ETV Bharat / sports

ISL 2021-22: ଟେବୁଲ ଟପର ମୁମ୍ବାଇ ସିଟି ଏଫସିକୁ ହରାଇଲା ଓଡିଶା

author img

By

Published : Jan 3, 2022, 10:57 PM IST

ISL 2021-22: Odisha FC defeat Mumbai City 4-2
ISL 2021-22: ଟେବୁଲ ଟପର ମୁମ୍ବାଇ ସିଟି ଏଫସିକୁ ହରାଇଲା ଓଡିଶା

ଇଣ୍ଡିଆନ ସୁପର ଲିଗ୍‌(ISL) 2021-22ରେ ସୋମବାର ଖେଳାଯାଇଥିବା ମୁକାବିଲାରେ ଓଡିଶା ଏଫସିର ଦମଦାର ବିଜୟ । ଟେବୁଲ ଟପର ମୁମ୍ବାଇ ସିଟି ଏଫସିକୁ ୪-୨ରେ ହରାଇଲା ଓଡିଶା । ଅଧିକ ପଢନ୍ତୁ

ପଣଜୀ(ଗୋଆ): ଇଣ୍ଡିଆନ ସୁପର ଲିଗ୍‌(ISL) 2021-22ରେ ସୋମବାର ଖେଳାଯାଇଥିବା ମୁକାବିଲାରେ ଓଡିଶା ଏଫସିର ଦମଦାର ବିଜୟ । ଟେବୁଲ ଟପର ମୁମ୍ବାଇ ସିଟି ଏଫସିକୁ ୪-୨ରେ ହରାଇଲା ଓଡିଶା । ତିଳକ ମୈଦାନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡିଶା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଓଡିଶା ପକ୍ଷରୁ ଆରିଦାଇ କେବ୍ରାରା ମ୍ୟାଚ୍‌ ଆରମ୍ଭର ଚତୁର୍ଥ ମିନିଟରେ ପ୍ରଥମ ଗୋଲ୍‌ ସ୍କୋର କରି ଟିମକୁ ଆଗୁଆ କରାଇଥିଲେ । ମାତ୍ର ଏକାଦଶତମ ମିନିଟରେ ମୁମ୍ବାଇ ସିଟି ଖେଳାଳି ଅହମ୍ମଦ ଜାହୋ ଗୋଲ୍‌ କରିବା ସହ ସ୍କୋର ବରାବର କରିଥିଲେ । ପରେ ୩୮ତମ ମିନିଟରେ ଅନଗୋଲୋ ଗୋଲ୍‌ କରିଥିଲେ । ମାତ୍ର ମାୱିମିଙ୍ଗଥାନା ମ୍ୟାଚ୍‌ର ୭୦ ଓ ୭୭ତମ ମିନିଟରେ ଦୁଇଟି ଗୋଲ୍‌ କରିଥିଲେ । ପରେ ଓଡିଶା ପକ୍ଷରୁ ଚତୁର୍ଥ ଗୋଲ୍‌ କରିଥିଲେ ଜୋନାଥାସ ।

ମୁମ୍ବାଇ ସିଟି ଏଫସି ପରବର୍ତ୍ତୀ ମୁକାବିଲା ଶୁକ୍ରବାର ଇଷ୍ଟ ବେଙ୍ଗଲ ସହ ଖେଳିବ ଅନ୍ୟପଟେ ଓଡିଶା ଏଫସି ATK ମୋହୁନ ବଗାନ ବିପକ୍ଷରେ ଶନିବାର ଖେଳିବ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.