ETV Bharat / sports

IND vs NZ ODI Series: ଆଘାତ କାରଣରୁ ଦଳରୁ ବାଦ ପଡ଼ିଲେ ଆୟର, ରଜତ ପଟିଦାର ସାମିଲ

author img

By

Published : Jan 18, 2023, 8:54 AM IST

Updated : Jan 18, 2023, 9:02 AM IST

ଦିନିକିଆ ଦଳରୁ ବାଦ ପଡ଼ିଲେ ଶ୍ରେୟସ ଆୟର, ରଜତ ପାଟିଦାର ସାମିଲ
ଦିନିକିଆ ଦଳରୁ ବାଦ ପଡ଼ିଲେ ଶ୍ରେୟସ ଆୟର, ରଜତ ପାଟିଦାର ସାମିଲ

ଅଣ୍ଟାରେ ଆଘାତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଦଳରୁ ବାଦ ପଡ଼ିଲେ ଶ୍ରେୟସ ଆୟର । ଏନେଇ ଟ୍ବିଟ ଯୋଗେ ସୂଚନା ଦେଲା ବିସିସିଆଇ । ଶ୍ରେୟସଙ୍କ ସ୍ଥାନରେ ରଜତ ପଟିଦାର ଦଳରେ ସାମିଲ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆଜି ଆରମ୍ଭ ହେବାକୁ ଯାଉଥିବା ଭାରତ ଓ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ଝଟ୍‌କା । ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କ ଅଣ୍ଟାରେ ଆଘାତ କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ତାଙ୍କୁ ବର୍ତ୍ତମାନ ଏନସିଏ (National Cricket Academy) ସ୍ଥାନାନ୍ତର କରାଯାଇଛି । ତେବେ ଆୟରଙ୍କ ସ୍ଥାନରେ ନବାଗତ ରଜତ ପଟିଦାରଙ୍କୁ ଦଳରେ ସାମିଲ କରାଯାଇଛି । ଏନେଇ ବିସିସିଆଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛି । ତେବେ ଆୟରଙ୍କ ବଦଳରେ ମଧ୍ୟ କ୍ରମରେ ଖେଳିବା ପାଇଁ ଈଶାନ କିସାନଙ୍କୁ ସୁଯୋଗ ମିଳିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି ।

ଆଜି (ବୁଧବାର) ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବ ଭାରତ । ଏହା ପୂର୍ବରୁ ବିସିସିଆଇ ସୂଚନା ଅନୁସାରେ ଆୟରଙ୍କ ଅଣ୍ଟାରେ ଆଘାତ କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏନସିଏ ସ୍ଥାନାନ୍ତର କରାଯାଇଛି ।

ପ୍ରକାଶ ଥାଉକି ନିକଟରେ ଶ୍ରୀଲଙ୍କା ବିପକ୍ଷରେ ହୋଇଥିବା ଦିନିକିଆ ଶୃଙ୍ଖଳାରେ ଆୟରଙ୍କର ପ୍ରଦର୍ଶନ ଏତେ ଖାସ ନଥିଲା । ୩ ମୁକାବିଲା ବିଶିଷ୍ଟ ଏହି ଶୃଙ୍ଖଳାରେ ତାଙ୍କର ସ୍କୋର ଯଥାକ୍ରମେ ୨୮, ୨୮ ଓ ୩୮ ରହିଥିଲା । ଅନ୍ୟପଟେ ଟପ ଅର୍ଡର ବ୍ୟାଟର ରଜତ ପଟିଦାର ବର୍ତ୍ତମାନ ଭଲ ଲୟରେ ନଜରକୁ ଆସିଛନ୍ତି । ୨୯ ବର୍ଷୀୟ ପାଟିଦାର ରଣଜୀରେ ମଧ୍ୟପ୍ରଦେଶ ପକ୍ଷରୁ ଖେଳୁଥିଲେ । ଏଥିରେ ସେ ନିଜ ଶେଷ ୮ ମ୍ୟାଚ ମଧ୍ୟରୁ ଗୋଟିଏ ଶତକ ସମେତ ୫ଟି ଅର୍ଦ୍ଧ ଶତକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 18, 2023, 9:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.