ETV Bharat / sports

ଜର୍ମାନୀଠୁ 5-0ରେ ହାରିଲା ଭାରତୀୟ ମହିଳା ହକି ଟିମ

author img

By

Published : Feb 27, 2021, 8:41 PM IST

World number three Germany defeat Indian women's hockey team 5
ଜର୍ମାନୀଠୁ 5-0ରେ ହାରିଲା ଭାରତୀୟ ମହିଳା ହକି ଟିମ

ବିଶ୍ବ ହକି ମାନ୍ୟତାର 3 ନମ୍ବର ସ୍ଥାନରେ ଥିବା ଜର୍ମାନୀ, ଭାରତୀୟ ମହିଳା ହକି ଟିମକୁ 5-0ରେ ହରାଇଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ବିଶ୍ବ ହକି ମାନ୍ୟତାର 3 ନମ୍ବର ସ୍ଥାନରେ ଥିବା ଜର୍ମାନୀ, ଭାରତୀୟ ମହିଳା ହକି ଟିମକୁ 5-0ରେ ହରାଇଛି । ଜର୍ମାନୀ ଗସ୍ତରେ ଥିବା ଭାରତୀୟ ଟିମ 4ଟି ମ୍ୟାଚ ବିଶିଷ୍ଟ ଟୁର୍‌ର ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ।

ଘରୋଇ ଟିମ ପକ୍ଷରୁ ପିଆ ମାର୍ଟିନସ ମ୍ୟାଚର 10ମ ଓ 14ତମ ମିନିଟରେ ଗୋଲ୍‌ କରିଥିଲେ । ପରେ ପାଉଲାଇନ ହେଇଞ୍ଜ 28ତମ ମିନିଟରେ ଓ ଲିସା ଆଲଟେନବର୍ଗ 41ତମ ମିନିଟରେ ଗୋଲ୍‌ କରିଥିଲେ । ପ୍ରଥମ କ୍ବାର୍ଟରରେ ମ୍ୟାଚର ଦ୍ବିତୀୟ ମିନିଟରେ ହିଁ ଭାରତକୁ ପେନାଲିଟ କର୍ଣ୍ଣର ମିଳିଥିଲେ ମଧ୍ୟ ଗୋଲ୍‌ରେ ପରିଣତ ହୋଇପାରିନଥିଲା ।

ଏହାପରେ ଶେଷ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଗୋଲ୍‌ ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଫଳରେ 5-0ର ବଡ ବ୍ୟବଧାନରେ ମ୍ୟାଚ ଜିତିଥିଲା ଜର୍ମାନୀ । ରବିବାର ଉଭୟ ଟିମ ମଧ୍ୟରେ ଦ୍ବିତୀୟ ମୁକାବିଲା ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.