ETV Bharat / sports

INDVSAUS Hockey Series: 2-4 ଗୋଲରେ ପ୍ରଥମ ମ୍ୟାଚ ହାରିଲା ଭାରତ

author img

By

Published : May 19, 2023, 11:26 AM IST

India Australia Hockey Series
INDVSAUS Hockey Series

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ତାର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି । 2-4 ଗୋଲରେ ଘରୋଇ ଅଷ୍ଟ୍ରେଲିଆଠୁ ହାରିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମହିଳା ହକି ସିରିଜ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ଟୁରରେ ଥିବା ଭାରତୀୟ ମହିଳା ହକି ଦଳ ତାର ପ୍ରଥମ ମୁକାବିଲାରେ ପରାସ୍ତ ହୋଇଛି । 2-4 ଗୋଲରେ ଘରୋଇ ଅଷ୍ଟ୍ରେଲିଆଠୁ ଭ୍ରମଣକାରୀ ଭାରତୀୟ ମହିଳା ହକି ଟିମ ପରାସ୍ତ ହୋଇଛି ।

ଏହି ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡା ସଂଘର୍ଷ ହୋଇଥିଲା । 21 ମିନିଟର ଅଷ୍ଟ୍ରେଲିଆ ପ୍ରଥମେ ଗୋଲ ସ୍କୋର କରିଥିଲା । ପୁଣି 27 ମିନିଟରେ ଦ୍ବିତୀୟ ଗୋଲ ଦେଇଥିଲା ଘରୋଇ ଦଳ । 2-0 ଗୋଲରେ ଆଗରେ ରହିଥିଲା ଅଷ୍ଟ୍ରେଲିଆ । 29ତମ ମିନିଟରେ ଭାରତ ଗୋଟିଏ ଗୋଲ ପରିଶୋଧ କରିବାରେ ସଫଳ ହୋଇଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସ୍ଥିତି 2-1 ରହିଥିଲା । ଦ୍ବିତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ 32 ଓ 35 ମିନିଟରେ ଆଉ 2ଟି ଗୋଲରେ ଦେଇ 4-1ରେ ଆଗୁଆ ରହିଥିଲା । 40ତମ ମିନିଟରେ ଭାରତ ଆଉ ଏକ ଗୋଲ ଦେଇଥିଲା ସୁଦ୍ଧା ଦଳକୁ କିଛି ଲାଭ ମିଳି ନଥିଲା । ମ୍ୟାଚ ପରବର୍ତ୍ତୀ ସମୟରେ କଡା ସଂଘର୍ଷପୂର୍ଣ୍ଣ ରହିଥିଲା ।

ଭାରତ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରୁଥିବା ବେଳେ ଅଷ୍ଟ୍ରେଲିଆ ରୋକିବାକୁ ପ୍ରୟାସ କରୁଥିବା ଫଳରେ ମ୍ୟାଚ ଶେଷରେ ବାଜି ମାରି ନଥିଲେ ଘରୋଇ ଅଷ୍ଟ୍ରେଲିଆ । 2-4 ଗୋଲରେ ଭାରତ ପରାସ୍ତ ହୋଇଥିଲା । ଭାରତ ପକ୍ଷରୁ ସଙ୍ଗୀତା ଦେବୀ ଓ ଶର୍ମିଳା ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ । ଆସନ୍ତାକାଲି (ଶନିବାର) ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ଦ୍ବିତୀୟ ମ୍ୟାଚ ଖେଳିବ ।

ଏହା ବି ପଢନ୍ତୁ...IPL 2023 SRH vs RCB: ହାଇଦ୍ରାବାଦରେ ବିରାଟ ଶୋ, 8 ୱିକେଟରେ ଜିତିଲା ବାଙ୍ଗାଲୋର

ଏହା ବି ପଢନ୍ତୁ...ଲୋବେରା ଓଡିଶା ଏଫସି ନୂଆ କୋଚ୍

200ତମ ମ୍ୟାଚ ଖେଳିଲେ ମୋନିକା: ଭାରତୀୟ ମହିଳା ହକି ଦଳ ମଧ୍ୟଭାଗ ଖେଳାଳି ମୋନିକା ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । କ୍ୟାରିୟରର 200ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ମୋନିକା । ଚଣ୍ଡିଗଡରେ ଜନ୍ମିତ 29 ବର୍ଷୀୟ ମୋନିକା 2012ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ସେ ଭାରତୀୟ ଦଳରେ ଜଣେ ପ୍ରମୁଖ ଅଭିଜ୍ଞ ଖେଳାଳି ରହିଛନ୍ତି । 2014ରେ ଏସୀୟ କ୍ରୀଡାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ମୋନିକା । 2017ରେ ଚାଇନାକୁ ପରାସ୍ତ କରି ଭାରତ ଏସିଆ କପ ବିଜେତା ହୋଇଥିଲା । ଏଥିରେ ମୋନିକାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.