ETV Bharat / sports

FIH Pro League: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଭେଟ, ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

author img

By

Published : Mar 15, 2023, 2:17 PM IST

ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ବିତୀୟ ଭେଟ
FIH Pro League

ଏଫଆଇଏଚ ପ୍ରୋ ଲିଗରେ ଆଜି ଦ୍ବିତୀୟ ଥର ପାଇଁ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ବର୍ସା ମୁଣ୍ଡାରେ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଭାରତୀୟ ପୁରୁଷ ହକି ଦଳ । ଅଧିକ ପଢନ୍ତୁ

FIH Pro League

ରାଉରକେଲା: ଏଫଆଇଏଚ ପ୍ରୋ ଲିଗ ମ୍ୟାଚରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ । ଏ ଯାଏ ଭାରତ ଅପରାଜୟ ରହିଛି । ଦ୍ବିତୀୟ ଭେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିର୍ସା ମୁଣ୍ଡାରେ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଭାରତ । ପ୍ରଥମ ପ୍ରୋ ଲିଗ ମ୍ୟାଚରେ ଅଷ୍ଟ୍ରେଲିଆକୁ 5-4 ଗୋଲରେ ପରାସ୍ତ କରିଥିଲା । ଆଜି ଦୁଇ ଦଳ ମଧ୍ୟରେ ଏକ କଡ୍ଡା ମୁକାବିଲା ହେବ ବୋଲି କ୍ରୀଡା ବିଶେଷଜ୍ଞ ଆକଳନ କରିଛନ୍ତି ।

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ଟକ୍କର ହେବ । ମ୍ୟାଚ ସମ୍ପର୍କର ବରିଷ୍ଠ କ୍ରୀଡା ସମୀକ୍ଷକ ସୁଶାନ୍ତ ବେହେରା କହିଛନ୍ତି, ''ଭାରତୀୟ ଦଳ ତାର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଦୁଇ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା । ବାଜିମାତ କରିଥିଲା ଭାରତୀୟ ହକି ଦଳ । ଗତ ମ୍ୟାଚରେ ଭାରତ ହକି ଦଳ ଜର୍ମାନୀକୁ ଭଲ ମାର୍ଜିନରେ ପରାସ୍ତ କରିଥିଲା । ଆଜି ମଧ୍ୟ ଅଷ୍ଟ୍ରେଲିଆକୁ ହରାଇବାକୁ ରଣନୀତି ପ୍ରସ୍ତୁତ କରିଛି ଟିମ ଇଣ୍ଡିଆ ।''

ଏହା ବି ପଢନ୍ତୁ...FIH Pro League: ଅଷ୍ଟ୍ରେଲିଆର ପ୍ରଥମ ବିଜୟ, 2-1ରେ ହାରିଲା ଜର୍ମାନୀ

ହର୍ମନପ୍ରୀତ, ହାର୍ଦ୍ଦିକ, ସୁଖଜିତ, ମନପ୍ରୀତ, ଦିଲପ୍ରୀତ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଅନ୍ୟ ପକ୍ଷରେ ଫର୍ମକୁ ଫେରିଛନ୍ତି ହର୍ମନପ୍ରୀତ ସିଂହ । ପେନଲ୍ଟି କର୍ଣ୍ଣରକୁ ଗୋଲ କରି ଭାରତୀୟ ଦଳକୁ କଲେ ଆଗୁଆ କରିବା ସହ ଡିଫେନ୍ସ, ମିଡ ଫିଲଡ଼, ଆଟାକ ସବୁଥିରେ ଭଲ ପ୍ରଦର୍ଶନ କରିଛନ୍ତି ଭାରତୀୟ କ୍ୟାପଟେନ । ସୁଖଜିତଙ୍କ ଚମତ୍କାର ପ୍ରଦର୍ଶନ ଏଫଆଇଏଚ ହକି ପ୍ରୋ ଲିଗରେ ଭାରତର ରୋମାଞ୍ଚକର ବିଜୟ ଲାଭ କରିଛି । ଆଜି ଅଷ୍ଟ୍ରେଲିଆକୁ ବଡ ମାର୍ଜିନରେ ଦଳ ପରାସ୍ତ କରିବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ । ଆଜି ଶେଷ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ କିଭଳି ପ୍ରଦର୍ଶନ କରିବ ତାହା ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।

ପ୍ରକାଶଥାଉ କି, ପ୍ରୋ ଲିଗରେ ଭାରତ ତାର ପ୍ରଥମ ମୁକାବିଲାରେ ଜର୍ମାନୀକୁ ପରାସ୍ତ କରି ବିଜୟକୁ ଅଭିଯାନ ଆରମ୍ଭ କରିଥିଲା । ବିଶ୍ବ ବିଜୟୀ ଜର୍ମାନୀକୁ 3-2 ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆକୁ 5-4 ଗୋଲରେ ହରାଇଥିଲା । ତୃତୀୟ ମୁକାବିଲାରେ ପୁଣି ଜର୍ମାନୀକୁ 6-3 ଗୋଲରେ ହରାଇ ଏକ ମଜବୁତ ସ୍ଥିତିରେ ରହିଛି ଭାରତୀୟ ହକି ଦଳ । ପ୍ରୋ ଲିଗରେ 17 ପଏଣ୍ଟ ପାଇଁ ଟେବୁଲ ଶୀର୍ଷରେ ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.