୍ଟ କରିବା କମ କରିନଥିଲା ବୋଲି ଜୋକଭିକ ଖୁଲାସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.