ETV Bharat / sports

ଭଗବାନ ବାଲାଜୀଙ୍କ ଚରଣରେ ସିଏସକେ ଟ୍ରଫି, ମନ୍ଦିରରେ ପୂଜା କଲେ ଏନ୍‌ ଶ୍ରୀନିବାସନ

author img

By

Published : Jun 1, 2023, 7:23 AM IST

ଆଇପିଏଲ ୨୦୨୩ରେ ଚମ୍ପିଆନ୍‌ ହେବାପରେ ସିଏସକେର ମାଲିକ ଏନ୍‌ ଶ୍ରୀନିବାସନ ଟିମ ମ୍ୟାନେଜମେଣ୍ଟ ସହିତ ଆଇପିଏଲ ଟ୍ରଫି ନେଇ ଭଗବାନ ବାଲାଜୀଙ୍କ ଶରଣରେ ପହଞ୍ଚିଛନ୍ତି । ପଞ୍ଚମ ଟ୍ରଫି ସହ ମନ୍ଦିରରେ ପହଞ୍ଚି ଏନ୍‌ ଶ୍ରୀନିବାସନ ଭଗବାନଙ୍କୁ ପୂଜା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ଭଗବାନ ବାଲାଜୀଙ୍କ ଚରଣରେ ସିଏସକେ ଟ୍ରଫି
ଭଗବାନ ବାଲାଜୀଙ୍କ ଚରଣରେ ସିଏସକେ ଟ୍ରଫି

ଚେନ୍ନାଇ: ଆଇପିଏଲ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥିଲା । ଆରମ୍ଭରୁ ବୋଲରଙ୍କ ଖରାପ ପ୍ରଦର୍ଶନ ନେଇ ଅଧିନାୟକ ଧୋନୀ ଚିନ୍ତାବ୍ୟକ୍ତ କରିଥିଲେ । ପରେ ଫାଇନାଲ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା । ଏହାସତ୍ତ୍ବେ ସିଏସକେ ଖେଳାଳୀଙ୍କ କଠିନ ପରିଶ୍ରମ ଦଳକୁ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ପ୍ରଦାନ କରିଛି । ତେବେ ଚମ୍ପିଆନ୍‌ ହେବାପରେ ସିଏସକେର ମାଲିକ ଏନ୍‌ ଶ୍ରୀନିବାସନ ଟିମ ମ୍ୟାନେଜମେଣ୍ଟ ସହିତ ଆଇପିଏଲ ଟ୍ରଫି ନେଇ ଭଗବାନ ବାଲାଜୀଙ୍କ ଶରଣରେ ପହଞ୍ଚିଛନ୍ତି । ପଞ୍ଚମ ଟ୍ରଫି ସହ ମନ୍ଦିରରେ ପହଞ୍ଚି ଏନ୍‌ ଶ୍ରୀନିବାସନ ଭଗବାନଙ୍କୁ ପୂଜା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ମନ୍ଦିରରେ ଟ୍ରଫି ସହ ପୂଜା କଲେ ଏନ୍‌ ଶ୍ରୀନିବାସନ: ଚେନ୍ନାଇ ସୁପର କିଙ୍ଗସ୍‌ର ମାଲିକ ଏନ୍‌ ଶ୍ରୀନିବାସନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସିଏସକେ ମ୍ୟାନେଜମେଣ୍ଟ ସହ ଏନ୍‌ ଶ୍ରୀନିବାସନ ଟ୍ରଫିକୁ ନେଇ ମନ୍ଦିରରେ ପୂଜା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ବହୁ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ ମନ୍ଦିରର ବୋଲି ଜଣାପଡ଼ିଛି । ଏହି ତୀର୍ଥସ୍ଥାନ ଚେନ୍ନାଇର ତ୍ୟାଗରାୟ ନଗରରେ ଅବସ୍ଥିତ । ଏହି ମନ୍ଦିରରେ ପହଞ୍ଚି ଏନ୍‌ ଶ୍ରୀନିବାସନ ସିଏସକେ ଜିତିଥିବା ଟ୍ରଫିକୁ ଭଗବାନ ବାଲାଜୀଙ୍କ ଚରଣରେ ରଖିଥିଲେ । ଏହାସହ ସେ ଭଗବାନଙ୍କୁ ପ୍ରଣାମ କରି ଆର୍ଶୀବାଦ ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାପରେ ତାମିଲ ରୀତିନୀତି ଅନୁସାରେ ମନ୍ଦିର ପୂଜକ ମାନେ ମନ୍ଦିରରେ ଟ୍ରଫିର ପୂଜାର୍ଚ୍ଚନା କରିଥିଲେ । ତେବେ ଏହି ପୂଜା ସମୟରେ ଚେନ୍ନାଇ ସୁପର କିଙ୍ଗସର କୌଣସି ଖେଳାଳି ମନ୍ଦିରରେ ଉପସ୍ଥିତ ନଥିଲେ । କୌଣସି ଖେଳାଳି ପୂଜାର୍ଚ୍ଚନା ସମୟରେ ମନ୍ଦିରରେ ଥିବା ଫଟୋ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ଏମଏସ ଧୋନୀଙ୍କୁ ଶ୍ରେଷ୍ଠ ଅଧିନାୟକ କହିଲେ ଏନ୍‌ ଶ୍ରୀନିବାସନ: ତିରୁମାଲା ତିରୁପତି ଦେବସ୍ଥାନମ ମନ୍ଦିରରେ ଏନ୍‌ ଶ୍ରୀନିବାସନ ଓ ମନ୍ଦିରର ପୂଜାରୀ ମାନେ ଆଇପିଏଲ ୨୦୨୩ ଟ୍ରଫିକୁ ପ୍ରଥମେ ବାଲାଜୀ ଭଗବାନଙ୍କ ଚରଣରେ ରଖିଥିଲେ । ଏହାପରେ ଟ୍ରଫି ଉପରେ ଫୁଲମାଳ ରଖାଯାଇଥିଲା । ଏହିଭଳି ଭାବରେ ସମ୍ପୂର୍ଣ୍ଣ ତାମିଲ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ନିଜ ଦଳର ସଫଳତା ପାଇଁ ଏନ୍‌ ଶ୍ରୀନିବାସନ ତିରୁପତିଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଏହା ସହିତ ଚେନ୍ନାଇ ସୁପର କିଙ୍ଗସ ଖେଳାଳିଙ୍କୁ ମ୍ୟାଚ୍‌ରେ ଉପଯୁକ୍ତ ବ୍ୟବହାର କରିଥିବାରୁ ଏନ୍‌ ଶ୍ରୀନିବାସନ ନିଜ ଦଳର ଅଧିନାୟକ ଏମଏସ ଧୋନୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ଧୋନୀ ଜଣେ ଶ୍ରେଷ୍ଠ ଅଧିନାୟକ ବୋଲି କହି ନିଜ ଦଳକୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.