ETV Bharat / sports

ନବୀନଙ୍କ ପ୍ରୋତ୍ସାହନ: ହକି ଫେରିପାଇଲା ହଜିଲା ପରିଚୟ

author img

By

Published : Aug 3, 2021, 8:30 PM IST

Updated : Aug 4, 2021, 2:41 PM IST

national hockey team achieved a lot after sponsorship of odisha
ନବୀନଙ୍କ ପ୍ରୋତ୍ସାହନ: ହକି ଫେରିପାଇଲା ହଜିଲା ପରିଚୟ

ଦୀର୍ଘ 41 ବର୍ଷ ପରେ ବିଶ୍ବ କ୍ରୀଡା ମହାକୁମ୍ଭରେ ସେମିରେ ପହଞ୍ଚିଛି ଉଭୟ ଭାରତୀୟ ହକି ଟିମ୍ । ଆଉ ହକି ଟିମର ଏହି ସଫଳତା ପାଇଁ ସମସ୍ତେ ଶ୍ରେୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । 1980 ମସିହା ପରେ ଅଲମ୍ପିକର ବଡ ଇଭେଣ୍ଟରେ ପହଞ୍ଚିବାରେ ବିଫଳ ହୋଇଥିଲା ଦଳ । ଆଉ ହକିର ଏହି ଖରାପ ସମୟରେ ସାଥ ଦେଇଥିଲେ ହକି ପ୍ରେମୀ ସିଏମ୍ ନବୀନ । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ବର୍ଷ 2008 । ବେଜିଂ ଅଲମ୍ପିକ ପାଇଁ ପ୍ରସ୍ତୁତ ହେଉଥାନ୍ତି ସବୁ ଦେଶ । ଆଉ ଏହି ସମୟରେ ଭାରତ ପାଇଁ ଆସିଥିଲା ଏକ ଦୁଃଖଦ ଖବର । ଅଲମ୍ପିକ ଇତିହାସର ସବୁଠୁ ସଫଳ ହକି ଦଳ ଭାରତ ବେଜିଂ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା । ବିଶ୍ବକ୍ରୀଡା ମହାକୁମ୍ଭରେ 8ଟି ସ୍ବର୍ଣ୍ଣ ପଦକ ଜିତିଥିବା ଦଳ ଯୋଗ୍ୟତା ଅର୍ଜନରେ ଫେଲ ମାରିବା ପରେ ଦେଶରେ ଏକ ପ୍ରକାର ହକିର ପତନ ଆରମ୍ଭ ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା ।

କିନ୍ତୁ ଆଜି ସମୟ ବଦଳି ଯାଇଛି । ସେହି ହକି ଟିମ୍ ପାଇଁ ଆଜି ଝୁମୁଛନ୍ତି, ନାଚୁଛନ୍ତି ଏବଂ ଖୁସିରେ ଆତ୍ମହରା 130 କୋଟି ଦେଶବାସୀ । ନା ଅଛି ଖୁସିର ସୀମା-ସରହଦ ନା ଥମୁଛି ହକି ପାଇଁ ଫ୍ୟାନ୍ସଙ୍କ ସେଲିବ୍ରେସନ । ଗାଁଠୁ ସହର ସବୁଠି ହକି ଫିଭର । କ୍ରିକେଟ ପାଇଁ ଦିଓ୍ବାନା ଦେଶରେ ଅଚାନକ୍ ହକି କ୍ରେଜ୍ । ଆଉ ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛା ସୁଅ । ‘ଫିର୍ ଦିଲ୍ ଦେ ଦୋ ହକି କୋ, ‘ଚକ୍ ଦେ ଇଣ୍ଡିଆ’ । ଏଭଳି ଲକ୍ଷ ଲକ୍ଷ ଟ୍ବିଟରେ ସାମାଜିକ ଗଣମାଧ୍ଯମରେ ସୃଷ୍ଟି ହୋଇଛି ବନ୍ୟା ।

