ETV Bharat / sports

କଳିଙ୍ଗରେ ଟିମ ଇଣ୍ଡିଆ ହାତେଇଲା ଅଲମ୍ପିକ ଟିକେଟ

author img

By

Published : Nov 2, 2019, 10:35 PM IST

Updated : Nov 2, 2019, 10:59 PM IST

ହକି ଟିମ ଇଣ୍ଡିଆ

ଭାରତୀୟ ମହିଳା ହକି ଦଳ ପରେ ରୁଷିଆକୁ 7-1 ବଡ଼ ବ୍ୟବଧାନରେ ହରାଇ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ।

ଭୁବନେଶ୍ବର: ଭାରତୀୟ ମହିଳା ହକି ଦଳ ପରେ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି ପୁରୁଷ ଦଳ । ଯୋଗ୍ୟତାର ପର୍ଯ୍ୟାୟ 2ୟ ମ୍ୟାଚରେ ରୁଷିଆକୁ 7-1 ବଡ଼ ବ୍ୟବଧାନରେ ହରାଇଛି ଭାରତ । ଏଥିସହିତ କଳିଙ୍ଗ ଷ୍ଟାଡିୟମରେ ଟୋକିଓ ଅଲମ୍ପିକ ଟିକେଟ ହାସଲ କରିଛି।


ଗତକାଲି ଖେଳା ଯାଇଥିବା ଯୋଗ୍ୟତାର ପର୍ଯ୍ୟାୟର ପ୍ରଥମ ମ୍ୟାଚରେ 4 -2 ଗୋଲରେ ବିଜୟୀ ହୋଇଥିଲା ଭାରତ। ଶନିବାର ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ସହ 7-1 ରେ ବିଜୟ ହାସଲ କରିଛି । ଏହା ସହ ମ୍ୟାଚ ଏଗ୍ରିଗେଟ ଗୋଲ 11-3 ଅନୁସାରେ ଭାରତୀୟ ଦଳ ବହୁ ଆଗରେ ରହିବା ସହ 2020 ରେ ଜାପାନରେ ଖେଳା ଯିବାକୁ ଥିବା ଅଲମ୍ପିକ ଖେଳିବାର ସୌଭାଗ୍ୟ ଲାଭ କରିଛି।

ତେବେ ଆଜି ମ୍ୟାଚର ଆରମ୍ଭରେ ରୁଷିଆ ପ୍ରଥମ ଗୋଲ ଦେଇଥିଲା । ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତୀୟ ଫ୍ୟାନ୍ସ ଆଶଙ୍କରେ ରହିଥିଲେ । କଳିଙ୍ଗ ଷ୍ଟାଡିୟମ ନୀରବ ହୋଇଯାଇଥିଲା। ମାତ୍ର ଦ୍ଵିତୀୟ କ୍ବାର୍ଟର ଆରମ୍ଭର 2ମିନିଟ ଅର୍ଥାତ ମ୍ୟାଚର 17 ମିନିଟରେ ଭାରତୀୟ ଖେଳାଳି ଗୋଲ କରି ସ୍କୋର ବରାବର କରିଥିଲେ।

ପରେ ଭାରତୀୟ ଦଳ ଏହି କ୍ବାଟରରେ ନିୟମିତ ବ୍ୟବଧାନରେ ଆଉ ଦୁଇଟି ଗୋଲ ଦେଇ ଦଳର ସ୍ଥିତିକୁ ମଜବୁତ କରିଥିଲେ। ତେବେ ତୃତୀୟ କ୍ବାଟରଟି ଗୋଲ ଶୂନ୍ୟ ରହିଥିବା ବେଳେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଭାରତୀୟ ଖେଳାଳି ରୁଷିଆ ଟିମ ଉପରେ ପ୍ରଭାବ ବିସ୍ତାର କରିବା ସହ 4ଟି ଗୋଲ ସ୍କୋର କରିଥିଲେ । ମ୍ୟାଚ ଶେଷବେଳକୁ ଟିମ 7-1ରେ ରୁଷିଆ ଟିମକୁ ହରାଇ ବଡ଼ ବିଜୟ ସହ ଅଲମ୍ପିକ ଟିକେଟ ହାତେଇଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ


