ETV Bharat / sports

T20 WC: ଦିବଂଗତ କୋଚ୍‌ ତାରକ ସିହ୍ନାଙ୍କ ସମ୍ମାନରେ କଳାପଟି ପିନ୍ଧିଲେ ଭାରତୀୟ ଖେଳାଳି

author img

By

Published : Nov 8, 2021, 8:43 PM IST

T20 WC: Team India sporting black armbands to pay tributes to late Tarak Sinha
T20 WC: ଦିବଂଗତ କୋଚ୍‌ ତାରକ ସିହ୍ନାଙ୍କୁ ସମ୍ମାନରେ କଳାପଟି ପିନ୍ଧିଲେ ଭାରତୀୟ ଖେଳାଳି

ଶନିବାର ଶେଷନିଶ୍ବାସ ତ୍ୟାଗ କରିଥିବା ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୋଚ୍‌ ତାରକ ସିହ୍ନାଙ୍କୁ ସମ୍ମାନ ଜଣାଇ କଳାପଟି ପିନ୍ଧିଛନ୍ତି ଭାରତୀୟ ଖେଳାଳି । ଅଧିକ ପଢନ୍ତୁ...

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ନାମ୍ବିଆ ବିପକ୍ଷରେ ଶେଷ ସୁପର ୧୨ ମୁକାବିଲା ଖେଳୁଛି ଭାରତ । ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳି ହାତରେ କଳାପଟି(porting black armbands) ବାନ୍ଧି ଖେଳୁଛନ୍ତି । ଶନିବାର ଶେଷନିଶ୍ବାସ ତ୍ୟାଗ କରିଥିବା ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୋଚ୍‌ ତାରକ ସିହ୍ନାଙ୍କୁ ସମ୍ମାନ ଜଣାଇ ଏହି କଳାପଟି ପିନ୍ଧିଛନ୍ତି ଭାରତୀୟ ଖେଳାଳି । ଏନେଇ ବିସିସିଆଇ ଟ୍ବିଟ୍‌ ଯୋଗେ ସ୍ପଷ୍ଟ କରିଛି ।

ଦୀର୍ଘଦିନ ଧରି କ୍ୟାନସର୍‌ ସହ ଲଢିବା ପରେ ଶନିବାର ୭୧ ବର୍ଷ ବୟସରେ ବର୍ଷୀୟାନ କୋଚ୍‌ ସିହ୍ନାଙ୍କ ଦେହାନ୍ତ ହୋଇଥିଲା । ଭାରତୀୟ କ୍ରିକେଟକୁ ଅନେକ ଷ୍ଟାର ଖେଳାଳି ଭେଟି ଦେଇଛନ୍ତି କୋଚ୍‌ ସିହ୍ନା । ସୁରିନ୍ଦର ଖାନ୍ନା, ମନୋଜ ପ୍ରଭାକର, ଅଜୟ ଶର୍ମା, ଅତୁଲ ୱାସନ, ଆସିଷ ନେହରା, ସଞ୍ଜୀବ ଶର୍ମା, ଆକାଶ ଚୋପ୍ରା, ଶିଖର ଧାୱନ, ଅଞ୍ଜୁମ ଚୋପ୍ରା ଓ ଋଷଭ ପନ୍ତଙ୍କ ଭଳି ଖେଳାଳି ତାରକ ସିହ୍ନାଙ୍କ ଠାରୁ କ୍ରିକେଟ କୋଚିଂ ନେଇଛନ୍ତି ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡରେ ସମ୍ମାନିତ କୋଚ୍‌ ତାରକ ସିହ୍ନା, ଦେଶପ୍ରମେ ଆଜାଦ, ଗୁରଚରଣ ସିଂହ, ରମାକାନ୍ତ ଆଚ୍ରେକର ଓ ସୁନୀତା ଶର୍ମାଙ୍କ ପରେ ପଞ୍ଚମ କ୍ରିକେଟ କୋଚ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.