ETV Bharat / sports

କଳିଙ୍ଗରେ ITF ଏସିଆ ଟେନିସ ଚମ୍ପିଅନସିପ ଉଦଘାଟିତ

author img

By

Published : Apr 5, 2023, 10:37 AM IST

Tennis tournament inaugurated
କଳିଙ୍ଗରେ ITF ଏସିଆ ଟେନିସ ଚମ୍ପିଅନସିପ ଉଦଘାଟିତ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ 14 ବର୍ଷରୁ କମ ଏସିଆ ଟେନିସ ଚମ୍ପିଅନସିପ ଉଦଘାଟିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚମ୍ପିଅନସିପର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

କଳିଙ୍ଗରେ ITF ଏସିଆ ଟେନିସ ଚମ୍ପିଅନସିପ ଉଦଘାଟିତ

ଭୁବନେଶ୍ବର: ଆଇଟିଏଫ ଏସିଆ 14 ବର୍ଷରୁ କମ ଡେଭଲପମେଣ୍ଟ ଚମ୍ପିଅନସିପ ଉଦଘାଟିତ ହୋଇଛି । ରାଜ୍ୟ ଟେନିସ ସଂଘ ଏବଂ ରାଜ୍ୟ କ୍ରୀଡା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫ ଏସିଆ ଟେନିସ ଚମ୍ପିଅନସିପ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିଅନସିପର ଉଦଘାଟନ କରିଛନ୍ତି ।ଏସିଆର 18ଟି ଦେଶର 14ଟି ଟିମ୍ ଭାଗ ନେଇଛନ୍ତି । ମୋଟ 46 ଜଣ ଖେଳାଳି ଭାଗ ନେଇଛନ୍ତି । ଏପ୍ରିଲ 3ରୁ 14 ତାରିଖ ପର୍ଯ୍ୟନ୍ତ ଆଇଟିଏଫ ଏସିଆ U-14 ଡେଭଲପମେଣ୍ଟ ଚମ୍ପିଅନସିପ 2023 ଫାଇନାଲ ଚାଲିବ । ଚମ୍ପିଅନସିପକୁ 4ଟି ବର୍ଗରେ ଭାଗ କରାଯାଇଛି ।

ଯେଉଁମାନେ ଖେଳ ଦେଖିବାକୁ ଚାହିଁବେ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ଆସି ଷ୍ଟାଡିୟମରେ ଖେଳ ଦେଖିବାର ବ୍ୟବସ୍ଥା ରହିଛି । ୩ ନମ୍ବର ଗେଟ୍ ସାମ୍ନାରେ ଫ୍ରି ପାସ ଉପଲବ୍ଧ କରାଯିବ । www.odishatenis.com ମାଧ୍ୟମରେ ଫ୍ରି ଇପାସ ପାଇପାରିବେ କ୍ରୀଡାପ୍ରେମୀ । ସମସ୍ତ ୮ଟି କୋର୍ଟରେ ପ୍ରତିଦିନ ସକାଳୁ ୯-୧୨ ଏବଂ ଅପରାହ୍ନରେ ୪-୭ ଟା ପର୍ଯ୍ୟନ୍ତ ଖେଳାଯିବ । ପ୍ରଥମ ଥର ପାଇଁ ଭାରତରେ ଏହି ଭଳି ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ହକି, ଫୁଟବଲ ଭଳି ଓଡ଼ିଶା ଆଗକୁ ଟେନିସରେ ମଧ୍ୟ ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବ ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଏହି ସେଣ୍ଟରଟି ଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦ ସହରର ଥିବା ଭଳି ସେଣ୍ଟର କୋର୍ଟଠାରୁ ଉନ୍ନତ । ଖେଳାଳି ଓ ରେଫରିଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିଛି । ଏଠାରେ ITFର ଡେଭିସ କପ୍ ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିବ । ଓଡିଶା ଟେନିସ ଆସୋସିଏସନ୍ ଓ ରାଜ୍ୟ ସରକାରଙ୍କ ଦ୍ବାରା କଳିଙ୍ଗ ଷ୍ଟାଡିୟମରେ ITF ୧୪ବର୍ଷରୁ କମ ଏସିଆ ଟେନିସ ଡେଭଲପମେଣ୍ଟ ଚମ୍ପିଅନସିପ ଫାଇନାଲ ଖେଳାଯିବ।

ଏହା ବି ପଢନ୍ତୁ...କ୍ରୀଡା ଇତିହାସରେ ନୂଆ ଫର୍ଦ୍ଦ, କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ଦିବସରେ ବାଳକ ଓ ବାଳିକା ସିଙ୍ଗଲ୍ସ ବର୍ଗରେ ମୋଟ 14ଟି ମ୍ୟାଚ ଖେଳା ଯାଇଥିଲା । ବାଳକରେ କୋରିଆରେ ମିନ ୟ୍ୟୁକ ଚୋ ଏବଂ ବାଳିକାରେ ଚପ ସିଡ ମିଳିଛି । ଉଭୟ ପ୍ରଥମ ରାଉଣ୍ଡରେ ବାଇ ପାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । 4 ଜଣିଆ ଭାରତୀୟ ଦଳ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ବାଳକ ସିଙ୍ଗଲ୍ସରେ ପି. ସରନ, ଏସ. ଶିରଫୁଲେ ଏବଂ ବାଳିକାରେ ଆର. ରେବାତୀ ଓ ଏଚ. ଭେଙ୍କଟେସ ବାଇ ପାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଉଦଘାଟନୀ ଉତ୍ସବରେ ଓଡିଶା ଟେନିସ ସଂଘ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ସଞ୍ଜିବ ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.