ETV Bharat / sports

ଅବସର ନେଲା ଜର୍ସି ନମ୍ବର 7, ମାହିଙ୍କ ଜର୍ସି ପିନ୍ଧି ପାରିବେନି ଖେଳାଳି

author img

By ETV Bharat Odisha Team

Published : Dec 15, 2023, 1:29 PM IST

Jersey no 7 retired: ଅବସର ନେଲା ଜର୍ସି ନମ୍ବର 7 । ଅଫିସିଆଲି ଭାବେ ଧୋନିଙ୍କ ଜର୍ସି ନମ୍ବରକୁ ଅବସର ଦେଲା ବିସିସିଆଇ ।

ଅବସର ନେଲା ଜର୍ସି ନମ୍ବର
jersey no 7 retired

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ଆଉ କେହି ପିନ୍ଧି ପାରିବେନି 7 ନମ୍ବର ଜର୍ସି । ଟିମ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର 7 । ଅଫିସିଆଲି ଭାବେ ଧୋନିଙ୍କ ଜର୍ସି ନମ୍ବରକୁ ଅବସର ଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟରୁ ଧୋନିଙ୍କ ଅବସରର 3 ବର୍ଷ ପରେ ତାଙ୍କ ଜର୍ସି ନମ୍ବର ଆଜି ଅବସର ନେଇଛି । ବିସିସିଆଇ ଏନେଇ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଫଳରେ କୌଣସି ଖେଳାଳି ଆଗାମୀ ଦିନରେ ଏହି ଜର୍ସି ନମ୍ବର ପିନ୍ଧି ଖେଳିପାରିବେ ନାହିଁ ।

ଭାରତୀୟ ଟିମରେ ଡେବ୍ୟୁ କରିବାକୁ ଥିବା ଯୁବ ଖେଳାଳି ଆଗାମୀ ଦିନରେ 7 ନମ୍ବର ଜର୍ସିକୁ ଚୟନ ନକରିବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି । ଏହି ନମ୍ବର ଛାଡି ଅନ୍ୟ ଜର୍ସି ନମ୍ବରକୁ ବାଛି ପାରିବେ ଯୁବ ଖେଳାଳି । ଭାରତୀୟ କ୍ରିକେଟ ଜଗତରେ ତାଙ୍କର ମହାନ ଅବଦାନକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । ଏହାପୂର୍ବରୁ 2017ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜର୍ସି ନମ୍ବର ଅବସର ନେଇଥିଲା । ଆଗାମୀ ଦିନରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ତାଙ୍କୁ ଜର୍ସି ନମ୍ବରକୁ ଅବସର ଦିଆଯିବ ନା ନାହିଁ ସେନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-ଧୋନିଙ୍କ ଖୁଲାସା: କହିଲେ ନିରାଶ କରିଥିଲା ୨୦୧୯ ବିଶ୍ବକପ ସେମି ବିଫଳତା, ଅବସର ପାଇଁ ସେବେ ନେଇଥିଲି ନିଷ୍ପତ୍ତି

ଆମେ ଆପଣଙ୍କୁ କହି ରଖୁଛୁ ଯେ, କ୍ରିକେଟ୍ ବୋର୍ଡର ନିୟମ ଅନୁଯାୟୀ, ଆଇସିସି ଖେଳାଳିମାନଙ୍କୁ ଜର୍ସି ପାଇଁ 1 ରୁ 100 ମଧ୍ୟରେ କୌଣସି ସଂଖ୍ୟା ବାଛିବା ପାଇଁ ଅନୁମତି ଦେଇଥାଏ । କିନ୍ତୁ ଭାରତରେ ଏହି ସଂଖ୍ୟା 60 ପର୍ଯ୍ୟନ୍ତ ରହିଛି । ଯଦି ଜଣେ ଖେଳାଳି ପ୍ରାୟ ଏକ ବର୍ଷ ପାଇଁ ଦଳ ଠାରୁ ଦୂରରେ ରୁହେ ତେବେ ତାଙ୍କ ଜର୍ସି ନମ୍ବର କାହାରିକୁ ବି ଦିଆଯିବ ନାହିଁ ।

ଏହି କାରଣରୁ ଜର୍ସି ଅବସର ନେବା ପରମ୍ପରା ଆରମ୍ଭ ହୋଇଥିଲା

2017ରେ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଏକ ମ୍ୟାଚରେ 10 ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ । ଏହାପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଥିଲେ । Trying to become Sachin ଏପରି ଟ୍ରେଣ୍ଡ ହୋଇଥିଲା ସୋସିଆଲ ମିଡିଆରେ । ଏହା ପରେ ବିସିସିଆଇ ପ୍ରଥମ ଥର ପାଇଁ ତେନ୍ଦୁଲକରଙ୍କ 10 ନମ୍ବର ଜର୍ସିକୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲା ।

ଭାରତୀୟ କ୍ରିକେଟ ପ୍ରତି ମହେନ୍ଦ୍ର ସିଂ ଧୋନିଙ୍କ ଅବଦାନ ଅତୁଳନୀୟ । ତାଙ୍କ ନେତୃତ୍ବରେ ଭାରତୀୟ ଟିମ 2007 ଟି-20 ବିଶ୍ବକପ, 2011 ଦିନିକିଆ ବିଶ୍ବକପ, ଆଇସିସି ଚମ୍ପିଆନ ଟ୍ରଫି 2013 ଜିତିଛି । ଭାରତୀୟ କ୍ରିକେଟର ସବୁଠାରୁ ସଫଳ ତମ ଅଧିନାୟକ ଭାବେ ଗଣାଯାଉଥିବା ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ 2020ରେ ଅବସର ନେଇଥିଲେ। କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଥିଲେ ମାହି । ଯାହା ଫଳରେ 15 ବର୍ଷର ଧୋନିଙ୍କ କ୍ରିକେଟ କ୍ୟାରିଅର ଶେଷ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲ ଖେଳୁଛନ୍ତି ଧୋନି । ଆଗାମୀ ସଂସ୍କରଣରେ ମଧ୍ୟ ଧୋନି ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.