ETV Bharat / sports

Asian Games 2023 : ଟେନିସରେ ଋତୁଜା-ରୋହନ ଯୋଡି ଜିତିଲେ ସ୍ବର୍ଣ୍ଣ

author img

By ETV Bharat Odisha Team

Published : Oct 1, 2023, 7:20 AM IST

ଟେନିସ ଡବଲ୍ସ ଋତୁଜା- ରୋହନ ଯୋଡି ଜିତିଲେ ସ୍ବର୍ଣ୍ଣ
Asian Games 2023

19ତମ ଏସୀୟ କ୍ରୀଡ଼ା ଟେନିସ୍‌ରେ ଋତୁଜା ଭୋସଲେ ଓ ରୋହନ ବୋପାନ୍ନାଙ୍କୁ ସ୍ବର୍ଣ୍ଣିମ ସଫଳତା । ଏହାସହ ଏସୀୟ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା 10କୁ ବୃଦ୍ଧି ହୋଇଛି । ଅଧିକ ପଢ଼ନ୍ତୁ

ହାଙ୍ଗଝୌ: ଚୀନରେ ଉଡ଼ିଲା ତ୍ରିରଙ୍ଗା । 19ତମ ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଛି ଭାରତ । ଟେନିସରେ ଋତୁଜା ଭୋସଲେ ଓ ରୋହନ ବୋପାନ୍ନା ଯୋଡ଼ିଙ୍କୁ ସ୍ବର୍ଣ୍ଣିମ ସଫଳତା ମିଳିଛି । ଚମତ୍କାର କମ୍‌ବ୍ୟାକ କରି ଭାରତୀୟ ମିଶ୍ରିତ ଯୁଗଳ ଟେନିସ ଯୋଡି ସ୍ବର୍ଣ୍ଣ ପଦକ କବଜା କରିଛନ୍ତି । ଏହା ସହିତ ଭାରତର ପହକ ସଂଖ୍ୟା 38ରେ ପହଞ୍ଚିଛି ସେଥିରେ 10ଟି ସ୍ବର୍ଣ୍ଣ ପଦକ ରହିଛି । ସ୍ବର୍ଣ୍ଣିମ ସଫଳତା ପରେ ଏହି ଯୋଡିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅଭିଜ୍ଞ ରୋହନ ବୋପାନ୍ନା ଓ ଋତୁଜା ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛନ୍ତି । ପ୍ରଥମ ଗେମରେ ହାରିଯିବା ପରେ ଦ୍ବିତୀୟ ଗେମରେ ଏହି ଯୋଡି ଜବରଦସ୍ତ କମବ୍ୟାକ କରିଥିଲେ । ଦ୍ବିତୀୟ ଗେମରେ ଚାଇନିଜ ତାଇପେ ଯୋଡି ସୁଙ୍ଗ ହାଓ ହୁଆଙ୍ଗ ଓ ଏନ ସୁଆ ଲିଆଙ୍ଗଙ୍କୁ 2-16, 6-3, 10-4 ସେଟ୍‌ରେ ପରାସ୍ତ କରିଥିଲେ । 27 ବର୍ଷୀୟା ଋତୁଜା କଡ଼ା ମୁକାବିଲା କରିଥିଲେ ମଧ୍ୟ କମ୍‌ବ୍ୟାକ କରି ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ଗେମରେ ପରାସ୍ତ ହୋଇଥିଲେ ବି ଏହି ଯୋଡ଼ି ଦମଦାର ପ୍ରତ୍ୟାବର୍ତ୍ତନ କରି ଶେଷରେ ବାଜି ମାରି ନେଇଥିଲେ । ଏସୀୟ କ୍ରୀଡ଼ାରେ ପୂର୍ବରୁ ସାନିଆ ମିର୍ଜା ଏବଂ 2014 ସଂସ୍କରଣରେ ସାକେତ ମିନେନି ଓ ସାନିଆ ମିର୍ଜା ଯୋଜି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଚଳିତ ସଂସ୍କରଣରେ ପୁରୁଷ ଟେନିସ୍‌ ଯୋଡ଼ିରେ ରାମକୁମାର ରାମନାଥନ ଓ ସାକେତ ରୌପ୍ୟ ପଦକ ହାସଲ କରିଥିଲେ ।

ଏହା ବି ପଢନ୍ତୁ...Asian Games 2023: ହକିରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୧୦-୨ ଗୋଲରେ ଏକତରଫା ବିଜୟୀ

ସଫଳତା ପରେ ରୋହନ ବୋପାନ୍ନା କହିଥିଲେ, "ଆମ ମଧ୍ୟରେ ଭଲ ବୁଝାମଣା ରହିଥିଲା । ପରସ୍ପରର ସାମର୍ଥ୍ୟ ଓ ଦୁର୍ବଳତା ଜାଣିଥିଲୁ । ପାର୍ଶ୍ବ ପରିବର୍ତ୍ତନ ପରେ ବି ଆମେ ଖେଳ ବଦଳାଇ ନଥିଲୁ ।" ସେହିପରି ଋତୁଜା କହିଛନ୍ତି, "ପ୍ରଥମରୁ ମୁଁ ନର୍ଭସ ଥିଲି । ଏତେ ପ୍ରଶଂସକଙ୍କ ଆଗରେ ଖେଳିବା ମୋ ପାଇଁ ପ୍ରଥମ ଥିଲା । ଭାରତୀୟ ପତାକା ଦେଖିବା ମୋ ପାଇଁ ଉତ୍ସାହିତ ଥିଲା ।"

ଏହା ବି ପଢନ୍ତୁ...Asian Games 2023: ସୁଟିଂରେ ସ୍ବର୍ଣ୍ଣିମ ସଫଳତା, ପୁରୁଷ 50 ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ

19ତମ ଏସୀୟ କ୍ରୀଡ଼ାରେ ଏଯାବତ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସପ୍ତମ ଦିନରେ ଭାରତ ସ୍ବର୍ଣ୍ଣିମ ସଫଳତା ସହ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛି । ଏଯାବତ ଭାରତ ମୋଟ 38 ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ମୋଟ ପଦକରେ 10ଟି ସ୍ବର୍ଣ୍ଣ, 14ଟି ରୌପ୍ୟ ଓ 14ଟି କାଂସ୍ୟ ପଦକ ରହିଛି । ଆୟୋଜକ ଚୀନ 216 ପଦକ ସହ ଶୀର୍ଷରେ ଥିବାବେଳେ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛନ୍ତି । ସପ୍ତମ ଦିନରେ ଭାରତର ସ୍କ୍ବାସ୍‌ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ସହ ଲଙ୍ଗ୍‌ ଡିଷ୍ଟାନ୍ସ ଇଭେଣ୍ଟ୍‌ର 10,000 ମିଟର ଦୌଡ଼ରେ କାର୍ତ୍ତିକଙ୍କୁ ରୌପ୍ୟ ଓ ଗୁଲବୀରଙ୍କୁ କାଂସ୍ୟ ପଦକ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.