ETV Bharat / sports

ଆତ୍ମଗୋପନରେ ଥାଇ ଆତ୍ମସୁରକ୍ଷା ଚିନ୍ତା, ଆନ୍ତରୀଣ ଜାମିନ ଆବେଦନ କଲେ ସୁଶୀଲ

author img

By

Published : May 18, 2021, 1:47 PM IST

ସୁଶୀଳ କୁମାର
ସୁଶୀଳ କୁମାର

କୁସ୍ତି ଖେଳିଳୀ ସାଗର ରାଣା ହତ୍ୟା ମାମଲାରେ ଅଭିଯୁକ୍ତ ସୁଶୀଳ କୁମାର ରୋହିଣ କୋର୍ଟରେ ଆନ୍ତରୀଣ ଜାମିନ ଆବେଦନ କରିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ହତ୍ୟା ମାମଲାରେ ଅଭିଯୁକ୍ତ ସୁଶୀଲ କୁମାର ରୋହିଣ କୋର୍ଟରେ ଆନ୍ତରୀଣ ଜାମିନ ଆବେଦନ କରିଛନ୍ତି । ସୁଶୀଲ କୁମାର 24 ବର୍ଷୀୟ କୁସ୍ତି ଖେଳାଳି ସାଗର ରାଣାଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ।

ଦୁଇଥର ଅଲମ୍ପିକ ମେଡାଲ ବିଜେତା ସୁଶୀଲ କୁମାର, ସାଗର ରାଣା ହତ୍ୟା ମାମଲା ଅଭିଯୁକ୍ତ ଅଛନ୍ତି । ଘଟଣାରେ ଫେରାର ଅଛନ୍ତି ସୁଶୀଲ । ତାଙ୍କୁ ବିଷୟରେ ଖବର ଦେବା ବ୍ୟକ୍ତିଙ୍କ ପାଇଁ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଦିଲ୍ଲୀ ପୋଲିସ । ଏହା ସହିତ ସୁଶୀଲଙ୍କ ସହଯୋଗୀ ଅଜୟ କୁମାର ବି ଫେରାର ଅଛନ୍ତି । ତାଙ୍କ ବିଷୟରେ ସୂଚନା ପ୍ରଦାନ ବ୍ୟକ୍ତିଙ୍କ ପାଇଁ 50ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ଦିଲ୍ଲୀ ପୋଲିସ ।

ଗତ ସପ୍ତାହରେ ଏହି ଘଟଣାରେ ଦୁଇଥର ଅଲିମ୍ପିକ୍ ପଦକ ବିଜେତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହେବାର କିଛି ଦିନ ପରେ ସୁଶିଲ କୁମାର ଏବଂ ଅନ୍ୟ ଛଅଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ ଦିଲ୍ଲୀ କୋର୍ଟ । ମେ 4 ତାରିଖରେ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଖେଳ ସମୟରେ କିଛି କୁସ୍ତି ଖେଳାଳି ଆହତ ହୋଇଥିଲେ । ସେମାନଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣେ କୁସ୍ତି ଖେଳାଳିଙ୍କର ମୃତ୍ୟୁ ହୋଇଥିଲା ।

ସୁଶୀଲ କୁମାର ମେ 5 ତାରିଖରେ ହତ୍ୟା ଅଭିଯୋଗକୁ ଅସ୍ବୀକାର କରିଥିଲେ । ଏହି ଘଟଣାରେ ତାଙ୍କ କୁସ୍ତି ଖେଳାଳି ସାମିଲ ନଥିଲେ । ଏହା ଛତ୍ରଶାଳା ଷ୍ଟାଡିୟମରେ ଖେଳାଯାଇଥିଲା ବୋଲି କହିଛନ୍ତି ସୁଶୀଲ । ସୁଶୀଲ ଭାରତର ଜଣେ ସଫଳ ଆଥଲେଟ । ଯିଏକି 2012 ଅଲମ୍ପିକରେ ରୌପ୍ୟ ପଦକ ସହିତ 2008 ବେଜିଙ୍ଗ ଅଲମ୍ପିକରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.