ETV Bharat / sports

India vs Ireland T20 Series: ବୁମରାଙ୍କ ଜବରଦସ୍ତ କମବ୍ୟାକ, ପ୍ରଥମ ଓଭରରେ ନେଲେ 2ଟି ଓ୍ବିକେଟ

author img

By

Published : Aug 19, 2023, 12:27 PM IST

Jasprit Bumrah
Jasprit Bumrah

ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବୁମରାଙ୍କ ଜବରଦସ୍ତ କମବ୍ୟାକ, ପ୍ରଥମ ଓଭରରେ 2ଟି ଓ୍ବିକେଟ ନେଇ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆୟର୍ଲାଣ୍ଡ ବିପକ୍ଷ ତିନି ଦିନିଆ ଟି ଟ୍ବେଣ୍ଟି ସିରିଜରେ ଦ୍ରୁତତମ ବୋଲର ଜଶପ୍ରୀତ ବୁମରାଙ୍କ ଜବରଦସ୍ତ କମବ୍ୟାକ । 11 ମାସର ବିରତି ପରେ ପୁଣି ବଲରେ ନିଜ ଯାଦୁ ଦେଖାଇଛନ୍ତି ବୁମରା । ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି 20 ସିରିଜରେ 4 ଓଭର ବୋଲି କରି 24 ରନ ଦେଇ 2 ଓ୍ବିକେଟ ହାତେଇଛନ୍ତି । ଘାତକ ବୋଲିଂ ଯୋଗୁଁ ପ୍ରଥମ ଦିନିକିଆ ମ୍ୟାଚରେ ଜଶପ୍ରୀତ ବୁମରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଗକୁ ଆହୁରି 2ଟି ମ୍ୟାଚ ବାକି ରହିଛି । ବୁମରାଙ୍କ ନେତୃତ୍ବରେ ଆଗାମୀ ଦୁଇଟି ମ୍ୟାଚ ଭାରତ ବିଜୟୀ ହୋଇ ସିରିଜ କବଜା କରିବାର ଲକ୍ଷ୍ୟ ରହିଛି ।

ପିଠିରେ ଯନ୍ତ୍ରଣା ଯୋଗୁଁ ଟି-20 ବିଶ୍ବକପରୁ ବାଦ ପଡିଥିଲେ ବୁମରା । ଏହାପରେ ଫିଟ୍‌ ହେବା ଲାଗି ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ଟ୍ରେନିଂ ଜାରି ରଖିଥିଲେ । ସୁସ୍ଥ ହେବା ପରେ ଆୟର୍ଲାଣ୍ଡ ସିରିଜରେ ସେ ଅଧିନାୟକ ଭାର ତୁଲାଉଛନ୍ତି । ଆଗକୁ ବୁମରା ଦିନିକିଆ ବିଶ୍ବକପ ଖେଳିବାର ଆଶା ମଧ୍ୟ ଉଜ୍ଜୀବିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-India vs Ireland T20 Series: ବାଧକ ସାଜିଲା ବର୍ଷା, ଡକଓ୍ବର୍ଥ ଲୁଇସ ନିୟମରେ 2 ରନରେ ଭାରତର ବିଜୟ

ଶୁକ୍ରବାର ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯାଇଥିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ବୁମରା । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଘରୋଇ ଦଳ । ପ୍ରଥମ ଓଭରରେ ହିଁ ବୁମରା ଘାତକ ବୋଲିଂ କରିଥିଲେ । ପ୍ରଥମ ଓଭରର ଦ୍ବିତୀୟ ବଲରେ ଆଣ୍ଡ୍ରିଉ ବଲବିର୍ଣ୍ଣି ଓ ପଞ୍ଚମ ବଲରେ ଲୋରାନ ଟିକରଙ୍କୁ ଆଉଟ କରିଥିଲେ । ଯାହା ଆୟର୍ଲାଣ୍ଡ ପାଇଁ ଶକ୍ତ ଝଟକା ଥିଲା । ଏହାପରେ ଜଣଙ୍କ ପରେ ଜଣେ ବ୍ୟାଟରଙ୍କୁ ଭାରତୀୟ ବୋଲର ଆଉଟ କରି ପାଭିଲିୟନଙ୍କୁ ଫେରାଇ ଦେଇଥିଲେ ।

20 ଓଭରରେ ଦଳ 7 ଓ୍ବିକେଟ ହରାଇ 139 ରନ କରିବାରେ ସକ୍ଷମ ହୋଇଥିଲା । ଏହାପରେ 140 ରନର ବିଜୟ ଲକ୍ଷ୍ୟ ନେଇ ବୁମରାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । 7 ଓଭର ଶେଷ ସୁଦ୍ଧା ଦଳ 2 ଓ୍ବିକେଟ ହରାଇ 47 ରନ କରିଥିଲା । ବର୍ଷା ହେବାରୁ ଆଉ ଖେଳ ସମ୍ଭବପର ହୋଇପାରିନଥିଲା । ଡକଓ୍ବର୍ଥ ଲୁଇସ ନିୟମ ଅନୁଯାୟୀ 6.5 ଓଭରରେ ଭାରତ ପାଇଁ 45 ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଏହି ସମୟ ସୁଦ୍ଧା ଭାରତ 2ଓ୍ବିକେଟ ହରାଇ 47 ରନ କରିଥିବାରୁ 2 ରନରେ ବିଜୟୀ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.