ETV Bharat / sports

IND vs NZ T20 Series: ପ୍ରଥମ ଟି-୨୦ ମ୍ୟାଚ ପାଇଁ ରାଞ୍ଚିରେ ଟିମ ଇଣ୍ଡିଆ, ଡ୍ରେସିଂ ରୁମରେ ନଜର ଆସିଲେ ଧୋନୀ

author img

By

Published : Jan 26, 2023, 9:29 PM IST

ପ୍ରଥମ ଟି୨୦ ମ୍ୟାଚ ଜାନୁଆରୀ ୨୭ ତାରିଖରେ ରାଞ୍ଚିର JSCA ଷ୍ଟାଡିୟମରେ ଖେଳାଯିବ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟିମ ଇଣ୍ଡିଆ ଡ୍ରେସିଂ ରୁମରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଟିମ ଇଣ୍ଡିଆ ଡ୍ରେସିଂ ରୁମରେ ଧୋନୀ
ଟିମ ଇଣ୍ଡିଆ ଡ୍ରେସିଂ ରୁମରେ ଧୋନୀ

ରାଞ୍ଚି : ଆସନ୍ତାକାଲିଠାରୁ (ଶୁକ୍ରବାର) ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏନେଇ ଟିମ ଇଣ୍ଡିଆ ରାଞ୍ଚିରେ ପହଁଞ୍ଚିଛି । ପ୍ରଥମ ଟି୨୦ ମ୍ୟାଚ ଜାନୁଆରୀ ୨୭ ତାରିଖରେ ରାଞ୍ଚିର JSCA ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ଅବସରରେ କ୍ୟାପଟେନ କୁଲ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟିମ ଇଣ୍ଡିଆ ଡ୍ରେସିଂ ରୁମରେ ଦେଖିବାକୁ ମିଳିଛି । ଯେବେ ଭାରତୀୟ କ୍ରିକେଟ ଟିମ ରାଞ୍ଚି ଗସ୍ତ କରିଥାଏ, ସେବେ ଭାରତର ଏହି ପୂର୍ବତନ ଅଧିନାୟକ ତାଙ୍କ ପୁରୁଣା ସାଥୀ ଖେଳାଳିଙ୍କୁ ସାକ୍ଷାତ କରିବା ପାଇଁ ରାଞ୍ଚିର ଝାଡଖଣ୍ଡ କ୍ରିକେଟ ଆସୋସିଏସନ ଷ୍ଟାଡିୟମର ଡ୍ରେସିଂ ରୁମରେ ପହଁଞ୍ଚିଥାନ୍ତି । ତେବେ ସବୁଥର ପରି ଏଥର ମଧ୍ୟ କ୍ୟାପଟେନ କୁଲଙ୍କୁ ରାଞ୍ଚିର ଟିମ ଇଣ୍ଡିଆ ଶିବିରରେ ଦେଖିବାକୁ ମିଳିଛି ।

ଆସନ୍ତାକାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚ ଖେଳିବ ଭାରତ । ତେବେ ପ୍ରଥମ ମୁକାବିଲା ପୂର୍ବରୁ ଏହି ପୂର୍ବତନ ଅଧିନାୟକ ଡ୍ରେସିଂ ରୁମରେ ଭାରତୀୟ କ୍ରିକେଟରଙ୍କୁ ଭେଟିଛନ୍ତି । BCCI ଟ୍ବିଟରର ହ୍ୟାଣ୍ଡେଲରେ ଏହି ଭିଡିଓକୁ ସେୟାର କରିଛି । ଯେଉଁଥିରେ ଧୋନୀ ଯୁବ ବ୍ୟାଟର ଇଶାନ କିଶାନ ସହିତ ଅନ୍ୟ ଖେଳାଳିଙ୍କ ସହିତ କଥା ହେବାର ନଜର ଆସିଛନ୍ତି । ଏହି ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶାନ, ଶୁବମନ ଗିଲ, ୟୁଜିବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ ଏବଂ ୱାସିଙ୍ଗଟନ ସୁନ୍ଦର ଧୋନୀଙ୍କଠାରୁ ଟିପ୍ସ ନେଉଥିବାର ନଜର ଆସିଛନ୍ତି ।

ଏହି ଟି୨୦ ସିରିଜର କମାଣ ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି । ସେହିପରି ସୂର୍ଯ୍ୟକୁମାର ଯାଦବକୁ ଏହି ସିରିଜରେ ଉପଅଧିନାୟକ ଦାୟିତ୍ବ ମିଳିଛି । ଭାରତ ପାଣ୍ଡ୍ୟାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ପ୍ରଥମ ଟି୨୦ ମ୍ୟାଚ ଜାନୁଆରୀ ୨୭ ତାରିଖରେ ରାଞ୍ଚିର JSCA ଷ୍ଟାଡିୟମରେ ଖେଳାଯିବ । JSCA ମଇଦାନରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଟି୨୦ ମ୍ୟାଚରେ ଭାରତ ପରାଜୟର ମୁହଁ ଦେଖିନାହିଁ । ମେନ୍ ଇନ୍ ବ୍ଲୁ ଘରୋଇ ମାଟିରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍ ସ୍ବିପ କରିଛି । ଏବେ ଟି୨୦ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ କ୍ଲିନ ସ୍ବିପ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ସେପଟେ ଦ୍ବିତୀୟ ଟି୨୦ ମ୍ୟାଚ ଜାନୁଆରୀ ୨୯ ତାରିଖରେ ଲକ୍ଷ୍ନୌରେ ଖେଳାଯିବ । ତୃତୀୟ ଟି୨୦ ମ୍ୟାଚ ଫେବୃଆରୀ 1 ତାରିଖରେ ଅହମ୍ମଦାବାଦରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.