ETV Bharat / sports

IND vs SA 3rd ODI: ଦମ ଦେଖାଇଲେ ସ୍ପିନର, ଦକ୍ଷିଣ ଆଫ୍ରିକା ୯୯ ରନରେ ଅଲଆଉଟ

author img

By

Published : Oct 11, 2022, 4:37 PM IST

Updated : Oct 11, 2022, 5:28 PM IST

ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ୨୭.୧ ଓଭରରେ ମାତ୍ର ୯୯ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଛି ଭ୍ରମଣକାରୀ ଦଳ । ସିରିଜ ହାତେଇବା ପାଇଁ ଭାରତକୁ ମାତ୍ର ୧୦୦ ରନର ଟାର୍ଗେଟ । ଅଧିକ ପଢ଼ନ୍ତୁ

IND vs SA 3rd ODI: ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ଭାରତ ଆଗରେ ୧୦୦ ରନ ଟାର୍ଗେଟ
IND vs SA 3rd ODI: ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ଭାରତ ଆଗରେ ୧୦୦ ରନ ଟାର୍ଗେଟ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଭ୍ରମଣକାରୀ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ୨୭.୧ ଓଭରରେ ମାତ୍ର ୯୯ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଛି ଭ୍ରମଣକାରୀ ଦଳ । ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ହେନରିଚ କ୍ଲାସିନ ସର୍ବାଧିକ ୩୪ ରନ ସଂଗ୍ରହ କରିଥିବା ବେଳେ ଜାନେମାନ ମଲାନ ୧୫ ଓ ମାର୍କୋ ଜାନସେନ ୧୪ ରନ ସଂଗ୍ରହ କରିଛନ୍ତି । ତେବେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନାହାନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚକୁ ରୋହିତ ବାହିନୀ ୨-୧ରେ ହାତେଇବା ପରେ ଶିଖର ଧାୱନଙ୍କ ନେତୃତ୍ବରେ ଦିନିକିଆ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ତେବେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ବିତୀୟ ଦିନିକିଆ ଜିତି ସିରିଜ ବରାବର କରିଥିଲା ଶିଖର ବାହିନୀ । ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସିରିଜ ହାତେଇବାକୁ ଉଭୟ ଦଳ ଲକ୍ଷ୍ୟ ରଖିଥିବା ବେଳେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିପାରି ନାହାଁନ୍ତି ଦକ୍ଷିଣ ଆଫ୍ରିକୀୟ ବ୍ୟାଟର । ଫଳରେ ୨୭.୧ ଓଭରରେ ମାତ୍ର ୯୯ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଛି ଭ୍ରମଣକାରୀ ଦଳ ।

ମ୍ୟାଚ ଆରମ୍ଭରୁ ହିଁ ଦକ୍ଷିଣ ଆଫ୍ରିକା ଉପରେ ଚାପ ପକାଇଥିଲେ ଭାରତୀୟ ସ୍ପିନର । ତୃତୀୟ ଓଭରରେ ୱାଶିଂଟନ ସୁନ୍ଦରଙ୍କ ବଲକୁ ସାମ୍ନା କରିନପାରି ଅଭେଶ ଖାନଙ୍କ ହାତରେ ଧରା ପଡ଼ିଥିଲେ ଦକ୍ଷିଣ ଆଫ୍ରିକୀୟ ୱିକେଟ ରକ୍ଷକ ବ୍ୟାଟର କ୍ବିଣ୍ଟନ ଡିକକ୍‌ । ଏହାପରେ ପିଚରେ କିଛି ସମୟ ସଂଘର୍ଷ କରିଥିଲେ ମଧ୍ୟ ମାତ୍ର ୧୫ ରନ କରି ଯୁବ ପେସର ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ ଓପନର ଜାନେମାନ ମଲାନ । ଏହାପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କ୍ରମର ବିପର୍ଯ୍ୟୟ ଘଟିଥିଲା । ବୋଲିଂ ଅଲରାଉଣ୍ଡର ମାର୍କୋ ଜାନସେନ ଶେଷ ପର୍ଯ୍ୟନ୍ତ ପିଚରେ ରହିଥିଲେ ମଧ୍ୟ ୧୯ ବଲରୁ ୧୪ ରନ ସଂଗ୍ରହ କରି ଶେଷ ୱିକେଟ ଭାବରେ କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ । ତେବେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ମାତ୍ର ୯୯ ରନ କରିଥିବା ବେଳେ ଏହା ଭାରତ ବିପକ୍ଷରେ ଏହି ଦଳର ସବୁଠାରୁ ନିମ୍ନ ସ୍କୋର ।

ସେପଟେ ଆଜିର ମ୍ୟାଚରେ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଥିଲା । କୁଲଦୀପ ଯାଦବ ୪.୧ ଓଭର ବୋଲିଂ କରିଥିବା ବେଳେ ୧୮ ରନ ଦେଇ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ସେହିଭଳି ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ଓ ଶାହାବାଜ ଅହମ୍ମଦ ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ଫଳରେ ଭାରତକୁ ସିରିଜ ହାତେଇବା ପାଇଁ ମାତ୍ର ୧୦୦ ରନର ଟାର୍ଗେଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 11, 2022, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.