ETV Bharat / city

Women FIH Pro League: ଭାରତ-ନେଦରଲାଣ୍ଡ ମ୍ୟାଚ ସ୍ଥଗିତ

author img

By

Published : Feb 11, 2022, 9:28 AM IST

ଆସନ୍ତା ୧୯ ଓ ୨୦ର ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ମହିଳା ହକି ପ୍ରୋ ଲିଗର ପ୍ରଥମ ଦୁଇଟି ମ୍ୟାଚ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ହେବାର ଥିଲା । ଏହାକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ

Women FIH Pro League
Women FIH Pro League

ଭୁବନେଶ୍ବର: ଆସନ୍ତା ୧୯ ଓ ୨୦ର ତାରିଖରେ କଳିଙ୍ଗ ଷ୍ଟାଡିୟମରେ FIH ମହିଳା ହକି ପ୍ରୋ ଲିଗର ପ୍ରଥମ ଦୁଇଟି ମ୍ୟାଚ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ହେବାର ଥିଲା । ଏହାକୁ ସ୍ଥଗିତ ରଖାଯାଇଛି । କୋରୋନା ମହାମାରୀ ପାଇଁ ନେଦରଲାଣ୍ଡ ଦଳ ଭାରତ ଗସ୍ତରେ ଆସିବାକୁ ମନା କରିବାରୁ ମ୍ୟାଚକୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଯାଇଥିବା ଘୋଷଣା କରିଛି ହକି ଇଣ୍ଡିଆ ।

ନେଦରଲାଣ୍ଡର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛି ହକି ଇଣ୍ଡିଆ । ହକି ଇଣ୍ଡିଆର ସୂଚନା ଅନୁଯାୟୀ ରାୟଲ ଡଚ ହକି ସଂଘର ମେଡିକାଲ ଟିମର ପରାମର୍ଶକ୍ରମେ ନେଦରଲାଣ୍ଡ ଦଳ ଭାରତ ଗସ୍ତ ବାତିଲ କରିବାରୁ ନିଷ୍ପତ୍ତି ନେଇଛି । ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଗୋମ୍ବାମ କହିଛନ୍ତି ନେଦରଲାଣ୍ଡର ଏ ନିଷ୍ପତ୍ତିରେ ଆମେ ମର୍ମାହତ ।

ଆମ ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଜୈବ ବଳୟ ଭିତରେ ସଫଳତାର ସହ ମ୍ୟାଚ ଆୟୋଜନ କରିବାକୁ ଆମେ ଦୃଢବାଦୀ ଥିଲୁ ହେଲେ ସେମାନେ କୋରୋନା ପାଇଁ ଭାରତ ଆସିବାକୁ ମନା କରିଥିବା କହିଛନ୍ତି ହକି ଇଣ୍ଡିଆ ସଭାପତି ବର୍ତ୍ତମାନ ପାଇଁ ମ୍ୟାଚ ସ୍ଥଗିତ କରାଯାଇଛି । ଭାରତୀୟ ଦଳକୁ ପୂର୍ଣ୍ଣ ପଏଣ୍ଟ ମିଳିବ ନା ପଏଣ୍ଟ ଭାଗ ହେବ ମ୍ୟାଚ ସମ୍ପୂର୍ଣ୍ଣ ବାତିଲ ହେବ ନା ପୁନଃସୂଚୀ ପ୍ରକାଶ ପାଇବ ତାହା ଏଫଆଇଏଚ ନିଷ୍ପତ୍ତି ନେବ । ଭାରତୀୟ ଦଳ ମସ୍କଟରୁ ଫେରି ଭୁବନେଶ୍ବରରେ ପହଞ୍ଚି ଅଭ୍ୟାସ ଚଳାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.