Intro:ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ର ଦ୍ଵିତୀୟ ମ୍ୟାଚରେ ରୁଷିଆ କୁ ବଡ଼ ବ୍ୟବଧାନ ରେ ହରାଇବା ସହ ଟୋକିଓ ଅଲମ୍ପିକ ରେ ଅଂଶଗ୍ରହଣ ପାଇଁ ଟିକେଟ ହାସଲ କରିଛି ଭାରତୀୟ ପୁରୁଷ ହକି ଟିମ।


Body:ଗତକାଲି ଖେଳା ଯାଇଥିବା ପ୍ରଥମ ମ୍ୟାଚ ରେ 4 -2 ବ୍ୟବଧାନ ରେ ମ୍ୟାଚ ଜିତିଥିବା ଭାରତୀୟ ଦଳ କିନ୍ତୁ ଆଜି ବେଶ ଭଲ ପ୍ରଦର୍ଶନ କରିବା ସହ 7-1 ରେ ବିଜୟ ହାସଲ କରିଛି।ଏହା ସହ ମ୍ୟାଚ ଏଗ୍ରିଗେଟ ଗୋଲ 11-3 ଅନୁସାରେ ଭାରତୀୟ ଦଳ ବହୁ ଆଗରେ ରହିବା ସହ 2020 ରେ ଜାପାନ ରେ ଖେଳା ଯିବାକୁ ଥିବା ଗ୍ରୀଷ୍ମ କାଳୀନ ଅଲମ୍ପିକ ଖେଳିବାର ସୌଭାଗ୍ୟ ଲାଭ କରିଛି।
ଆଜିର ଖେଳ ଆରମ୍ଭ ରୁ ରୁଷିଆ ପ୍ରଥମ କ୍ବାଟର ର ପ୍ରଥମ ମିନିଟ ରେ ଗୋଲ ଦେଇ ଭାରତୀୟ ଦର୍ଶକଙ୍କ ମନରେ ଭୟ ଜାତ କରାଇଥିଲା।ତେବେ ଦ୍ଵିତୀୟ କ୍ବାଟର ଆରମ୍ଭ ର 2ମିନିଟ ଆର୍ଥତ ମ୍ୟାଚ ର 17 ମିନିଟ ରେ ଭାରତୀୟ ଖେଳାଳି ଗୋଟେ ଗୋଲ ଦେବା ସହ ସ୍କୋର ବରାବର କରିଥିଲେ।ପରେ ଭାରତୀୟ ଦଳ ଏହି କ୍ବାଟର ରେ ନିୟମିୟ ବ୍ୟବଧାନରେ ଆଉ ଦୁଇଟି ଗୋଲ ଦେଇ ଦଳର ସ୍ଥିତି ମଜବୁତ କରିଥିଲେ।ତେବେ ତୃତୀୟ କ୍ବାଟରଟି ଗୋଲ ଶୂନ୍ୟ ରହିଥିବା ବେଳେ ଚତୁର୍ଟ ତଥା ଶେଷ କ୍ବାଟରରେ ଭାରତୀୟ ଖେଳାଳିମାନେ ରୁଷିଆ ଟିମ ଉପରେ ପ୍ରଭାବ ବିସ୍ତାର କରିବା ସହ 4ଟି ଗୋଲ ସ୍କୋର କରିଥିଲେ।ଏହି ମ୍ୟାଚ ରେ ଟିମ 7-1ରେ ରୁଷିଆ ଟିମ କୁ ହରାଇ ଏହି ବଡ଼ ବିଜୟ ଲାଭ କରିଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।


Conclusion:
Last Updated :Nov 2, 2019, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.