ETV Bharat / sports

Women's Junior Asia Cup: ଆଜି ଭାରତ-ଜାପାନ ସେମିଫାନାଲ ମ୍ୟାଚ

author img

By

Published : Jun 10, 2023, 8:55 AM IST

Womens Junior Asia Cup 2023
Womens Junior Asia Cup 2023

ମହିଳା ହକି ଜୁନିୟର ଏସିଆ କପର ଆଜି ସେମିଫାନାଲ ମ୍ୟାଚ । ମୁହାଁମୁହିଁ ହେବ ଭାରତ ଓ ଜାପାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ମହିଳା ହକି ଜୁନିୟର ଏସିଆ କପର ଆଜି ସେମିଫାଇନାଲ ମ୍ୟାଚ । ଦୁଇଟି ଯାକ ସେମିଫାଇନାଲ ମ୍ୟାଚ ଆଜି ଖେଳାଯିବ । ପ୍ରଥମ ସେମିରେ ଭାରତ ଓ ଘରୋଇ ଜାପାନ ମଧ୍ୟରେ ଖେଳାଯିବ । ଏହାପରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଚୀନ ଓ ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ । ଏସିଆ କପର ଶ୍ରେଷ୍ଠ 3ଟି ଦଳ ଏଫଆଇଏଚ ଜୁନିଅର ହକି ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିବେ । ଫଳରେ ଭାରତ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ବ ବହନ କରୁଛି । ତେବେ ଏସିଆ କପର ଫାଇନାଲରେ ପ୍ରବେଶ କରିବାକୁ ଆଜି 4ଟି ଯାକ ଦଳ ଜୋରଦାର ଉଦ୍ୟମ କରିବେ । ସକାଳ 9ଟା 30ରୁ ଆରମ୍ଭ ହେବ ମ୍ୟାଚ । ଆଜିର ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଘରୋଇ ଫିଲ୍ଡରେ ମ୍ୟାଚ ହେବାକୁ ଥିବା ବେଳେ ଜାପାନର ମନୋବଳ ଦୃଢ ରହିଛି । ସର୍ବାଧିକ ଗୋଲ କରି ଭାରତକୁ ମାତ ଦେଇ ସେମିଫାଇନାଲରେ ବିଜୟୀ ହେବା ନେଇ ଆଶା ରଖିଛି ଜାପାନ । ଅନ୍ୟପଟେ ଭାରତୀୟ ମହିଳା ହକି ଦଳର ଖେଳାଳୀଙ୍କ ମନୋବଳ ମଧ୍ୟ ଦୃଢ ରହିଛି । ପୂର୍ବ ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲା । ଅନ୍ତିମ ଲିଗ ମ୍ୟାଚରେ ଚାଇନିଜ ତାଇପେଇକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଅର୍ଜନ କରିଥିଲା ଭାରତ । ଚାଇନିଜ ତାଇପେଇ ବିପକ୍ଷରେ 11-0 ବୃହତ ବିଜୟ ହାସଲ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଥିଲା ଟିମ ଇଣ୍ଡିଆ । ବର୍ତ୍ତମାନ ପୁଲ-ଏରେ ଶୀର୍ଷ ସ୍ଥାନରେ ରହିଛି ଟିମ ଇଣ୍ଡିଆ । ତେଣୁ ବିଜୟ ଧାରା ବଜାୟ ରଖି ଜାପାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବାର ଲକ୍ଷ୍ୟ ରଖିଛି ଭାରତ ।

ଏହା ମଧ୍ୟ ପଢନ୍ତୁ-Womens Junior Asia Cup: ସେମିଫାଇନାଲରେ ଭାରତ

ମୋଟ 4ଟି ଲିଗ ମ୍ୟାଚ ଖେଳି ଭାରତ 3ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ହୋଇଥିଲା । 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଭାରତ । ଗତ ଜୁନ 3 ତାରିଖରେ ମହିଳା ହକି ଜୁନିୟର ଏସିଆ କପରେ ଭାରତ ପ୍ରଥମ ମ୍ୟାଚରେ ଉଜବେଗିସ୍ତାନକୁ ଭେଟିଥିଲା । ଏହି ମ୍ୟାଚରେ 22-0 ଗୋଲର ଉଜବେଗିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ଭେଟି 2-1ରେ ମ୍ୟାଚକୁ ନିଜ କବଜାକୁ ନେଇଥିଲା ଭାରତ । ସେହିପରି ତୃତୀୟ ମ୍ୟାଚରେ କୋରିଆକୁ ଭୋଟିଥିବା ବେଳେ 2-2ରେ ଡ୍ର ହୋଇଥିଲା । ଚୁର୍ଥ ମ୍ୟାଚରେ ଭାରତ 11-0 ଗୋଲରେ ଚାଇନିଜ ତାଇପେଇକୁ ପରାସ୍ତ କରି ବୃହତ ବିଜୟ ହାସଲ କରି ସେମିରେ ସଥାନ ପକ୍କା କରିଥିଲା ଭାରତୀୟ ଜୁନିୟର ମହିଳା ହକି ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.