ETV Bharat / sports

Tokyo Paralympics: ଭାରତୀୟ ଟିମ୍‌କୁ କମଲଙ୍କ ଶୁଭେଚ୍ଛା

author img

By

Published : Aug 12, 2021, 3:27 PM IST

Updated : Aug 12, 2021, 3:58 PM IST

Tokyo Paralympics: Paddler Sharath Kamal wishes Indian contingent luck
Tokyo Paralympics: ଭାରତୀୟ ଟିମ୍କୁ‌ କମଲଙ୍କ ଶୁଭେଚ୍ଛା

ଅଗଷ୍ଟ ୨୪ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ ଟୋକିଓ ୨୦୨୦ ଗ୍ରୀଷ୍ମକାଳୀନ ପାରାଲମ୍ପିକ୍‌ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଗାମୀ ଟୋକିଓ ୨୦୨୦ ଗ୍ରୀଷ୍ମକାଳୀନ ପାରାଲମ୍ପିକ୍‌ ପାଇଁ ଭାରତୀୟ ଟିମ ପ୍ରସ୍ତୁତ । ଅଗଷ୍ଟ ୨୪ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ମେଗା ପ୍ରତିଯୋଗିତା ଖେଳାଯିବ । ଭେଟେରାନ ଟେବୁଲ ଟେନିସ ଖେଳାଳି ସରଥ କମଲ ଭାରତୀୟ ପାରାଲମ୍ପିକ୍‌ସ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ଚଳିତ ଥର ଭାରତ ଏକ ବୃହତ ପାରାଲମ୍ପିକ୍‌ ଟିମ ପଠାଉଛି । ମୋଟ ୯ଟି ଭିନ୍ନ ପ୍ରତିଯୋଗିତାରେ ୫୪ ଜଣ ଭାରତୀୟ ଖେଳାଳି ଅଂଶଗ୍ରହଣ କରିବେ । ଜାଭେଲିନରେ ଷ୍ଟାର ଖେଳାଳି ସୁମିତ ଅନ୍ତିଲ ଓ ସନ୍ଦୀପ ଚୌଧୁରୀ ଆକ୍ସନରେ ନଜର ଆସିବେ । ସେହିପରି ସୁଟିଂରେ ମନୀଷ ନରୱାଲ(୧୦ମିଟର ଏୟାର ପିସ୍ତାଲ), ସିଂହରାଜ(୧୦ ମିଟର ଏୟାର ପିସ୍ତଲ), ଆଭାନି ଲେଖାରା(୧୦ ମିଟର ଏୟାର ରାଇଫଲ, ୫୦ ମିଟର ଏୟାର ରାଇଫଲ) ନଜର ଆସିବେ । ହାଇ ଜମ୍ପ୍‌ରେ ମାରିୟାପ୍ପନ ଥାଙ୍ଗାଭେଲ୍ଲୁଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ମାରିୟାପ୍ପନ ଭାରତୀୟ ଟିମର ଧ୍ବଜା ବାହକ ରହିଛନ୍ତି । ୨୦୨୦ ଗ୍ରୀଷ୍ମକାଳୀନ ପାରାଲମ୍ପିକ୍‌ ଗେମ୍ସରେ ଡେବ୍ୟୁ କରୁଥିବା ବ୍ୟାଡମିଣ୍ଟନ ଇଭେଣ୍ଟରେ ପୁରୁଷ ବର୍ଗରେ ଭାରତର ୫ ସର୍ଟଲର ନଜର ଆସିବେ । ପ୍ରମୋଦ ଭଗତ, ମନୋଜ ସରକାର, ତରୁଣ ଧିଲନ, ସୁହାସ ୟାଥିରାଜ ଓ କ୍ରୀଷ୍ଣା ନଗର ରହିଛନ୍ତି । ଏଥିସହ ମହିଳା ଡବଲ୍ସରେ ପାରୁଲ ପାରମର ଓପଲକ କୋହଲିଙ୍କ ଯୋଡି ରହିଛି ।

୨୦୧୬ ସଂସ୍କରଣର ରିଓ ଅଲମ୍ପିକ୍‌ରେ ୧୯ଜଣ ଭାରତୀୟ ପାରା-ଆଥଲେଟ୍‌ ୫ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଓ ଦୁଇଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 12, 2021, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.