ETV Bharat / sports

ପୁଣି ଶୂନରେ ଆଉଟ୍‌ କୋହଲି, ଅଲୋଡା ରେକର୍ଡରେ ଦ୍ରାବିଡଙ୍କୁ ଟପିଲେ

author img

By

Published : Jan 21, 2022, 6:06 PM IST

South Africa vs India: Virat Kohli goes past Rahul Dravid in unwanted list after getting out for 0 in 2nd ODI
ପୁଣି ଶୂନରେ ଆଉଟ୍‌ କୋହଲି, ଅଲୋଡା ରେକର୍ଡରେ ଦ୍ରାବିଡଙ୍କୁ ଟପିଲେ

ଏକଦିବସୀୟ କ୍ରିକେଟରେ ଶୂନରେ ଆଉଟ୍‌ ହେବାରେ ବିରାଟ କୋହଲିଙ୍କ ଏହା ୧୪ତମ ଅବସର ହୋଇଛି । ଏହାମଧ୍ୟ ପ୍ରଥମ ଥର ପାଇଁ ଯେ, ଜଣେ ସ୍ପିନରଙ୍କ ଦ୍ବାରା ୫୦ ଓଭର ଫର୍ମାଟରେ ବିରାଟ ବିନା କୌଣସି ରନ୍‌ କରି ଆଉଟ୍‌ ହୋଇଛନ୍ତି । ଏହାମଧ୍ୟ ପଢନ୍ତୁ

ପର୍ଲ(ଦକ୍ଷିଣ ଆଫ୍ରିକା): ପୂର୍ବତନ ଭାରତୀୟ କ୍ୟାପଟେନ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଛନ୍ତି । ପର୍ଲର ବୋଲାଣ୍ଡ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋହଲି ୫ଟି ବଲ୍‌ର ସାମ୍ନା କରି ବାମହାତୀ ସ୍ପିନର କେଶବ ମହାରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଛନ୍ତି ।

ବିରାଟ ନିଜର ସଟ୍‌ ଖେଳିବାକୁ ଯାଇ ଶେଷ ମୂହୂର୍ତ୍ତରେ ମନପରିବର୍ତ୍ତନ କରିଥିବା ଦେଖିଯାଇଥିଲା । ଫଳସ୍ବରୂପ ଅଳସୁଆ ପ୍ରୟାସରେ ଭାରତୀୟ ଇଂନିସର ୧୩ତମ ଓଭରରେ ନିଜର ୱିକେଟ ହରାଇଥିଲେ । ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜରେ ୦-୧ରେ ପଛୁଆ ଥିବା ଭାରତ ପାଇଁ ଏହି ମ୍ୟାଚ୍‌ 'କର ବା ମର' ସଦୃଶ ହୋଇଛି । କ୍ୟାପଟେନ କେଏଲ ରାହୁଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ଏକଦିବସୀୟ କ୍ରିକେଟରେ ଶୂନରେ ଆଉଟ୍‌ ହେବାରେ ବିରାଟ କୋହଲିଙ୍କ ଏହା ୧୪ତମ ଅବସର ହୋଇଛି । ଏହାମଧ୍ୟ ପ୍ରଥମ ଥର ପାଇଁ ଯେ, ଜଣେ ସ୍ପିନରଙ୍କ ଦ୍ବାରା ୫୦ ଓଭର ଫର୍ମାଟରେ ବିରାଟ ବିନା କୌଣସି ରନ୍‌ କରି ଆଉଟ୍‌ ହୋଇଛନ୍ତି । ଶୁକ୍ରବାର ଶୂନରେ ଆଉଟ୍‌ ହେବାପରେ କୋହଲି, ଏକଦିବସୀୟ କ୍ରିକେଟରେ ସର୍ବାଧିକ ଶୂନରେ ଆଉଟ୍‌ ହୋଇଥିବାର ଅଲୋଡା ରେକର୍ଡ ତାଲିକାରେ ପୂର୍ବତନ କ୍ୟାପଟେନ ଓ ବର୍ତ୍ତମାନର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଓ କପିଳ ଦେବଙ୍କୁ ଟପିଯାଇଛନ୍ତି ।

ଦିନିକିଆ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଥିବା ଭାରତୀୟ ଖେଳାଳି

  • ସଚିନ ତେନ୍ଦୁଲକର ୨୦ ଥର
  • ଜଗଭଲ ଶ୍ରୀନାଥ ୧୯ ଥର
  • ଅନିଲ କୁମ୍ବଲେ ୧୮ ଥର
  • ଯୁବରାଜ ସିଂହ ୧୮ ଥର
  • ହରଭଜନ ସିଂହ ୧୭ ଥର
  • ସୌରଭ ଗାଙ୍ଗୁଲି ୧୬ ଥର
  • ଜାହିର ଖାନ- ୧୪ ଥର
  • ବିରାଟ କୋହଲି ୧୪ ଥର
  • ସୁରେଶ ରାଇନା ୧୪ ଥର
  • ବିରେନ୍ଦ୍ର ସେହ୍ବାଗ- ୧୪ ଥର
  • ରାହୁଲ ଦ୍ରାବିଡ- ୧୩ ଥର
  • କପିଳ ଦେବ- ୧୩ ଥର

ଅନ୍ତର୍ଜାତୀୟ କ୍ରିକେଟରେ ୬୪ଟି ଇଂନିସରେ ବିରାଟ କୋହଲି କୌଣସି ଶତକ ହାସଲ କରିପାରିନାହାନ୍ତି । ଏହି ସମୟ ମଧ୍ୟରେ ସପ୍ତମ ଥର ସେ ଶୂନରେ ଆଉଟ୍‌ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.