FIH Pro League: ଅଷ୍ଟ୍ରେଲିଆର ପ୍ରଥମ ବିଜୟ, 2-1ରେ ହାରିଲା ଜର୍ମାନୀ

author img

By

Published : Mar 15, 2023, 9:23 AM IST

FIH Pro League

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପ୍ରୋ ଲିଗ ମ୍ୟାଚରେ ବିଶ୍ବ ବିଜୟ ଜର୍ମାନୀକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ଭୁବନେଶ୍ବର: ଏଫଆଇଏଚ ପ୍ରୋ ଲିଗ ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଟ୍ରାକକୁ ଫେରିଥିଲା ବିଶ୍ବ ଚମ୍ପିଆନ ଜର୍ମାନୀ । ମାତ୍ର ଏହି ଧାରା ବଜାୟ ରଖିବାରେ ବିଫଳ ହୋଇଛି । ଲଗାତାର ଦୁଇଟି ମୁକାବିଲା ହାରିଛି ଦଳ । ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ 1-2 ଗୋଲରେ ପରାସ୍ତ ହୋଇଛି ଜର୍ମାନୀ । ଜର୍ମାନୀ ବିପକ୍ଷ ଦ୍ବିତୀୟ ମ୍ୟାଚରେ ବିଜୟ ହାସଲ କରି ପ୍ରତିଶୋଧ ନେଇଛି ଅଷ୍ଟ୍ରେଲିଆ । ଏହା ଦଳର ପ୍ରଥମ ବିଜୟ । ଜ୍ୟାକ ୱିଟନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଆଜି (ବୁଧବାର) ଭାରତକୁ ଭେଟିବ ଅଷ୍ଟ୍ରେଲିଆ ।

ଜର୍ମାନୀ ଅଷ୍ଟ୍ରେଲିଆ ଦ୍ବିତୀୟ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । 11 ମିନିଟରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ ଦେଇଥିଲା । ଜ୍ୟାକ ୱିଟନ ଏହି ଗୋଲ କରିଥିଲେ । ପ୍ରଥମ ଭାଗରେ ଦଳକୁ 3ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । 14 ମିନିଟରେ ଆଉ ଏକ ଗୋଲ କରିଥିଲେ ଜ୍ୟାକ । ଗୋଲ ପରିଶୋଧ କରିବାକୁ ଉଦ୍ୟମ ଚଳାଇଥିଲା ଜର୍ମାନୀ । ପ୍ରଥମ କ୍ବାର୍ଟରରେ ଅଷ୍ଟ୍ରେଲିଆ 2-0ରେ ଆଗୁଆ ରହିଥିଲା । ଜର୍ମାନୀ ଖାତା ଖୋଲିବାରେ ବିଫଳ ହୋଇଥିଲା । ଦ୍ବିତୀୟ କ୍ବାର୍ଟରେ ଜର୍ମାନୀ କମବ୍ୟାକ କରି 22 ମିନିଟରେ ଗୋଲ କରି ଖାତା ଖୋଲିଥିଲା । ଡ୍ରାଗ ଫ୍ଲିକର ଗଞ୍ଜାଲୋ ପିଲାଟ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ।

ତୃତୀୟ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ପେଲାଲ୍ଟି କର୍ଣ୍ଣର ସୃଷ୍ଟି କରିଥିଲେ ମାତ୍ର ଗୋଲ କରିବାରେ ବିଫଳ ହୋଇଥିଲେ । ଶେଷ କ୍ବାର୍ଟର ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଦୁଇ ଦଳକୁ ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଗୋଲ କରିପାରିନଥିଲେ । ଶେଷରେ ଅଷ୍ଟ୍ରେଲିଆ 2-1ରେ ମ୍ୟାଚ ବିଜୟୀ ହୋଇଥିଲା ।

ଏହା ବି ପଢନ୍ତୁ...FIH Pro League 2023: ରାଉରକେଲାରେ ଭାରତର ଗୋଲ ବର୍ଷା, ୬-୩ ଗୋଲରେ ଧୂଳି ଚାଟିଲା ଜର୍ମାନୀ

ଅଷ୍ଟ୍ରେଲିଆ ତାର ପ୍ରଥମ ମୁକାବିଲାରେ ଜର୍ମାନୀଠୁ ପରାସ୍ତ ହୋଇଥିଲା । ଏହା ପରେ ଭାରତଠୁ ଦ୍ବିତୀୟ ମୁକାବିଲା ହାରିଥିଲା । ତୃତୀୟ ମୁକାବିଲାରେ ଜର୍ମାନୀକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି । ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରୋ ଲିଗ ମ୍ୟାଚ ଖେଳାଯିବ । ଏ ଯାଏ ଭାରତ ଅପରାଜୟ ରହିଛି । ଜର୍ମାନୀ ବିପକ୍ଷ 1 ଓ ଅଷ୍ଟ୍ରେଲିଆ ବିପକ୍ଷ ଗୋଟିଏ ମ୍ୟାଚ ଖେଳି ସାରିଛି । ଆଜି ଅଷ୍ଟ୍ରେଲିଆକୁ ହରାଇ ଘରୋଇ ମାଟିରେ ବିଜୟଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.