ETV Bharat / sports

ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ: 'ଏକ ନୂଆ ଯୁଗର ଆରମ୍ଭ' କହିଲେ ରାଷ୍ଟ୍ରପତି

author img

By

Published : Aug 5, 2021, 10:23 AM IST

We can't keep calm: Anurag Thakur after Indian men's hockey team clinch bronze
ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ: 'ଏକ ନୂଆ ଯୁଗର ଆରମ୍ଭ' କହିଲେ ରାଷ୍ଟ୍ରପତି

ଟୋକିଓ ଅଲମ୍ପିକରେ ଜର୍ମାନୀଙ୍କୁ ୫-୪କୁ ହରାଇ ବ୍ରୋଞ୍ଜ ପଦକ ହାତେଇବା ସହ ଇତିହାସ ରଚିଛି ଟିିମ ଇଣ୍ଡିଆ ।

ନୂଆଦିଲ୍ଲୀ: ଅଗଷ୍ଟ ୫(ଗୁରୁବାର), ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇଛି । ଟୋକିଓ ଅଲମ୍ପିକରେ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଟିମ । ଏକଦା ଅଲମ୍ପିକ୍‌ ହକିରେ ଲଗାତାର ସ୍ବର୍ଣ୍ଣ ପଦକ ଜିତି ସଫଳତମ ଦେଶ ଥିବା ଭାରତ ୧୯୮୦ ପରେ ଆଉ କୌଣସି ପଦକ ଅଲମ୍ପିକ ହକି ପ୍ରତିଯୋଗିତାରେ ଜିତିବାକୁ ସକ୍ଷମ ହୋଇନଥିଲା । ମାତ୍ର ଟୋକିଓରେ ଦୀର୍ଘ ୪୧ ବର୍ଷର ଲମ୍ବା ଅପେକ୍ଷାର ଶେଷ ହୋଇଛି । ଜର୍ମାନୀଙ୍କୁ ୫-୪କୁ ହରାଇ ବ୍ରୋଞ୍ଜ ପଦକ ହାତେଇବା ସହ ଇତିହାସ ରଚିଛି ଟିିମ ଇଣ୍ଡିଆ ।

  • Brilliant in Blue 👏
    Congratulations Indian Men’s #Hockey Team on the spectacular victory to give us an Olympic medal after 41 long years. This historic win at #Tokyo2020 will inspire generation of sportspersons. All the very best for future. #Cheer4India @thehockeyindia

    — Naveen Patnaik (@Naveen_Odisha) August 5, 2021 " class="align-text-top noRightClick twitterSection" data=" ">

ଫଳରେ ସାରାଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସମସ୍ତ ଭାରତୀୟ ମନପ୍ରିତ ସିଂହଙ୍କ ନେତୃତାଧିନ ହକି ଖେଳାଳିଙ୍କ ପାଇଁ ଆଜି ଗର୍ବିତ ଅନୁଭବ କରୁଛନ୍ତି । ନାଚଗୀତ, ବାଣଫୁଟାଇ ଖେଳାଳିଙ୍କ ପରିବାର ଲୋକେ ଉତ୍ସବ ମନାଇବାରେ ଲାଗିଛନ୍ତି । ଖେଳାଳିଙ୍କ ପରିବାର ସଦସ୍ୟ ଖୁସିରେ ଭାବବିହ୍ବଳ ହେବାର ମଧ୍ୟ ଦେଖାଯାଇଛି । ହାତରେ ତ୍ରିରଙ୍ଗା ଓ ହକି ଧରି ସମସ୍ତ ଭାରତୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି ।

  • Historic! A day that will be etched in the memory of every Indian.

