WTC Final 2023: ଜୟସ୍ବାଲଙ୍କୁ ଟିପ୍ସ ଦେଉଛନ୍ତି କୋହଲି, ନଜର ପକାନ୍ତୁ ଟିମ ଇଣ୍ଡିଆର ପ୍ରାକ୍ଟିସ ସେସନ ଉପରେ

By

Published : May 31, 2023, 5:23 PM IST

thumbnail

ଲଣ୍ଡନ: ଆଉ ମାତ୍ର କିଛିଦିନ ଅପେକ୍ଷା । ଜୁନ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ମ୍ୟାଚ୍‌ । ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ହାଇ ପ୍ରୋଫାଇଲ ଫାଇନାଲ ମ୍ୟାଚ୍‌ । ଜୁନ ୭ରୁ ୧୧ ମଧ୍ୟରେ ଖେଳାଯିବାକୁ ଥିବା ଏହି ହାଇ ପ୍ରୋଫାଇଲ ଫାଇନାଲ ମ୍ୟାଚ୍‌ ଉପରେ ସାରା ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର ରହିଥିବା ବେଳେ ଏହି ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ବରଣ କରିଥିଲା ଭାରତୀୟ ଦଳ । ତେବେ ଚଳିତ ଥର ସେହି ଭୁଲକୁ ସୁଧାରି ଫାଇନାଲ କଙ୍ଗାରୁ ଦଳ ଉପରେ ବିଜୟ ଲାଭ କରିବା ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛି ଟିମ୍‌ ଇଣ୍ଡିଆ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ନିଜ ଟ୍ବିଟର ହ୍ୟାଣ୍ଡେଲରେ ଟିମ୍‌ ଇଣ୍ଡିଆ ଖେଳାଳୀଙ୍କ ଅଭ୍ୟାସ ସମୟର କିଛି ଫଟୋ ଓ ଭିଡିଓ ସେୟାର କରିଛି । ଯାହା ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ପ୍ରାରମ୍ଭିକ ବ୍ୟାଟର ଭାବେ ଋତୁରାଜ ଗାଏକୱାଡଙ୍କ ବଦଳରେ ଟିମ୍‌ ଇଣ୍ଡିଆ ଷ୍ଟାଣ୍ଡବାଇରେ ସ୍ଥାନ ପାଇଥିବା ଯୁବ ତାରକା ଯଶସ୍ବୀ ଜୟସ୍ବାଲଙ୍କୁ ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲି ଟିପ୍ସ ଦେଉଥିବା ବିସିସିଆଇ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.