ETV Bharat / sports

କୋରୋନା ଭୟ ଭିତରେ ଭାରତୀୟ ହକି ଖେଳାଳିଙ୍କ ଅଲମ୍ପିକ ଅଭ୍ୟାସ ଜାରି

author img

By

Published : Mar 22, 2020, 7:53 AM IST

hockey india
ଭାରତୀୟ ପୁରୁଷ ଦଳର ଅଧିନାୟକ ଭାରତୀୟ ପୁରୁଷ ଦଳର ଅଧିନାୟକ ମନପ୍ରୀତ ସିଂମନପ୍ରୀତ ସିଂ

ମନପ୍ରୀତ ସିଂ ଓ ରାନୀ ରାମପାଳ ଖୁସି ଜାହାରି କରି କହିଛନ୍ତି ଯେ କୋରୋନା ଭାଇରାସର ଆତଙ୍କ ସତ୍ତ୍ବେ ସାବଧାନତା ସହ ଅଭ୍ୟାସ ଜାରି ରଖିଛୁ ।

ବେଙ୍ଗାଲୁରୁ: ସାରା ବିଶ୍ବକୁ ଘାରିଛି କୋରାନା ଭୟ । ଏହି ସମୟରେ କ୍ରୀଡା ଜଗତର ସମସ୍ତ ଗତିବିଧିକୁ ସ୍ଥିଗିତ କରାଯାଇଛି । କିନ୍ତୁ ଏହାର ପ୍ରଭାବ ଭାରତୀୟ ହକି ଟମ୍‌ ପୁରୁଷ କିମ୍ବା ମହିଳା ଦଳ ଉପରେ ପଡି ନାହିଁ । ଉଭୟ ଦଳ ଟୋକିଓ ଅଲମ୍ପିକ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଖେଳାଳିମାନେ ଓ ସର୍ପୋଟ ଷ୍ଟାଫ ବେଙ୍ଗୁଲର ସ୍ଥିତ କେନ୍ଦ୍ରରେ ସାବଧନତା ଅବଲମ୍ବନ କରୁଛନ୍ତି ।

hockey india
ମନପ୍ରୀତ ସିଂ

ହକି ଇଣ୍ଡିଆ ମୁତାବକ କ୍ୟାମ୍ପସରେ ନିୟମିତ ଅଭ୍ୟାସ ଜାରି ରହିଛି ଓ ବାହାରୁ କୌଣସି ବ୍ୟକ୍ତି ଭିତରକୁ ଆସି ପାରିବେ ନାହିଁ । ଭାରତୀୟ ପୁରୁଷ ଦଳର ଅଧିନାୟକ ମନପ୍ରୀତ ସିଂ କହିଛନ୍ତି ଯେ, କୋରାନା ଯୋଗୁଁ ଆମର ଅଭ୍ୟାସରେ କୌଣସି ପ୍ରଭାବ ପଡିନାହିଁ । ଆମେ ସବୁବେଳେ ନିଜ ହାତ ଧୋଉଛୁ ଓ ଶରୀର ତାପମାତ୍ରା ବି ଯାଞ୍ଚ କରୁଛୁ । ସାଇ ଅଧିକାରୀ ଏହାର ଧ୍ୟାନ ରଖିଛନ୍ତି ଆମେ ଯେପରି ସଠିକ୍‌ ପରିବେଶରେ ଅଭ୍ୟାସ କରିବୁ । ଆମର ସାଇ ଅଧିକାରୀ ଓ କୋଚ ଆମ ସହ ଅଛନ୍ତି ।

hockey india
ରାନୀ ରାମପାଲ

ମହିଳା ଟିମର ଅଧିନାୟିକା ରାନୀ ରାମପାଳ କହିଛନ୍ତି ୟେ, ଆମ ଟିମ୍‌ ଭାଗ୍ୟଶାଳୀ ଯେ ଆମେ ଅଭ୍ୟାସ କରି ପାରୁଛୁ । ଆମ ଟିମ କ୍ରମାଗତ ଭାବେ ଅଭ୍ୟାସ କରୁଛି ଓ ସମସ୍ତେ ପରିଶ୍ରମ କରୁଛନ୍ତି । ପ୍ରତିଦିନ ଆମର ସ୍ବାସ୍ଥ୍ୟ ପରିକ୍ଷା କରାଯାଉଛି ଓ ଜରୁରୀ ସାବଧନତା ଅବଲମ୍ବନ କରୁଛୁ । ସାଇ ଅଧିକାରୀ ଆମ ମାନଙ୍କ ଟୋକିଓ ଅଲମ୍ପିକର ପ୍ରସ୍ତୁତିରେ ବହୁତ ସାହାଯ୍ୟ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.