ETV Bharat / sports

ଓଡିଆ ଝିଅ ଦୀପଗ୍ରେସ ଏକ୍କା ଅଲମ୍ପିକ୍ସରେ ହକି ଟିମ ଇଣ୍ଡିଆର ଉପ-ଅଧିନାୟିକା

author img

By

Published : Jun 21, 2021, 5:53 PM IST

Tokyo Olympics: Rani to lead 16-member Indian women's hockey team
ଓଡିଆ ଝିଅ ଦୀପଗ୍ରେସ ଏକ୍କା ଅଲମ୍ପିକ୍ସରେ ହକି ଟିମ ଇଣ୍ଡିଆର ଉପ-ଅଧିନାୟିକା

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଟିମର ନେତୃତ୍ବ ନେବେ ରାନୀ ରାମପାଲ । ଓଡିଆ ଝିଅ ଦୀପଗ୍ରେସ ଏକ୍କା ଉପ-ଅଧିନାୟିକା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଟିମର ନେତୃତ୍ବ ନେବେ ରାନୀ ରାମପାଲ । ଏନେଇ ସୋମବାର ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଅଲମ୍ପିକ ଯୋଗ୍ୟ 16 ସଦସ୍ୟ ବିଶିଷ୍ଟ ମହିଳା ହକି ଟିମ ଭେଟେରାନ ଷ୍ଟ୍ରାଇକର ରାନୀଙ୍କ ନେତୃତ୍ବରେ ଖେଳିବ । ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ଅଭିଜ୍ଞ ଗୋଲ୍‌କିପର ସବିତା ପୁନିଆଙ୍କୁ ଦୁଇ ଉପ-ଅଧିନାୟିକା ଘୋଷଣା କରିଛି ହକି ଇଣ୍ଡିଆ ।

ରାନୀ କେବଳ ତାଙ୍କର ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରଥମ ପସନ୍ଦ ନୁହଁନ୍ତି ବରଂ ଟିମରେ ଥିବା ଯୁବ ଖେଳାଳିଙ୍କର ସଠିକ୍‌ ମାର୍ଗଦଶକ ହୋଇପାରିବେ । ସେଥିପାଇଁ ହକି ଇଣ୍ଡିଆ ମେଗା ଇଭେଣ୍ଟରେ ରାନୀଙ୍କ ଉପରେ ଗୁରୁ ଦାୟିତ୍ବ ନ୍ୟସ୍ତ କରିଛି । ରାନୀଙ୍କ ଅଧିନାୟିକାତ୍ବରେ ଭାରତୀୟ ଟିମ, 2017 ଏସିଆ କପ ବିଜୟ ଓ 2018 ଏସିଆନ ଗେମ୍ସରେ ରୌପ୍ୟ, 2018 ଏସିଆନ ଚମ୍ପିଆନସିପ ଟ୍ରଫିରେ ରୌପ୍ୟ ଓ 2019ରେ FIH ସିରିଜ ଫାଇନାଲ ବିଜୟ ସମେତ ଗତ 4 ବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

ରାନୀଙ୍କ ନେତୃତ୍ବରେ ଲଣ୍ଡନରେ 2018 FIH ମହିଳା ବିଶ୍ବକପ କ୍ବାର୍ଟର-ଫାଇନାଲରେ ପ୍ରଥମ ଥର ପ୍ରବେଶ କରିଥିଲା ଭାରତ । ଭୁବନେଶ୍ବରରେ ଖେଳାଯାଇଥିବା FIH ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମଧ୍ୟ ରାନୀଙ୍କ ଶେଷମୂହୂର୍ତ୍ତରେ ଚମତ୍କାର ଗୋଲ୍‌ ଯୋଗୁଁ USAକୁ ହରାଇ 6-5ରେ ଭାରତ ଟୋକିଓ ଟିକେଟ ହାସଲ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.