ETV Bharat / sports

ପାରାଲମ୍ପିକ୍‌ ବ୍ରୋଞ୍ଜ ବିଜେତା ଶରଦ କୁମାର ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

author img

By

Published : Sep 20, 2021, 7:25 PM IST

Paralympics bronze winner Sharad admitted to AIIMS after chest congestion, says feeling better
ପାରାଲମ୍ପିକ୍‌ ବ୍ରୋଞ୍ଜ୍‌ ବିଜେତା ସରଦ କୁମାର ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଟୋକିଓ ୨୦୨୦ ପାରାଲମ୍ପିକ୍‌ କାଂସ୍ୟ ବିଜେତା ଶରଦ କୁମାର ଅସୁସ୍ଥ । ଅଧିକ ପଢନ୍ତା...

ନୂଆଦିଲ୍ଲୀ: ଟୋକିଓ ୨୦୨୦ ପାରାଲମ୍ପିକ୍‌ କାଂସ୍ୟ ବିଜେତା ସରଦ କୁମାର ଅସୁସ୍ଥ । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିବା ପରେ ଗତ ୫ ଦିନ ଧରି ତାଙ୍କୁ ନୀରିକ୍ଷଣରେ ରଖାଯାଇଥିଲା ।

Paralympics bronze winner Sharad admitted to AIIMS after chest congestion, says feeling better
ସରଦ କୁମାର

ତେବେ ଛାତିରେ କେଉଁ କାରଣରୁ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତରୀ ଟିମ କାରଣ ଜାଣିବା ପାଇଁ ଏକାଧିକ ଟେଷ୍ଟ କରିଛନ୍ତି ଓ ଚିକିତ୍ସା ଜାରି ରଖିଛନ୍ତି । ଶରଦ ସାମାନ୍ୟ ସ୍ବାଭାବିକ ଅନୁଭବ କରୁଥିବା କହିଥିବାବେଳେ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ରହିଛି । ଦିନେ ଦୁଇଦିନ ମଧ୍ୟରେ ପରବର୍ତ୍ତୀ ଚିକିତ୍ସା ନେଇ ଡାକ୍ତରୀ ଟିମ କହିଥିବା ସୂଚନା ରହିଛି ।

ଟୋକିଓ ଅଲମ୍ପିକ୍‌ T-୪୨ ହାଇ ଜମ୍ପ୍‌ ଇଭେଣ୍ଟରେ ଅଗଷ୍ଟ ୩୧ରେ କାଂସ୍ୟ ପଦକ ଜିତିଥିଲେ କୁମାର । ୨୯ ବର୍ଷୀୟ ପାଟନା ଜନ୍ମିତ ଆଥଲେଟ୍‌ଙ୍କ ଗୋଡ ପାରାଲିସିସ୍‌ର ଶିକାର ହୋଇଥିଲା । ସଦ୍ୟ ସମାପ୍ତ ପାରାଲମ୍ପିକ୍‌ରେ ୧.୮୩ ମିଟର ଉଚ୍ଚ ଡେଇଁ କାଂସ୍ୟ ପଦକ ହାତେଇଥିଲେ କୁମାର ।

କୁମାର ଡବଲ ଏସିଆନ ପାରା ଗେମ୍ସ (୨୦୧୪ ଓ ୨୦୧୮) ଚମ୍ପିଆନ ରହିବା ସହ ୨୦୧୯ ବିଶ୍ବ ରୌପ୍ୟ ପଦକ ବିଜେତା ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.