ନବୀନଙ୍କ ପ୍ରୋତ୍ସାହନ: ହକି ଫେରିପାଇଲା ହଜିଲା ପରିଚୟ

ହେଲେ ହଠାତ୍ କାହିଁକି ସମସ୍ତେ ହକି ପ୍ରେମରେ ଗଦଗଦ ? ଆଉ ହକିର ଏହି ଐତିହାସିକ ସଫଳତା ପଛରେ କିଏ ? ଏଭଳି ପ୍ରଶ୍ନ ମଧ୍ୟ ମନରେ ଉଙ୍କି ମାରିବା ସ୍ବଭାବିକ । ଦୀର୍ଘ 41 ବର୍ଷ ପରେ ବିଶ୍ବ କ୍ରୀଡା ମହାକୁମ୍ଭରେ ସେମିରେ ପହଞ୍ଚିଛି ଭାରତୀୟ ହକି ଟିମ୍ । 1980 ମସିହା ପରେ ଅଲମ୍ପିକର ବଡ ଇଭେଣ୍ଟରେ ପହଞ୍ଚିଛି ଉଭୟ ଦଳ । ହେଲେ ଏ ସଫଳତା ଏତେ ସହଜ ନଥିଲା, ଉଭୟ ଖେଳାଳି ଏବଂ ହକି ମହାସଂଘ ପାଇଁ । ତେବେ ହକିର ସବୁଠୁ ଖରାପ ସମୟରେ ସାଥ ଦେଇଥିଲେ ହକି ପ୍ରେମୀ ସିଏମ୍ ନବୀନ ପଟ୍ଟନାୟକ ।



ବର୍ଷ 2018 । ଦେଶରେ ହକିର ହୋଇଥିଲା ନୂତନ ସୂର୍ଯ୍ୟୋଦୟ । କ୍ରିକେଟ ପାଇଁ ପାଗଳ ଦେଶରେ ସମସ୍ତେ କ୍ରିକେଟ ପଛରେ ଧାଉଁ ଥିବାବେଳେ ହକି ପାଇଁ ନୂଆ ରାସ୍ତା ନିର୍ମାଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ଏହି ଗୌରବମୟ କ୍ରୀଡା ପାଇଁ କୌଣସି ରାଜ୍ୟ ସରକାର କିମ୍ବା ବେସରକାରୀ ସଂସ୍ଥା ସହାୟତାର ହାତ ବଢାଇନଥିବାବେଳେ ହକିର ପୁନଃଉଦ୍ଧାର ପାଇଁ ଅଣ୍ଟା ଭିଡିଥିଲେ ନବୀନ । 2018ରେ ଆଗାମୀ 5 ବର୍ଷ ପାଇଁ ହକି ଇଣ୍ଡିଆ ସହିତ ଉଭୟ ପୁରୁଷ ଏବଂ ମହିଳା ହକି ଦଳର ପ୍ରାୟୋଜକ ହୋଇଥିଲା ଓଡିଶା । 150 କୋଟିର ଡିଲ ହୋଇଥିଲା ହକି ଇଣ୍ଡିଆ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ । ଆଉ ଏହି ଚୁକ୍ତି ପରେ ନବୀନ କହିଥିଲେ, ଦେଶ ପାଇଁ ଏହା ଓଡିଶାର ଉପହାର ।

  • Congratulations Indian Women's #Hockey Team on the spectacular win over Australia to seal the semifinal berth in #Tokyo2020. What a terrific game the team played against Australia! Keep the momentum going and wish the team best of luck. #Cheer4India pic.twitter.com/mIPv3lo20a

    — Naveen Patnaik (@Naveen_Odisha) August 2, 2021 " class="align-text-top noRightClick twitterSection" data=" ">



