ETV Bharat / sports

ଅଷ୍ଟ୍ରେଲିଆ ସିରିଜକୁ ନେଇ ରାହାଣେଙ୍କ ବୟାନ, କହିଲେ ରଣନୀତି ମୋର ପ୍ରଶଂସା ଅନ୍ୟର

author img

By

Published : Feb 11, 2022, 3:09 PM IST

ଅଷ୍ଟ୍ରେଲିଆ ସରିଜକୁ ନେଇ ରାହାଣେଙ୍କ ବୟାନ
ଅଷ୍ଟ୍ରେଲିଆ ସରିଜକୁ ନେଇ ରାହାଣେଙ୍କ ବୟାନ

୨୦୨୦-୨୧ରେ ଅଷ୍ଟ୍ରେଲିଆରେ ଭାରତ ପାଇଁ ଐତିହାସିକ ସଫଳତା ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨-୧ରେ ଟେଷ୍ଟ ସିରିଜ ଜିତିଥିଲା । ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ଭାରତ ୩୬ ରନରେ ଅଲଆଉଟ ହୋଇଥିଲା । ସ୍ଥିତି ଏକଦମ ସଙ୍ଗୀନ ଥିଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ୨୦୨୦-୨୧ରେ ଅଷ୍ଟ୍ରେଲିଆରେ ଭାରତ ପାଇଁ ଐତିହାସିକ ସଫଳତା ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨-୧ରେ ଟେଷ୍ଟ ସିରିଜ ଜିତିଥିଲା । ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ଭାରତ ୩୬ ରନରେ ଅଲ ଆଉଟ ହୋଇଥିଲା । ସ୍ଥିତି ଏକଦମ ସଙ୍ଗୀନ ଥିଲା । ସିରିଜକୁ ଫେରିବାର ଆଶା ଏକପ୍ରକାର ମଉଳି ଯାଇଥିଲା । ଜଣଙ୍କ ପରେ ଜଣେ ଖେଳାଳି ଆହତ ହୋଇଥିଲେ । ତଥାପି ଦଳ ହାରି ନଥିଲା । ରାହାଣେଙ୍କ ରଣନୀତିରେ ଭାରତ ୨ଟି ଟେଷ୍ଟ ଜିତିବା ସହ ଗୋଟିଏକୁ ଡ୍ର ରଖି ସିରିଜ ବିଜୟୀ ହୋଇଥିଲା ।

ବର୍ତ୍ତମାନ ସିରିଜ ନେଇ ସସମ୍ତଙ୍କୁ ଚକିତ କଲା ଭଳି କିଛି ବୟାନ ଦେଇଛନ୍ତି ରାହାଣେ । ସେ କହିଛନ୍ତି ସିରିଜ ବିଜୟରେ ସମସ୍ତ ରଣନୀତି ମୋର ଥିଲା ହେଲେ ପ୍ରଶଂସା ଅନ୍ୟଙ୍କୁ ମିଳିଲା । ଏପରି କହି ରାହାଣେ ରବି ଶାସ୍ତ୍ରୀଙ୍କୁ ପରୋକ୍ଷରେ ଆକ୍ଷେପ କରିଥିବା ଅନୁମାନ କରାଯାଉଛି । ସବୁ ପ୍ରତିକୂଳ ପରିସ୍ଥିତିରେ ସତ୍ତ୍ବେ ଅଜିଙ୍କ୍ୟ ରାହାଣେ ମେଲବର୍ଣ୍ଣରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ଶତକ ହାସଲ କରିଥିଲେ । ୧-୧ରେ ସ୍ଥିତି ବରାବର ହୋଇଥିଲା । ସିଡନୀରେ ଅନୁଷ୍ଠିତ ତୃତୀୟ ଟେଷ୍ଟକୁ ଡ୍ର ରଖିବାରେ ସଫଳ ହୋଇଥିଲା ।

ଆହତ ପରେ ବି ଅଶ୍ବିନୀ ଓ ହନୁମା ବିହାରୀ ୪ ଘଣ୍ଟା ବ୍ୟାଟିଂ କରି ଭାରତକୁ ପରାଜୟରୁ ଉଦ୍ଧାର କରିଥିଲେ । କୋହଲି ମଧ୍ୟ ଦଳରେ ନଥିଲେ । ବ୍ରିସେବେନରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ଋଷବ ପନ୍ତ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ସିରିଜ ଜିତିବା ପରେ ଭାରତୀୟ ଦଳକୁ ବିଶ୍ବରୁ ପ୍ରଶଂସାର ସୁଅ ଛୁଟିଥିଲା । ରାହାଣେଙ୍କ ନେତୃତ୍ବରେ ଦଳ ବିଜୟୀ ହୋଇଥିଲେ ମଧ୍ୟ ରବି ଶାସ୍ତ୍ରୀ ଓ ସହକାରୀ କୋଚଙ୍କୁ ପ୍ରଶଂସା କରାଯାଇଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାହାଣେ ।

ଏହା ବି ପଢନ୍ତୁ..Women FIH Pro League: ଭାରତ-ନେଦରଲାଣ୍ଡ ମ୍ୟାଚ ସ୍ଥଗିତ

‘‘ଡ୍ରେସିଂ ରୁମରେ ଗ୍ରାଉଣ୍ଡରେ ସମସ୍ତ ରଣନୀତି ମୁଁ ନେଲି । ହେଲେ ନିଜେ କରିଥିବା କାମର ପ୍ରଶଂସା ଆଉ କିଏ ନେଲେ ବୋଲି କହିଛନ୍ତି ରାହାଣେ । ସେ କାହା ନାମ ନେଇ ନାହାନ୍ତି ହେଲେ ତାଙ୍କ ଏହି ବୟାନ ରବି ଶାସ୍ତ୍ରୀଙ୍କୁ ଇଙ୍ଗିତ କରାଯାଇଥିବା ବାରି ହୋଇପଡୁଛି । ସେ ଆହୁରି କହିଛନ୍ତି ମୁଁ ସେମିତିକା ବ୍ୟକ୍ତି ନୁହେଁ ଯିଏ ନିଜ ପ୍ରଶଂସା କରିବି । ଅଷ୍ଟ୍ରେଲିଆ ସିରିଜ ପାଇଁ ମୁଁ ଯାହା କରିଛି ତାହା ସମସ୍ତେ ଜାଣିଛନ୍ତି । କ୍ରିକେଟ ଉପରେ ଜ୍ଞାନ ରଖୁଥିବା ବ୍ୟକ୍ତି ମୋ ଅବଦାନକୁ ଭଲ ଭାବେ ଜାଣିଥିବେ’’ ବୋଲି କହିଛନ୍ତି ରାହାଣେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.