ETV Bharat / sports

IPL 2022 final: ଷ୍ଟାଡିୟମରେ ଖେଳ ଦେଖିପାରନ୍ତି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର

author img

By

Published : May 29, 2022, 5:33 PM IST

Sports Minister Anurag Thakur likely to attend IPL 2022 final
IPL 2022 final: ଷ୍ଟାଡିୟମରେ ରହିପାରନ୍ତି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର

ମହାମୁକାବିଲାରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ IPL ଫାଇନାଲ ମ୍ୟାଚ୍‌ ଖେଳାଯିବ । ଅଧିକ ପଢନ୍ତୁ

ଅହମ୍ମଦାବାଦ(ଗୁଜରାଟ): ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) ଫାଇନାଲ ମୁକାବିଲା ରବିବାର ସନ୍ଧ୍ୟାରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଏହି ମହାମୁକାବିଲାରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର(Sports Minister Anurag Thakur) ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି । କ୍ରୀଡାମନ୍ତ୍ରୀଙ୍କ ବ୍ୟତୀତ ଫାଇନାଲ ମୁକାବିଲାରେ କିଛି ବଲିଉଡ ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ ।

ରବିବାର IPL 2022 ଫାଇନାଲ ମ୍ୟାଚ୍‌ ପୂର୍ବରୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ୫୦ ମିନିଟ୍‌ ଧରି ଉଦ୍‌ଯାପନୀ ସମାରୋହ (Closing Ceremony) ଅନୁଷ୍ଠିତ ହେବ । ଗୁଜରାଟ ଟାଇଟନ୍ସ ପ୍ରଥମ IPL ଟାଇଟେଲ ପାଇଁ ରାଜସ୍ଥାନ ରୟାଲ୍ସ ସହ ଲଢେଇ କରିବ ।

ଅନ୍ୟପଟେ ରାଜସ୍ଥାନ ଦ୍ବିତୀୟ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ପ୍ରାୟ ୧.୨୦ରୁ ଊର୍ଦ୍ଧ୍ବ ଦର୍ଶକ IPL Final ମ୍ୟାଚ୍‌ ଦେଖିବାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଆସିବେ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.