ରାଜ୍ୟ ହକିର ଏନ୍ତୁଡିଶାଳ ଭାବେ ପରିଚିତ ସହରରେ ହକିର ବିକାଶ ପାଇଁ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର କୋଣ ଅନୁକୋଣରୁ ଟ୍ୟାଲେଣ୍ଟ ହଣ୍ଟ ମାଧ୍ୟମରେ ପ୍ରତିଭାସମ୍ପନ୍ନ ଉଦୀୟମାନ ଖେଳାଳିଙ୍କୁ ଚିହ୍ନଟ କରି ଅନ୍ତର୍ଜାତୀୟ ସ୍ତରର ପ୍ରଶୀକ୍ଷଣ ଏବଂ ବିଶ୍ବସ୍ତରୀୟ ଭିତ୍ତିଭୂମି ଉନ୍ନତି ପାଇଁ ହାତକୁ ନେଇଥିଲେ ଅନେକ କାର୍ଯ୍ୟକ୍ରମ । ଏପରିକି ରାଜ୍ୟ ସରକାର ମଧ୍ୟ ରାଜ୍ୟର 14ଟି ସ୍ଥାନରେ ଆଷ୍ଟ୍ରୋ-ଟର୍ଫ (astro-turfs) ନିର୍ମାଣ କରୁଛନ୍ତି । ଏହା ସହିତ ଅଲମ୍ପିକ୍ ମେଡାଲ ପାଇଁ ଅର୍ଥରାଶି ଘୋଷଣା କରିଛନ୍ତି । ଗୋଲ୍ଡ ଜିତିଲେ 6 କୋଟି ପୁରସ୍କାର ଦେବେ ରାଜ୍ୟ ସରକାର । ଆଉ ରାଜ୍ୟ ମଧ୍ୟ ଏକାଧିକ ନ୍ୟାସନାଲ ଇଭେଣ୍ଟ, ହିରୋ ଆଇ-ଲିଗ୍ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଆୟୋଜନ କରିସାରିଛି । FIH Men’s Hockey World Cup ର ଆୟୋଜନ ମଧ୍ୟ ରାଜ୍ୟ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲା । World Cup କ୍ରେଜ ଦେଖିବାକୁ ମିଳିଥିଲା ଏବଂ ବହୁତ ସଂଖ୍ୟକ ଲୋକ କ୍ରୀଡା ଆୟୋଜନକୁ ଉପଭୋଗ କରିଥିଲେ । ତେବେ ଆସନ୍ତା ବର୍ଷ ହେବାକୁ ଥିବା AFC Women’s Asian Cup ଆୟୋଜନ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।



ଖାଲି ସେତିକି ନୁହେଁ, ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମର ଉନ୍ନତିକରଣ ଏବଂ ରାଉରକେଲାରେ ଅନ୍ତର୍ଜାତୀୟ ସ୍ତରର ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ଚାଲିଛି । ରାଉରକେଲା ଷ୍ଟାଡିୟମରେ 356.38 କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଏଠାରେ 20 ହଜାର ଦର୍ଶକ ଏକାଠି ବସି ହକି ଉପଭୋଗ କରିପାରିବେ । 20ଟି କ୍ରୀଡା ହଷ୍ଟେଲ, ସବୁ ବ୍ଲକ ଏବଂ ଅର୍ବାନ ଏରିଆରେ ସ୍ପୋର୍ଟ୍ସ ପାଇଁ ହାଇ ପରଫରମାନ୍ସ ସେଣ୍ଟରମାନ ନିର୍ମାଣ ହେଉଛି ।



ତେବେ ସରକାରଙ୍କ ଏହି ସମସ୍ତ ପଦକ୍ଷେପକୁ ମଧ୍ୟ ଚାରିଆଡେ ପ୍ରଶଂସା ମିଳିଛି । ଅନେକ ଜାତୀୟସ୍ତରୀୟ ସାମ୍ବାଦିକ, କ୍ରୀଡାବିତଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ନବୀନଙ୍କୁ ପ୍ରଶଂସା କରିଛନ୍ତି । ନବୀନଙ୍କ ପ୍ରୋତ୍ସାହନ ପାଇଁ ହକି ଆଜି ପୁଣି ଥିରେ ବିଶ୍ବସ୍ତରରେ କମାଲ କରୁଛି ବୋଲି ମତ ପ୍ରକାଶ ପାଇଛି । ଆଉ ସଭିଏଁ ନବୀନଙ୍କ ଏହି ସାଇଲେଣ୍ଟ ଷ୍ଟେପକୁ ସାମାଜିକ ଗଣମାଧ୍ୟମରେ ହାଇଲାଇଟ୍ କରିଛନ୍ତି ।



