ETV Bharat / sports

ଭାରତର ଅଞ୍ଜୁ ବବି ଜର୍ଜଙ୍କୁ ‘ୱିମେନ ଅଫ ଦି ଇୟର’ ସମ୍ମାନ

author img

By

Published : Dec 2, 2021, 1:59 PM IST

ଭାରତର କିମ୍ବଦନ୍ତୀ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ (Anju Bobby George) ବିଶ୍ବ ଆଥଲେଟିକ୍ସ (World Athletics awards) ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ମହିଳା ସମ୍ମାନ ଦିଆଯିବ । ଅଧିକ ପଢନ୍ତୁ...

ଭାରତର ଅଞ୍ଜୁ ବବି ଜର୍ଜଙ୍କୁ ‘ୱିମେନ ଅଫ ଦି ଇୟର’ ସମ୍ମାନ
ଭାରତର ଅଞ୍ଜୁ ବବି ଜର୍ଜଙ୍କୁ ‘ୱିମେନ ଅଫ ଦି ଇୟର’ ସମ୍ମାନ

ସୁଇଜରଲ୍ୟାଣ୍ଡ: ଭାରତର କିମ୍ବଦନ୍ତୀ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ (Anju Bobby George) ବିଶ୍ବ ଆଥଲେଟିକ୍ସ (World Athletics awards) ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ମହିଳା ସମ୍ମାନ ଦିଆଯିବ । ସେ ଭାରତରେ ମହିଳା ଆଥଲେଟଙ୍କ ପ୍ରେରଣାର ଉତ୍ସ ବନିଥିବାବେଳେ ଲିଙ୍ଗଗତ ସମାନତା ଦିଗରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ତାଙ୍କ ୱମେନ ଅଫ ଦ ଇୟର(Woman of the Year) ପୁରସ୍କାର ମିଳିବାକୁ ଯାଉଛି।

ବିଶ୍ବ ଚାମ୍ପିୟନସିପରେ ଏକମାତ୍ର ଭାରତୀୟ ଭାବେ ଅଞ୍ଜୁ ପଦକ ଜିତିଛନ୍ତି । ସେ ୨୦୦୩ ପ୍ୟାରିସ ଚାମ୍ପିୟନସିପରେ ଭାରତ ପାଇଁ ଲଙ୍ଗଜମ୍ପରେ ବ୍ରୋଞ୍ଜ ପଦକ ଜିତି ରେକର୍ଡ କରିଥିଲେ। ସେ IAAF ୱାର୍ଲ୍ଡ ଆଥଲେଟିକ୍ସ ଫାଇନାଲ୍ସରେ ବି ସ୍ବର୍ଣ୍ଣ ପଦକ ଜିତିଥିଲେ । ପୂର୍ବତନ ଅନ୍ତର୍ଜାତୀୟ ଲଙ୍ଗଜମ୍ପ ଖେଳାଳି ଅଞ୍ଜୁ ଏବେ ବି ଏହି କ୍ରୀଡ଼ା ସହ ଜଡ଼ିତ ଅଛନ୍ତି। ସେ ୨୦୧୬ରେ ଝିଅମାନଙ୍କ ପାଇଁ ଗୋଟିଏ ଟ୍ରେନିଂ ଅନୁଷ୍ଠାନ ଖୋଲିଥିଲେ। ତାଙ୍କ ଠାରୁ ଟ୍ରେନିଂ ନେଇ ଜଣେ ଖେଳାଳି ଅଣ୍ଡର ୨୦ ବର୍ଗରେ ଭାରତ ପାଇଁ ମେଡାଲ ଜିତି ସାରିଛନ୍ତି । ଭାରତୀୟ ଆଥଲେଟିକ୍ସ ଫେଡେରେଶନର ଉପସଭାପତି ଭାବରେ ଲିଙ୍ଗଗତ ସମାନତା ପାଇଁ ଏକ ନିରନ୍ତର ସ୍ବର ଉଠାଇ ଆସିଛନ୍ତି । କ୍ରୀଡ଼ା ଜଗତରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ବବି ଜର୍ଜ ସ୍କୁଲ୍ ଛାତ୍ରମାନଙ୍କୁ ପ୍ରସ୍ତୁତ କରିଛନ୍ତି । ତେଣୁ ତାଙ୍କୁ ମହିଳା ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯିବ ।

ଏହି ପୁରସ୍କାର ପାଇ ଅଞ୍ଜୁ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ସେ କହିଛନ୍ତି, “ବିଶ୍ବ ଆଥଲେଟିକ୍ସ ପକ୍ଷରୁ ଏପରି ସମ୍ମାନ ପାଇ ମୁଁ ଗର୍ବିତ । ସକାଳୁ ଉଠି ଖେଳ ପାଇଁ କିଛି କରିବା ଅନୁଭବଠାରୁ ଆଉ କିଛି ଭଲ କଥା ହୋଇ ନପାରେ। ମୋ ପ୍ରୟାସକୁ ସମ୍ମାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଅନ୍ୟପକ୍ଷରେ ବିଶ୍ବ ଆଥଲେଟିକ୍ସ ସମ୍ମାନ ୨୦୨୧ କାର୍ଯ୍ୟକ୍ରମରେ ଜମାଇକାର ଇଲାଇନେ ଥୋମ୍ପସନ ହେରା ଓ ନରୱେର କାରଷ୍ଟେନ ୱାରହୋଲମଙ୍କୁ ବିଶ୍ବ ଆଥଲେଟିକ୍ସ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.