ETV Bharat / sports

T20 WC: ଫାଇନାଲ ଫାଇଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ କନୱେ ଝଟକା

author img

By

Published : Nov 12, 2021, 3:54 PM IST

Kiwi batter Devon Conway ruled out of T20 WC final, India tour
T20 WC: ଫାଇନାଲ ଫାଇଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ କନୱେ ଝଟ୍‌କା

ଟି-୨୦ ବିଶ୍ବକପର ଫାଇନାଲ ମ୍ୟାଚ୍‌ ପୂର୍ବରୁ ବାଦ୍‌ ପଡିଲେ ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନୱେ । ଅଧିକ ପଢନ୍ତୁ...

ଦୁବାଇ: ଟି-୨୦ ବିଶ୍ବକପର ଫାଇନାଲ ଫାଇଟ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମକୁ ବଡ ଝଟ୍‌କା । ଟିମର ପ୍ରମୁଖ ବ୍ୟାଟର ଡେଭନ କନୱେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ ଫାଇନାଲ ଓ ପରେ ଭାରତ ଗସ୍ତରୁ ବାଦ୍‌ ପଡିଛନ୍ତି । କନୱେଙ୍କ ଡାହାଣ ହାତ ଭାଙ୍ଗିଯାଇଥିବା ଜଣାପଡିଛି ।

Kiwi batter Devon Conway ruled out of T20 WC final, India tour
ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନୱେ

ଆବୁଧାବିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ଆଉଟ୍‌ ହେବାପରେ ନିଜ ବ୍ୟାଟ୍‌କୁ ନିଜ ହାତରେ ଆଘାତ କରିଥିଲେ କନୱେ । ପରେ ଗୁରୁବାର X-ray ରିପୋର୍ଟରେ ହାତ ଭାଙ୍ଗିଯାଇଥିବା ଜଣାପଡିଛି ।

କୋଚ ଗ୍ୟାରୀ ଷ୍ଟିଡ୍‌ କହିଛନ୍ତି, "ବିଶ୍ବକପ ଫାଇନାଲ ମ୍ୟାଚ୍‌ରୁ ବାଦ୍‌ ପଡିବା ଖବରରେ କନୱେ ଅତ୍ୟନ୍ତ ମର୍ମାହତ ଅଛନ୍ତି ।"

କନୱେଙ୍କ ସୁସ୍ଥ ହେବାକୁ ସମୟ ଲାଗିବ । ଫଳରେ ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲା ଓ ପରେ ଭାରତ ବିପକ୍ଷ ଟି-୨୦ ସିରିଜରେ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କିୱି କୋଚ୍‌ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଟି-୨୦ ବିଶ୍ବକପ ଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.