ETV Bharat / sports

ୱେବ ପୋର୍ଟାଲରେ ଦୂତିଙ୍କ ଚରିତ୍ରସଂହାର: ଦିନିକିଆ ରିମାଣ୍ଡରେ ଏଡିଟର, ରିପୋର୍ଟର

author img

By

Published : Sep 6, 2021, 4:02 PM IST

ସାମ୍ବାଦିକ ସମ୍ମିଳନୀ କରି ଧାବିକା ଦୂତି ଚାନ୍ଦ ୱେବପୋର୍ଟାଲ ବିରୁଦ୍ଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । ଦିନିକିଆ ରିମାଣ୍ଡରେ ଗଲେ ୱେବ ପୋର୍ଟାଲ ଏଡିଟର ଓ ରିପୋର୍ଟର । ଅଧିକ ପଢନ୍ତୁ...

Sprinter dutee Chand Defamation case, webportal Editor, reporter sent  to one day police remand
ଦୂତି-ୱେବପୋର୍ଟାଲ-ସମ୍ମାନହାନୀ: ଦିନିକିଆ ରିମାଣ୍ଡରେ ଏଡିଟର, ରିପୋର୍ଟର

ଭୁବନେଶ୍ବର: ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦକୁ ବଦନାମ କରିବା ଘଟଣାରେ ପୋଲିସ ରିମାଣ୍ଡରେ ୱେବ ପୋର୍ଟାଲ ଏଡିଟର ଓ ରିପୋର୍ଟର । ସାମ୍ବାଦିକ ସମ୍ମିଳନୀ କରି ଧାବିକା ଦୂତି ଚାନ୍ଦ, ୱେବପୋର୍ଟାଲ ବିରୁଦ୍ଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । ଏପରିକି ଥାନାର ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ଉଦ୍ଦେଶ୍ୟ ମୂଳକ ଖବର ପ୍ରସାରଣ କରି ଦୂତିଙ୍କ ସମ୍ମାନ ହାନୀ ସହ ବ୍ଲାକମେଲ କରିଥିବା ଅଭିଯୋଗ କରିଥିଲେ ଦୂତି।

ଦିନିକିଆ ରିମାଣ୍ଡରେ ୱେବପୋର୍ଟାଲ ଏଡିଟର ଓ ରିପୋର୍ଟର

ପରେ ଦୂତିଙ୍କ ଅଭିଯୋଗ ଆଧାରରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଆକ୍ସନ ନେଇଥିଲା କମିଶନରେଟ୍‌ ପୋଲିସ୍‌ । ସଂପୃକ୍ତ ୱେବପୋର୍ଟାଲର ସମ୍ପାଦକ(Editor) ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମୃତି ରଂଜନ ବେହେରାଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରି ସଙ୍ଗୀନ ଦଫାରେ କୋର୍ଟ ଚାଲାଣ କରିଥିଲା । ଆଜି ଉଭୟଙ୍କୁ ଝାରପଡ଼ା ଜେଲରୁ ଦିନିକିଆ ରିମାଣ୍ଡରେ ନେଇଛି ମହିଳା ଥାନା ପୋଲିସ । ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକରେ ଦୂତିଙ୍କ ପ୍ରଦର୍ଶନ ଭଲ ରହିନଥିଲା । ଏହାପରେ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଥିଲେ ଦୂତି ।

ମାତ୍ର ଦୂତିଙ୍କ ଅଭିଯୋଗ ମୁତାବକ ଗିରଫ ହୋଇଥିବା ୱେବପୋର୍ଟାଲ ସଂସ୍ଥା ପରିବାର ଲୋକଙ୍କ ଠାରୁ ପ୍ରତିକ୍ରିୟା ନେଇ ବାରମ୍ବାର ଉଦ୍ଦେଶ୍ୟମୂଳକ ଭାବେ ଅରୁଚିକର ଖବର ପ୍ରସାରଣ କରିଚାଲିଥିଲେ ଓ ତାଙ୍କର ବ୍ୟକ୍ତିଗତ ଜୀବନକୁ ଯୋଡି ବ୍ଲାକମେଲିଂ କରିଥିଲେ । ୱେବପୋର୍ଟାଲ ସଂସ୍ଥାର କିଛି କର୍ମଚାରୀ ଓ ଦୂତିଙ୍କ ମଧ୍ୟରେ ହୋଇଥିବା କିଛି ହ୍ବାଟ୍‌ସଆପ୍‌ ଚାଟ୍‌ ମଧ୍ୟ ଭାଇରାଲ ହୋଇଥିଲା । ଏହାପରେ ବିବାଦ ବଢିଥିଲା ଓ ଶେଷରେ ମାମଲା ଗିରଫଦାରୀରେ ପହଞ୍ଚିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.