ETV Bharat / sports

ISL ଫାଇନାଲ: ମୁମ୍ବାଇ ସିଟି ଏଫସିକୁ ପାଣ୍ଡ୍ୟାଙ୍କ ଶୁଭେଚ୍ଛା

author img

By

Published : Mar 13, 2021, 6:58 PM IST

BRING THE TITLE WHERE IT BELONGS HARDIK AND MI BOYS WISH MUMBAI CITY FC AHEAD OF ISL FINAL
ISL ଫାଇନାଲ: ମୁମ୍ବାଇ ସିଟି ଏଫସିକୁ ପାଣ୍ଡ୍ୟାଙ୍କ ଶୁଭେଚ୍ଛା

ଇଣ୍ଡିଆନ ସୁପର ଲିଗ(ISL) ଫାଇନାଲ ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ମୁମ୍ବାଇ ସିଟି ଏଫସିକୁ ବିଜୟ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ମାର୍ଗାଓ(ଗୋଆ): ଇଣ୍ଡିଆନ ସୁପର ଲିଗ(ISL) ଫାଇନାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ମୁମ୍ବାଇ ସିଟି ଏଫସିକୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଶନିବାର ଆଇଏସଏଲର ହାଇଭୋଲଟେଜ ଟାଇଟେଲ ମୁକାବିଲାରେ ମୁମ୍ବାଇ ATK ମୋହୁନ ବଗାନ ସହ ମୁହାଁମୁହିଁ ହେବ ।

ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ସର୍ବିଗିଓ ଲୋବେରାଙ୍କ ମୁମ୍ବାଇ କ୍ଳବକୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ କ୍ରିକେଟ ପରିଚାଳନା ନିର୍ଦ୍ଦେଶକ ଜାହୀର ଖାନ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାମ୍ପର ସମସ୍ତ ଖେଳାଳି ମୁମ୍ବାଇ ସିଟିଏଫସିକୁ ସମର୍ଥନ କରୁଥିବା କହିଛନ୍ତି ।

ହାର୍ଦ୍ଦିକଙ୍କ ଶୁଭେଚ୍ଛାବାର୍ତ୍ତା ଭିଡିଓ ମୁମ୍ବାଇ ସିଟି ଏଫସି ଟ୍ବିଟର ପେଜ୍‌ରେ ସେୟାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.