ETV Bharat / sports

Asian Games 2023: ହକିରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୧୦-୨ ଗୋଲରେ ଏକତରଫା ବିଜୟୀ

author img

By ETV Bharat Odisha Team

Published : Sep 30, 2023, 10:52 PM IST

ଏସିଆନ୍ ଗେମ୍ସ ୨୦୨୩ ହକିରେ ପୁଲ-ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଭାରତ । ପାରମ୍ପାରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଏକତରଫା ଭାବେ ୧୦-୨ ଗୋଲ୍‌ରେ ହରାଇ ସେମିଫାଇନାଲ୍‌ରେ ସ୍ଥାନ ସୁନିଶ୍ଚିତ କରିଛି ଭାରତୀୟ ଦଳ । ଅଧିକ ପଢ଼ନ୍ତୁ...

ହକିରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ
ହକିରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ହାଙ୍ଗଝୌ: ଏସିଆନ୍ ଗେମ୍ସ ୨୦୨୩ରେ ଭାରତୀୟ ହକି ଦଳ ଦମଦାର ପ୍ରଦର୍ଶନ କରି ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି । ପୁଲ-ଏ ମ୍ୟାଚ୍‌ରେ ଭାରତୀୟ ଦଳ ପାରମ୍ପାରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଏକତରଫା ଭାବେ ୧୦-୨ ଗୋଲ୍‌ରେ ହରାଇ ସେମିଫାଇନାଲ୍‌ରେ ସ୍ଥାନ ସୁନିଶ୍ଚିତ କରିଛି । ସେପଟେ ଶୋଚନୀୟ ପରାଜୟ ପରେ ପାକିସ୍ତାନ ଦଳର ସେମି ଫାଇନାଲ୍ ରାସ୍ତା କଷ୍ଟକର ହୋଇପଡ଼ିଛି । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୪ଟି ଗୋଲ୍ ଦେଇଥିବାବେଳେ ବରୁଣ ୨ଟି ଗୋଲ୍ ଦେଇଥିଲେ । ସେହିପରି ଶମସେର, ମନଦୀପ, ଲଳିତ ଓ ସୁମିତ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ସ୍କ୍ବାଶ୍‌ରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ଜିତିଲା ଭାରତ

ତେବେ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ବିପକ୍ଷରେ ବଡ଼ ମ୍ୟାଚ୍‌ର ଚାପ ଥାଇ ମଧ୍ୟ ଆରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଭାବେ ଖେଳି ପ୍ରଥମାର୍ଦ୍ଧରେ ୨-୦ରେ ଅଗ୍ରଣୀ ହାସଲ କରିଥିଲା । ଦ୍ଵିତୀୟ କ୍ବାର୍ଟର ସୁଦ୍ଧା ଭାରତ ୪-୦ରେ ଆଗୁଆ ହୋଇଥିଲା । ଏହି ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳ ୮ମ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲା । ଏହାପରେ ୧୧ତମ ମିନିଟରେ ପେନାଲ୍ଟି ଷ୍ଟ୍ରୋକ୍‌ ଜରିଆରେ ଦ୍ଵିତୀୟ ଗୋଲ୍ ଦେଇଥିଲା । ପୁଣି ଦ୍ଵିତୀୟ ହାଫ ସରିବା ପୂର୍ବରୁ ସୁମିତ, ଲଳିତ ଓ ଗୁରଞ୍ଜତ ମିଳିତ ଭାବେ ଦମଦାର ପ୍ରଦର୍ଶନ କରି ଭାରତକୁ ୪-୦ରେ ଆଗୁଆ କରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: 10 ମିଟର ଏୟାର ରାଇଫଲ ମିକ୍ସ ଟିମ୍‌ ଇଭେଣ୍ଟ୍‌ରେ ଭାରତକୁ ରୌପ୍ୟ

ମ୍ୟାଚ୍‌ର ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତ ନିଜର ଲୟ ଜାରି ରଖି ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ପଞ୍ଚମ ଗୋଲ୍ ଦେଇଥିଲା । ଏହା ପରେ ପାକିସ୍ତାନ ପେନାଲ୍ଟି ଷ୍ଟ୍ରୋକରେ ଗୋଟିଏ ଗୋଲ୍ ଦେଇଥିଲେ ହେଁ ଭାରତ ଆଉ ଦୁଇଟି ଗୋଲ୍ ଦେଇଥିଲା । ତୃତୀୟ କ୍ବାର୍ଟର ସରିବା ପୂର୍ବରୁ ପାକିସ୍ତାନ ଆଉ ଗୋଟିଏ ଗୋଲ୍ ଦେଇ ମ୍ୟାଚ୍‌ରେ ୭-୨ ସ୍ଥିତିକୁ ଆସିଥିଲା । ସେପଟେ ଭାରତ ଶେଷ କ୍ଵାର୍ଟରରେ ନିଜ ଲୟ ଜାରି ରଖି ଆଉ ୩ଟି ଗୋଲ୍ କରିବା ସହିତ ମ୍ୟାଚ୍‌କୁ ୧୦-୨ରେ ଏକତରଫା ଭାବେ ବିଜୟ ହାସଲ କରିଥିଲା । ଏବେ ପୁଲ-ଏରେ ଭାରତର ଶେଷ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ରହିଛି । ତେବେ ପାକିସ୍ତାନ ବିପକ୍ଷରେ ଭାରତର ଏହା ସର୍ବବୃହତ ବିଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.