ଏପଟେ ଦଳର ପ୍ରତ୍ୟାବର୍ତ୍ତନ ଏବଂ ଚମତ୍କାର ପ୍ରଦର୍ଶନ ନେଇ ଖୁସି ହେବା ସହିତ ଢେର ଉପଭୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ପୁରୁଷ ଏବଂ ମହିଳା ଟିମର ମ୍ୟାଚ ପରେ ଟ୍ବିଟ୍ କରି ଶୁଭେଚ୍ଛା ବର୍ତ୍ତା ଦେବା ସହିତ କ୍ରୀଡା ପାଇଁ ସରକାର ଉତ୍ସର୍ଗୀକୃତ ବୋଲି ଲେଖିଛନ୍ତି ନବୀନ । ସଭିଙ୍କ ଆଦର ଏବଂ ସମର୍ଥନ ପାଇଁ ରାଜ୍ୟର ରାଜଧାନୀ ସ୍ପୋର୍ଟ୍ସ କ୍ୟାପିଟାଲ ହୋଇପାରିଛି ବୋଲି କହିଛନ୍ତି ନବୀନ ।

ଚଳିତ ଅଲମ୍ପିକରେ ହକି ଟିମର ରେକର୍ଡ ପରେ ନବୀନ ଲେଖିଛନ୍ତି , ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଏବଂ ପ୍ରଥମଥର ମହିଳା ହକି ଦଳ ଅଲମ୍ପିକର ସେମିଫାଇନାଲରେ ପହଞ୍ଚିବା ସମଗ୍ର ଦେଶ ପାଇଁ ଗୌରବର ବିଷୟ । ୨୦୧୮ରୁ ଓଡ଼ିଶା ଉଭୟ ଜାତୀୟ ଦଳକୁ ପ୍ରୋତ୍ସାହିତ କରିଆସୁଥିବାରୁ ଆମେ ସମସ୍ତେ ଓଡ଼ିଶାବାସୀ ଆଜି ଗର୍ବିତ । ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା । ଜୟ ହିନ୍ଦ୍ । ଚଳିତ ଟୋକିଓ ଅଲମ୍ପିକରେ ଉଭୟ ପୁରୁଷ ଏବଂ ମହିଳା ହକି ଦଳ ସେମିରେ ପହଞ୍ଚିବା ପରେ ଏହା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛାଭରା ଟ୍ବିଟ୍ ।



ପ୍ରଥମେ ପୁରୁଷ ଏବଂ ପରେ ମହିଳା ଦଳ ଆକର୍ଷଣୀୟ ପ୍ରଦର୍ଶନ କରି ସେମିରେ ପ୍ରବେଶ କରିଛନ୍ତି । ସେମି ଟକ୍କରରେ ପୁରୁଷ ଦଳ, ଓ୍ବାର୍ଲ୍ଡ ଚମ୍ପିଆନ ବେଲଜିୟମ ଠାରୁ ପରାସ୍ତ ହୋଇ ଗୋଲ୍ଡ ରେସରୁ ବାଦ ପଡିଥିବା ବେଳେ କାଂସ୍ୟ ପଦକ ପାଇଁ ଜର୍ମାନୀ ବିପକ୍ଷରେ ମ୍ୟାଚ ଖେଳିବ । ଏପଟେ ମହିଳା ଦଳ ସେମି ମୁକାବିଲାରେ ଆର୍ଜେଣ୍ଟିନାକୁ ଭେଟିବ । ତେବେ ଚଳିତ ଅଲମ୍ପିକରେ ଉଭୟ ଦଳର ପ୍ରଦର୍ଶନରେ ଦେଶବାସୀ ଝୁମୁଥିବା ବେଳେ ଦେଶରେ ହକିର ପୁନଃଉତ୍ଥାନ ପାଇଁ ସମସ୍ତେ ନବୀନଙ୍କୁ ଶ୍ରେୟ ଦେଉଛନ୍ତି । ସ୍କୁଲ ଗୋଲ କିପର ଆଜି ହକିର ଉନ୍ନତି ପାଇଁ ପଣ କରିଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 4, 2021, 2:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.