ETV Bharat / sports

ବିଶ୍ବ କୁସ୍ତି ମାନ୍ୟତା: ଶୀର୍ଷରେ ଦୀପକ, 2ୟରେ ବଜରଙ୍ଗ

author img

By

Published : Sep 27, 2019, 7:54 PM IST

ବିଶ୍ବ କୁସ୍ତି ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି ଦୀପକ ପୁନିଆ । ପୁରୁଷ 86 କେଜି ଫ୍ରିଷ୍ଟାଇଲ ବର୍ଗରେ ବିଶ୍ବ ମାନ୍ୟତାର ନଂ1 କୁସ୍ତି ଯୋଦ୍ଧା ହୋଇଛନ୍ତି ଦୀପକ । 65 କେଜି ବର୍ଗରେ 63 ପଏଣ୍ଟ ସହ ମାନ୍ୟତାର 2ୟ ସ୍ଥାନରେ ଅଛନ୍ତି ବଜରଙ୍ଗ ପୁନିଆ ।
ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଶ୍ବ କୁସ୍ତି ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି ଦିପକ ପୁନିଆ । ପୁରୁଷ 86 କେଜି ଫ୍ରିଷ୍ଟାଇଲ ବର୍ଗରେ ବିଶ୍ବ ମାନ୍ୟତାର ନଂ1 କୁସ୍ତି ଯୋଦ୍ଧା ହୋଇଛନ୍ତି ଦୀପକ । ଜୁନିୟର ବିଶ୍ବ ଚମ୍ପିଆନ ହୋଇଥିଲେ ଦୀପକ ପୁନିଆ ।

ନିକଟରେ ବିଶ୍ବ କୁସ୍ତି ଚମ୍ପିଆନସିପର ଫାଇନାଲରେ ପହଞ୍ଚିଥିଲେ ଏହି ଯୁବ ଭାରତୀୟ କୁସ୍ତି ଯୋଦ୍ଧା । ତେବେ ଆହତ କାରଣରୁ ଫାଇନାଲ ମ୍ୟାଚରୁ ସେ ଓହରି ଯାଇଥିଲେ । ଫଳରେ ସ୍ବର୍ଣ୍ଣ ପଦକ ମୁକାବିଲାରୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ବଞ୍ଚିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ।

ୟୁନାଇଟେଡ ବିଶ୍ବ କୁସ୍ତି ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ମାନ୍ୟତାରେ 82ପଏଣ୍ଟ ସହ ମାନ୍ୟତାର ଶୀର୍ଷରେ ଅଛନ୍ତି ଦିପକ ପୁନିଆ । ବିଶ୍ବ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ସେ 65 କେଜି ବର୍ଗରେ 63 ପଏଣ୍ଟ ସହ ମାନ୍ୟତାର 2ୟ ସ୍ଥାନରେ ଅଛନ୍ତି ।

Intro:Body:

hgfh


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.