ETV Bharat / sports

IND vs SA ODI Series: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଡେବ୍ୟୁ କଲେ ଋତୁରାଜ

author img

By

Published : Oct 6, 2022, 3:55 PM IST

Updated : Oct 6, 2022, 4:18 PM IST

ଭାରତ ଓ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ଅଧିକ ପଢନ୍ତୁ

IND vs SA ODI Series:ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି
IND vs SA ODI Series:ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ହାଇଦ୍ରାବାଦ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା । ବର୍ଷା ଯୋଗୁଁ ବିଳମ୍ବରେ ମ୍ୟାଚ ବଳମ୍ବରେ ଆରମ୍ଭ ହେବାରୁ ୫୦ ଓଭର ପରିବର୍ତ୍ତେ ୪୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯିବ ।

ପ୍ରତ୍ୟେକ ବୋଲର ଅଧିକରୁ ଅଧିର ୮ ଓଭର ବୋଲିଂ କରିପାରିବେ, ପ୍ରଥମେ ପାଓ୍ବାର ପ୍ଲେରେ ପ୍ରଥମ ୮ ଓଭର ଖେଳାଯିବ । ସେହିପରି ଦ୍ବିତୀୟ ପାଓ୍ବାର ପ୍ଲେରେ ୨୪ ଓଭର ଓ ତୃତୀୟ ପାଓ୍ବାର ପ୍ଲେରେ ୮ ଓଭର ଖେଳାଯିବ । ବର୍ଷା ଯୋଗୁଁ ୩ଟା ୩୦ରେ ଟସ୍ ଆରମ୍ଭ ହୋଇଥିବା ବେଳେ ୩ଟା ୪୫ ମିନିଟରେ ଆରମ୍ଭ ହୋଇଯାଇଛି ମ୍ୟାଚ । ତେବେ ଆଜିର ମ୍ୟାଚରେ ଭାରତ ପାଇଁ ଡେବ୍ୟୁ କରିଛନ୍ତି ଋତୁରାଜ ଗାଏକ୍ୱାଡ । ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଏହି ମ୍ୟାଚ ।

ଚୂଡାନ୍ତ ଏକାଦଶ ଭାରତ

ଶେଖର ଧଓ୍ବାନ(ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକ୍ବାଡ, ଇସାନ କିଶାନ, ଶ୍ରେୟାସ ଆୟାର, ସଞ୍ଜୁ ସାମସନ, ଶାର୍ଦ୍ଦୁଳ ଠାକୁର, କୁଲଦିପ ଯାଦବ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅଭେଶ ଖାନ ।

ଚୂଡାନ୍ତ ଏକାଦଶ ଦକ୍ଷିଣ ଆଫ୍ରିକା

ତେମ୍ବା ବାଭୁମା ( ଅଧିନାୟକ ) , ଜାନେମାନ ମାଲାନ, କ୍ବିଣ୍ଟନ ଡି କକ୍ (ଓ୍ବିକେଟ କିପର), ଏଡେନ ମାକ୍ରମ , ହେଇନ୍ରିଚ କ୍ଲାସେନ, ଡେଭିଡ ମିଲର, ୱାନି ପାର୍ଲେ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ନିଗିଡି, ଟବ୍ରିଇଜ ଶାମସି ।

Last Updated :Oct 6, 2022, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.