ETV Bharat / sports

Jhalak dikhhla jaa: ଡ୍ୟାନ୍ସ ଝଲକ ଦେଖାଇବେ ଦୌଡରାଣୀ ଦୂତି ଚାନ୍ଦ

author img

By

Published : Sep 9, 2022, 12:15 PM IST

ଡ୍ୟାନ୍ସ ଝଲକ ଦେଖାଇବେ ଦୌଡରାଣୀ ଦୂତି
ଡ୍ୟାନ୍ସ ଝଲକ ଦେଖାଇବେ ଦୌଡରାଣୀ ଦୂତି

ଦୌଡରାଣୀ ଦୂତି ଚାନ୍ଦଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିିିଳିବ । ଡ୍ୟାନ୍ସ ରିୟଲିଟି ଶୋ ଝଲକ ଦିଖଲା ଜାରେ ପ୍ରତିଯୋଗୀ ଭାରେ ନଜର ଆସିବେ ଦୂତି । ଅଧିକ ପଢନ୍ତୁ

ଭୁବନେଶ୍ବର: ନୂଆ ରୂପରେ ନଜର ଆସିବେ ଅଲିମ୍ପିଆନ ଦୌଡରାଣୀ ଦୂତି ଚାନ୍ଦ । ଖୁବଶ୍ରୀଘ୍ର ତାଙ୍କୁ ଏକ ରିୟାଲିଟି ଶୋରେ ଦେଖିବାକୁ ମିଳିବ । କଲର୍ସ ଚ୍ୟାନେଲର ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ ଝଲକ ଦିଖଲା ଜାରେ ପ୍ରତିଯୋଗୀ ଭାବେ ନଜର ଆସିବେ ଦୂତି । ଝଲକ ଦିଖଲା ଜା ସିଜନ ୧୦ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ପ୍ରତିଯୋଗୀ ଭାବେ ସାମିଲ ହେବେ । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଦୂତି ଚାନ୍ଦ । ଆସନ୍ତା ସପ୍ତାହରେ ଶୋରେ ଯୋଗ ଦେବେ ।

ପୂର୍ବରୁ ଶୋରେ ଭାଗ ନେବା ପାଇଁ ଦୂତିଙ୍କୁ ପ୍ରସ୍ତାବ ଆସିଥିଲା । ଅଲମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ସମୟ ଦେଇ ପାରୁନଥିଲେ । ମାତ୍ର ଏବେ ଦଶମ ସଂସ୍କରଣରେ ଭାଗ ନେବା ନେଇ ସୂଚନା ମିଳିଛି । ପ୍ରଥମ ଓଡିଆ କ୍ରୀଡାବିତ ଭାବେ ରିୟଲିଟି ଶୋର ଭାଗ ନେଇଥିବା ନେଇ ଦୂତିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଖେଳ ବ୍ୟତୀତ ଡ୍ୟାନ୍ସରେ କିଛି କରି ଦେଖାଇବା ନେଇ ଦୂତିଙ୍କ ପାଖରେ ସୁଯୋଗ ରହିିଛି । ନୂଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ଦୂତି । ଫ୍ୟାନ୍ସଙ୍କ ସମର୍ଥନ ଲୋଡିଛନ୍ତି ଧାବିତା ଦୂତି ଚାନ୍ଦ । କୋରିଓଗ୍ରାଫର ରୁବିନା ଚୌଧୁରୀ ଦୂତିଙ୍କୁ ଡ୍ୟାନ୍ସ ଶିଖାଇବେ । ପୂର୍ବରୁ କେବିସି କାର୍ଯ୍ୟକ୍ରମରେ ସାମି ହୋଇଥିଲେ ।

ଝଲକ ଦିଖଲା ଜାର ଚଳିତ ସିଜିନ ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଛି । ଏଥିରେ ବହୁ ସେଲିବ୍ରିଟି ରୁବିନା ଦିଲେକ, ନିଆ ଶର୍ମା ଓ ଧୀରଜ ଧୂରପ ଅଂଶ ଗ୍ରହଣ କରିଛନ୍ତି । ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ, ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତ୍ରୀ ନୋରା ଫତେହି ବିଚାରକ ଦାୟିତ୍ବ ତୁଲାଇଛନ୍ତି ।

ଏହା ବି ପଡନ୍ତୁ...Asia Cup 2022: ହାରିଲା ଆଫଗାନିସ୍ତାନ, 101 ରନରେ ଜିତିଲା ଭାରତ

ନିକଟରେ ବର୍ମିଂହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡା ଦୌଡ ପ୍ରତିଯୋଗିତାରେ ଭାଗ ନେଇଥିଲେ ଦୂତି । ମାତ୍ର ସେ ନିରାଶ କରିଥିଲେ । ଚତୁର୍ଥ ସ୍ଥାନରେ ରହି ସେମି କ୍ୱାଲିଫାଏ ରାଉଣ୍ଡରୁ ଅଭିଯାନ ଶେଷ କରିଥିଲେ ଧାବିକା ଦୂତି ଚାନ୍ଦ । ବର୍ମିଂହାମରେ ଜୁଲାଇ ୨୮ରୁ ଅଗଷ୍ଟ ୮ ଯାଏ ଆୟୋଜିତ ହୋଇଥିଲା ରାଜ୍ୟଗୋଷ୍ଠୀ କ୍ରୀଡା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.