ETV Bharat / sports

ନବୀନଙ୍କ ଘୋଷଣା, ୨୦୩୩ ଯାଏଁ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା

author img

By

Published : Aug 17, 2021, 7:47 PM IST

Updated : Aug 17, 2021, 8:46 PM IST

Odisha will sponsor Hockey team india for ten more years, says CM Naveen patnaik
ନବୀନଙ୍କ ଘୋଷଣା, ଆଉ ଦଶବର୍ଷ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା

19:41 August 17

ନବୀନଙ୍କ ଘୋଷଣା, ଆଉ ଦଶବର୍ଷ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା

ନବୀନଙ୍କ ଘୋଷଣା, ୨୦୩୩ ଯାଏଁ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଆଉ ଦଶବର୍ଷ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା  । ବର୍ଷ ୨୦୧୮ରେ ପ୍ରଥମ କରି ଓଡିଶା ସରକାର ଭାରତୀୟ ହକିର ହାତ ଧରିଥିଲେ । ଏହି ଚୁକ୍ତି ୨୦୨୩ରେ ଶେଷ ହେଉଥିଲା ମାତ୍ର ଆହୁରି ୧୦ ବର୍ଷ ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ହକି ଟିମ ଇଣ୍ଡିଆର ପ୍ରାୟୋଜକ ରହିବେ ଓଡିଶା ସରକାର ।

ପୂର୍ବରୁ ପ୍ରାୟୋଜକ ଥିବା ସାହାରା ଓହରିଯାଇଥିଲା । ଫଳରେ ଦୁର୍ଦିନରେ ଭାରତୀୟ ହକିକୁ ସାହା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରିକେଟ ପ୍ରେମରେ ମତୁଆଲା ଭାରତ ଭଳି ଦେଶରେ ହକିକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ପଣ କରିଥିଲେ ନବୀନ । ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ କୌଣସି ଏକ ଜାତୀୟ ଟିମର ପ୍ରାୟୋଜକ ହେବାର ନିଆରା ରେକର୍ଡ କରିଥିଲା ଓ କ୍ରୀଡା ପ୍ରୋତ୍ସାହନରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିଲା  ।

ସମ୍ବର୍ଦ୍ଧନା ସମାରୋହରେ ନବୀନ କହିଛନ୍ତି, ଟୋକିଓ ୨୦୨୦ ଅଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମକୁ ସମ୍ବର୍ଦ୍ଧିତ କରି କୃତଜ୍ଞ । ହକି ଅଲମ୍ପିଆନଙ୍କ ସଫଳତା ପାଇଁ ଗର୍ବିତ । ଏହି ସ୍ମରଣୀୟ ଯାତ୍ରା ଦେଶର ଅନ୍ୟ ଖେଳାଳିଙ୍କ ପଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଶା  । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 17, 2021, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.