ETV Bharat / sports

Junior Asia Cup: ଫାଇନାଲରେ ଭାରତ, 9-1ରେ ହାରିଲା କୋରିଆ

author img

By

Published : Jun 1, 2023, 9:46 AM IST

Junior Asia Cup
mens hockey Junior Asia Cup

କନିଷ୍ଠ ବାଳକ ହକି ଏସିଆ କପରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ । କୋରିଆକୁ 9-1 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଓମାନରେ ଚାଲିଥିବା ପୁରୁଷ ଜୁନିଅର ହକି ଏସିଆ କପରେ ଭାରତର ବିଜୟ ଧାରା ଜାରି ରହିଛି । ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଫାଇନାଲ ପାଇଁ ପଥ ପରିସ୍କାର କରିଛି ଭାରତୀୟ ଦଳ । କନିଷ୍ଠ ବାଳକ ଏସିଆ କପ ହକି ଟୁର୍ଣ୍ଣାମେଣ୍ଟର 10ତମ ସଂସ୍କରଣ ରେ ଭାରତ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲ ମୁକାବିଲାରେ ଦକ୍ଷିଣ କୋରିଆକୁ 9-1 ଗୋଲରେ ପରାସ୍ତ କରିଛି ଫାଇନାଲରେ ପ୍ରବେଶ କରିଛି ଉତ୍ତମ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଭାରତ ପକ୍ଷରୁ ବବି ଧାମି ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି । ହ୍ୟାଟ୍ରିକ ଗୋଲ ସ୍କୋର କରିଥିବା ବିବି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

କୋରିଆ ବିପକ୍ଷ ମ୍ୟାଚରେ ଭାରତ ଆଧିପତ୍ୟ ବିସ୍ତାର କରିଥିଲା । ଦଳ ପକ୍ଷରୁ ବବି ଧାମି ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ । ସେ 31, 39 ଓ 55 ମିନିଟରେ 3ଟି ଗୋଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନିତ, ଅରଜିତ, ଅଙ୍ଗଦ, ଅଧିନାୟକ ଉତ୍ତମ ସିଂହ, ବିଷ୍ଣୁକାନ୍ତ ଓ ସରଦା ନନ୍ଦ ଗୋଟିଏ ଲେଖାଏଁ ଗୋଲ କରିଥିଲେ । କୋରିଆ ଭାରତୀୟ ଖେଳାଳିଙ୍କ ଆକ୍ରମଣରେ ଫସିଯାଇଥିଲା । ଗୋଲ ପରିଶୋଧ କରିବାରେ ବିଫଳ ହୋଇଥିଲା । ଗୋଟିଏ ଗୋଲ ପରିଶୋଧ କରିବାରେ ସଫଳ ହୋଇଥିଲା କୋରିଆ । ସେହିପରି ଅନ୍ୟ ଏକ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ 6-2 ଗୋଲରେ ମାଲେସିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । 4ଟି ମ୍ୟାଚରୁ 3ଟି ବିଜୟ ଓ ଗୋଟିଏ ଡ୍ର ସହ 10 ପଏଣ୍ଟ ପାଇ ପୁଲ ଏରେ ଭାରତ ପ୍ରଥମ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...ଭଗବାନ ବାଲାଜୀଙ୍କ ଚରଣରେ ସିଏସକେ ଟ୍ରଫି, ମନ୍ଦିରରେ ପୂଜା କଲେ ଏନ୍‌ ଶ୍ରୀନିବାସନ

ଏହା ବି ପଢନ୍ତୁ...WTC Final 2023: ଜୟସ୍ବାଲଙ୍କୁ ଟିପ୍ସ ଦେଉଛନ୍ତି କୋହଲି, ନଜର ପକାନ୍ତୁ ଟିମ ଇଣ୍ଡିଆର ପ୍ରାକ୍ଟିସ ସେସନ ଉପରେ

ପ୍ରକାଶ ଥାଉ କି, କନିଷ୍ଠ ବାଳକ ହକି ଏସିଆ କପରେ ଭାରତ ତାର ପ୍ରଥମ ମ୍ୟାଚରେ ଚାଇନିଜ ତାଇପେକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା । ଚାଇନିଜ ତାଇପେ ବିପକ୍ଷରେ 18-0 ଗୋଲରେ ବୃହତ ବିଜୟ ହାସଲ କରିଥିଲା ଭାରତ । ଏହା ପରେ ଦ୍ବିତୀୟ ମୁକାବିଲାରେ ଜାପାକୁ 3-1 ଗୋଲରେ ପରାସ୍ତ କରିଥିଲା । ତୃତୀୟ ମୁକାବିଲାରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ସହ ମ୍ୟାଚ ଡ୍ର ହୋଇଥିଲା । 1-1ରେ ମ୍ୟାଚ ବରାବର ରହିଥିଲା । 28 ତାରିଖରେ ଅନ୍ତିମ ପୁଲ ମ୍ୟାଚରେ ଥାଇଲାଣ୍ଡକୁ 17-0 ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା । ଆଜି ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.