ETV Bharat / sports

Ind Vs SA: ଆଜି ତୃତୀୟ ଟି-ଟ୍ବେଣ୍ଟି, ଭାରତ ପାଇଁ କର ବା ମର ସ୍ଥିତି

author img

By

Published : Jun 14, 2022, 9:10 AM IST

ଆଜି ତୃତୀୟ ଟି-ଟ୍ବେଣ୍ଟି
ଆଜି ତୃତୀୟ ଟି-ଟ୍ବେଣ୍ଟି

ଆଜି (ମଙ୍ଗଳବାର) ଘରୋଇ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ବିଶାଖାପାଟନମର ୱାଇ.ଏସ ରାଜାଶେଖର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ । ଅଧିକ ପଢନ୍ତୁ

ବିଶାଖାପାଟନମ: ଆଜି (ମଙ୍ଗଳବାର) ଘରୋଇ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ବିଶାଖାପାଟନମର ୱାଇ.ଏସ ରାଜାଶେଖର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ୍‌ । ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ସାରିଛି ଭାରତ । 5 ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଜି ଭାରତ ପାଇଁ କର ବା ମର ସଦୃଶ ହୋଇଛି । ପ୍ରଥମ 2 ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକା 2-0ରେ ଆଗୁଆ ଅଛି । ସରିଜକୁ ବଞ୍ଚାଇ ରଖିବାକୁ ଭାରତକୁ ଆଜିର ମ୍ୟାଚ ଜିତିବାକୁ ହେବ । ପୂର୍ବ ପରାଜୟ ପୀଡାକୁ ଭୁଲି ଯୁବ ଅଧିନାୟକ ପନ୍ତଙ୍କୁ ଦୃଢ ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପଡିବ ।

ନୂଆଦିଲ୍ଲୀରେ ପ୍ରଥମ ଓ କଟକ ବାରବାଟୀରେ ଦ୍ବିତୀୟ ମ୍ୟାଚରେ ପରାସ୍ତ ହୋଇସାରିଛି ଭାରତ । ଯଦି ଆଜିର ମ୍ୟାଚ ସଫଳ ନ ହୁଏ ତେବେ ଭାରତ ହାତରୁ ସିରିଜ ଖସିଯିବ । ଆଗାମୀ 3 ମ୍ୟାଚ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି । ବୋଲିଂ ଓ ଫିଲ୍ଡିଂରେ ଦୁର୍ବଳ ପ୍ରଦର୍ଶନ ଦଳ ପାଇଁ ଭାରି ପଡିଛି । କଟକରେ ଭୁବନେଶ୍ବର କୁମାର ବୋଲିଂରେ ସଫଳ ହୋଇଥିଲେ ବି ଅନ୍ୟ ବୋଲର ବିଫଳ ହୋଇଥିଲେ । ଭାରତ ପାଇଁ ଅଧିନାୟକ ଋଷବ ପନ୍ତଙ୍କ ବ୍ୟକ୍ତଗତ ପ୍ରଦର୍ଶନ ଓ ନେତୃତ୍ବ ଚିନ୍ତାର କାରଣ ହୋଇଛି । ଆଜି ତାଙ୍କୁ ନିଜକୁ ପ୍ରମାଣିତ କରିବାକୁ ହେବ । ଆଗାମୀ 3 ମ୍ୟାଚକୁ ପନ୍ତ କିପରି ହାତଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ଆଜି ଦୀପକ ହୁଡ୍ଡାଙ୍କୁ ଖେଳାଯିବାର ସମ୍ଭାବନା ରହିଛି ।

ଦକ୍ଷିଣ ଆଫ୍ରିକା ଦଳରେ ଏକାଧିକ ବାମହାତୀ ଥିବାକୁ ହୁଡ୍ଡାଙ୍କ ଅଫସ୍ପିନ ସଫଳତା ଆଣିପାରେ । ସେହିପରି ଅଭେସ ଖାନଙ୍କ ବଦଳରେ ଉମ୍ରାନ ମଲ୍ଲିକ କିମ୍ବା ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଦଳରେ ଜଣଙ୍କୁ ସ୍ଥାନ ମିଳିପାରେ । ଦଳକୁ ଜିତିବାକୁ ହେଲେ ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ବିଶେଷ କରି ମିଲର, ଡୁସେନ ଏବଂ କ୍ଲାସେନଙ୍କ ବ୍ୟାଟିଂରେ ବ୍ରେକ ଲଗାଇଲେ ଭାରତ ପାଇଁ ବିଜୟ ସହଦ ହେବ । ସେପଟେ ଦୁଇଟି ମ୍ୟାଚ ଜିତିବା ପରେ ଦକ୍ଷିଣ ଆଫ୍ରିକାର ମନୋବଳ ସୃଦୁଢ ରହିଛି । ଆଜିର ମ୍ୟାଚ ଜିତିବାକୁ ଦଳ କୌଣସି ସୁଯୋଗ ହାତଛଡା କରିବ ନାହିଁ । ଦଳର ସବୁ ବିଭାଗର ପ୍ରଦର୍ଶନ ଭଲ ରହିଛି ।

ଏହା ସହ ବିଜୟ ଦ୍ବାରମୁହାଁ ହେଉଛି ଦଳ । ଆଜିର ମ୍ୟାଚ ଜିତିରେ ସିରିଜ କବଜା କରି ନେବ ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚରେ ମିଲର ଓ ଡୁସେନ ଏବଂ ଦ୍ବିତୀୟ ମ୍ୟାଚରେ କ୍ଲାସେନ ମ୍ୟାଚ ବିଜୟୀ ଇନିଂସ ଖେଳିଛନ୍ତି ଆଜି ତାଙ୍କ ଉପରେ ସମସ୍ତ ନଜର ରହିବ । ବିଶାଖାପାଟନମ ପିଚ ଲୋ ସ୍କୋରିଂ ରହିଛି । ଏହି ଟ୍ରାକ ବ୍ୟାଟ୍ସମ୍ୟାନଙ୍କ ପାଇଁ ଜଟିଳ ରହିବ ବୋଲି ଅନୁମାନ କରାଯାଉଛି । ଅଧିନାୟକ ଟେମ୍ବା ବଭୁମା କଟକରେ ଉପଯୋଗୀ ପାରି ଖେଳିଥିଲେ । ବୋଲିଂ ବିଭାଗରେ କାଗିଶୋ ରାବାଡା, ନର୍ଜେ ଓ ୱେନ ପାର୍ନେଲ ଘାତକ ସାବ୍ୟସ୍ତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.