ETV Bharat / sports

Tokyo Paralympics, କାନୋଇ ସ୍ପ୍ରିଣ୍ଟ ଫାଇନାଲରେ ପ୍ରାଚୀ ଯାଦବ

author img

By

Published : Sep 3, 2021, 7:48 AM IST

କାନୋଇ ସ୍ପ୍ରିଣ୍ଟ ପାଇନାଲରେ ପ୍ରାଚୀ ଯାଦବ
କାନୋଇ ସ୍ପ୍ରିଣ୍ଟ ପାଇନାଲରେ ପ୍ରାଚୀ ଯାଦବ

ମହିଳା ୨୦୦ମିଟର କାନୋଇ ସ୍ପ୍ରିଣ୍ଟ ଫାଇନାଲରେ ପହଞ୍ଚିଛନ୍ତି ଭାରତର ଝିଅ ପ୍ରାଚୀ ଯାଦବ । ଭାରତକୁ ଆଉ ଏକ ପଦକ ମିଳିବା ନେଇ ଆଶା ଦେଖାଇଛନ୍ତି । ଅଧିକ ପଢନ୍ତୁ...

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ମହିଳା ୨୦୦ମିଟର କାନୋଇ ସ୍ପ୍ରିଣ୍ଟ ଫାଇନାଲରେ ପହଞ୍ଚିଛନ୍ତି ଭାରତର ଝିଅ ପ୍ରାଚୀ ଯାଦବ । ଭାରତକୁ ଆଉ ଏକ ପଦକ ମିଳିବାର ଆଶା ଦେଖାଇଛନ୍ତି ।

ଗୁରୁବାର କାନୋଇ ସ୍ପ୍ରିଣ୍ଟ ଭି ଏ ଏକକ ୨୦୦ମିଟର ସେମିଫାନାଲରେ ପ୍ରବେଶ କରିଥିଲେ । ସି ଫରେଷ୍ଟ ୱାଟରୱେରେ ଆୟୋଜିତ ଏହି ପ୍ରତିଯୋଗିତାରେ ହିଟ ୧ରେ ୧ ମିନିଟ ୧୧.୦୯୮ ସେକେଣ୍ଡରେ ରେସ ଶେଷ କରିଥିଲେ । ପ୍ରଥମ ମହିଳା ପାରାକନୋଇ ଆଥଲେଟ ଭାବରେ ଫାଇନାଲକୁ ପ୍ରବେଶ କରିଛନ୍ତି ପ୍ରାଚୀ ।

ଭୋପାଳ ଝିଅ ୨୬ ବର୍ଷୀୟା ପ୍ରାଚୀ ଯାଦବ ଶୀର୍ଷରେ ଥିବା ଗ୍ରେଟ ବ୍ରିଟେନ ଇମା ୱିଗ୍ସଙ୍କଠୁ ୧୩.୦୧୪ ସେକେଣ୍ଡ ପଛରେ ରହିଥିଲେ । ଆଜି(ଶୁକ୍ରବାର) ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା । ଉନ୍ନତ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି ପ୍ରାଚୀ । ପ୍ରାଚୀଙ୍କ ଅଣ୍ଟା ତଳୁ ପାରାଲିସିସ ହୋଇଯାଇଛି । ହେଲେ ତାଙ୍କ ମନୋବଳ ଦୃଢ । ପାରା ସୁଇମିଂରେ ଜାତୀୟ ସ୍ତରରେ ବହୁତ ନାମ କମାଇଛନ୍ତି ସେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.