    Congratulations to our Men’s Hockey Team for bringing home the Bronze. With this feat, they have captured the imagination of the entire nation, especially our youth. India is proud of our Hockey team. 🏑

    — Narendra Modi (@narendramodi) August 5, 2021 " class="align-text-top noRightClick twitterSection" data=" ">

ପୁରୁଷ ହକି ଟିମର ଏହି ଐତିହାସିକ ସଫଳତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, ଆଇନ ମନ୍ତ୍ରୀ କିରଣ ରିଜିଜୁ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ଦେଶର ପ୍ରାୟ ସମସ୍ତ ରାଜନେତା, ବିଶିଷ୍ଟ ବ୍ୟକ୍ତି, କ୍ରୀଡାବିତ୍‌ ଶୁଭେଚ୍ଛା ବାର୍ତ୍ତା ଓ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି ।

ଶୁଭେଚ୍ଛା ସହ ପୁରୁଷ ହକି ଟିମ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ ଯୋଗେଁ ଲେଖିଛନ୍ତି," ୪୧ ବର୍ଷ ପରେ ଅଲମ୍ପିକ ହକି ପଦକ ଜିତିଥିବାରୁ ପୁରୁଷ ହକି ଟିମକୁ ଅନେକ ଅଭିନନ୍ଦନ । ଏହି ବିଜୟ ହକିର ଏକ ନୂଆ ଯୁଗର ଆରମ୍ଭ ହେବ । ଯୁବପିଢିଙ୍କୁ ଏହି ଖେଳ ପ୍ରତି ପ୍ରେରିତ କରିବ ।"

  • A BILLION CHEERS for INDIA 🇮🇳!

    Boys, you’ve done it !
    We can’t keep calm !#TeamIndia 🥉!

    Our Men’s Hockey Team dominated and defined their destiny in the Olympic history books today, yet again !

    We are extremely proud of you!#Tokyo2020 pic.twitter.com/n78BqzcnpK

    — Anurag Thakur (@ianuragthakur) August 5, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଷ ହକି ଟିମକୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ପୁରୁଷ ଟିମ ଉଦ୍ଦେଶ୍ୟରେ ଲେଖିଛନ୍ତି, "ଐତିହାସିକ, ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିରେ ଏହି ଦିନ ସ୍ମରଣୀୟ ହୋଇ ରହିବ ।" ବ୍ରୋଞ୍ଜ ପଦକ ଜିତଥିବାରୁ ଆମର ପୁରୁଷ ହକି ଟିମକୁ ଅଭିନନ୍ଦନ । ଏହି ସଫଳତା ସହ ସହିତ ସମଗ୍ର ଦେଶର ଆଶା ଓ ଭରସାକୁ ସଠିକ ପ୍ରମାଣିତ କରିବା ସହ ଗର୍ବିତ କରିଛନ୍ତି । ଆମର ହକି ଟିମ ପାଇଁ ଭାରତ ଗର୍ବିତ ।"

  • Congratulations to our men's hockey team for winning an Olympic Medal in hockey after 41 years. The team showed exceptional skills, resilience & determination to win. This historic victory will start a new era in hockey and will inspire the youth to take up and excel in the sport

    — President of India (@rashtrapatibhvn) August 5, 2021 " class="align-text-top noRightClick twitterSection" data=" ">
  • Congratulations to Indian Men’s Hockey Team! This is a big moment- the whole country is proud of your achievement.

    Well-deserved victory! #Olympics

    — Rahul Gandhi (@RahulGandhi) August 5, 2021 " class="align-text-top noRightClick twitterSection" data=" ">

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି, "ଅଭିନନ୍ଦନ ଭାରତୀୟ ପୁରୁଷ ହକି ଟିମ, ୪୧ ବର୍ଷ ପରେ ଐତିହାସିକ ବିଜୟ ଓ ଅଲମ୍ପିକ ପଦକ । ଏହା ଆଗାମୀ ପିଢିର କ୍ରୀଡାବିତ୍‌ଙ୍କୁ ପ୍ରେରିତ କରିବ । ଭବିଷ୍ୟତ ପାଇଁ ଶୁଭେଚ୍ଛା ।"

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁରୁଷ ହକି ଟିମକୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.