ETV Bharat / sports

ଶାସ୍ତ୍ରୀଙ୍କ ସଙ୍କେତ, ଦିନିକିଆ ଅଧିନାୟକ ପଦ ଛାଡିପାରନ୍ତି କୋହଲି

author img

By

Published : Nov 12, 2021, 10:46 PM IST

ଟି-୨୦ ପରେ ନିକଟ ଭବିଷ୍ୟତରେ ଦିନିକିଆ କ୍ରିକେଟର ଅଧିନାୟକତ୍ବ ପଦ ଛାଡିପାରନ୍ତି ବିରାଟ କୋହଲି । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି ସଙ୍କେତ ଦେଇଛନ୍ତି ପୂର୍ବତନ ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ । ଅଧିକ ପଢନ୍ତୁ...
Ravi Shastri hints Virat Kohli might quit ODI captaincy in near future to focus on Test cricket
ଶାସ୍ତ୍ରୀଙ୍କ ସଙ୍କେତ, ଦିନିକିଆ ଅଧିନାୟକ ପଦ ଛାଡିପାରନ୍ତି ବିରାଟ କୋହଲି

ନୂଆଦିଲ୍ଲୀ: ଟି-୨୦ ପରେ ବିରାଟ କୋହଲି ନିକଟ ଭବିଷ୍ୟତରେ ଦିନିକିଆ କ୍ରିକେଟର ଅଧିନାୟକତ୍ବ ପଦ ଛାଡିପାରନ୍ତି । ଏନେଇ ସଙ୍କେତ ଦେଇଛନ୍ତି ପୂର୍ବତନ ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ।

ଶାସ୍ତ୍ରୀ ଓ କୋହଲିଙ୍କ ଯୋଡି ସମୟରେ ଭାରତୀୟ ଟିମ ପରାଜୟ ତୁଳନାରେ ଅଧିକ ବିଜୟର ସ୍ବାଦ ଚାଖିଛି । ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରୁ ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବା ସହିତ ପ୍ରାୟ ୭ବର୍ଷର ଏହି ଯୋଡି ଶେଷ ହୋଇସାରିଛି ।

ରବି ଶାସ୍ତ୍ରୀ ବର୍ଷ ୨୦୧୪ରେ ଭାରତୀୟ କ୍ରିକେଟ ଟିମର ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ । ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ ଠାରୁ ୨୦୧୫ ବିଶ୍ବକପ ପର୍ଯ୍ୟନ୍ତ ପ୍ରାୟ ୮ ମାସ ସମୟ ଏହି ଦାୟିତ୍ବରେ ଥିଲେ ଶାସ୍ତ୍ରୀ । ବର୍ଷ ୨୦୧୬ରେ ଶାସ୍ତ୍ରୀଙ୍କୁ ହଟାଯାଇଥିଲା ମାତ୍ର ଜୁଲାଇ ୧୨, ୨୦୧୭ରେ ସେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଥିଲେ ଓ ପୁଣି କୋହଲିଙ୍କ ସହ ଭାଗିଦାରୀ ଜମିଥିଲା ।

ଶାସ୍ତ୍ରୀ କହିଛନ୍ତି, କ୍ରିକେଟର ଲମ୍ବା ଫର୍ମାଟରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ବିଶ୍ବରେ ଗତ ପାଞ୍ଚ ବର୍ଷ ଧରି ନମ୍ବର ୧ ଟିମ ଭାବେ ରହିଛି । ଅଧିନାୟକତ୍ବ ଚାପ ଯୋଗୁଁ ମାନସିକ କ୍ଳାନ୍ତ ଅନୁଭବ କରୁଥିବାରୁ ବିରାଟ ଦିନିକିଆ କ୍ରିକେଟର ଅଧିନାୟକତ୍ବ ଛାଡିପାରନ୍ତି । ଏହା ଶୀଘ୍ର ଘଟିନପାରେ, କିନ୍ତୁ ନିଜ ବ୍ୟାଟିଂରେ ଫୋକସ କରିବାକୁ ନିକଟ ଭବିଷ୍ୟତରେ ସେ ଏ ନିଷ୍ପତ୍ତି ନେଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.