ETV Bharat / sports

Ind vs Aus T20: ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

author img

By

Published : Sep 20, 2022, 6:57 PM IST

Updated : Sep 20, 2022, 8:31 PM IST

Ind vs Aus T20 : ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ
Ind vs Aus T20 : ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳୁଛି ଭାରତ । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ହାଇଦ୍ରାବାଦ : ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳୁଛି ଭାରତ । ଟସ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଆଜିର ମ୍ୟାଚ ବାବଦରେ ରୋହିତ ଶର୍ମା ( India Captain Rohit Sharma ) କହିଛନ୍ତି, "ଶିଖିବା ପାଇଁ ସବୁ ଖେଳ ବଡ ମ୍ୟାଚ ଅଟେ । ଆମେ ମ୍ୟାଚ ଜିତିବା ପାଇଁ ୬-୭ ମାସ ହେବ ଶିଖିବା ଜାରି ରଖିଛୁ । ଏସିଆ କପରେ କଣ ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି । ପୁରୁଣା ଭୁଲକୁ ସୁଧାରିବା ପାଇଁ ଏହି ମ୍ୟାଚ ଏକ ଭଲ ସୁଯୋଗ । ଦଳରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ଫାଷ୍ଟ ବୋଲର ବୁମରା ଏବଂ ଯୁବ ବ୍ୟାଟର ଋଷଭ ପନ୍ତ ଆଜିର ମ୍ୟାଚରେ ଖେଳୁ ନାହାଁନ୍ତି । ତାଙ୍କ ବଦଳରେ ଚୂଡାନ୍ତ ଏକାଦଶରେ ଇଲେଭେନରେ ସ୍ଥାନ ପାଇଛନ୍ତି ଅକ୍ଷର ପଟେଲ ଓ ୟୁଜିବେନ୍ଦ୍ର ଚହଲ ।" ଆଜିର ଟି-୨୦ ମ୍ୟାଚ ମୋହଲି ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଛି ।

ପ୍ଲେଇଂ ଇଲେଭେନ ଭାରତ

ରୋହିତ ଶର୍ମା ( ଅଧିନାୟକ ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ( ୱିକେଟ କିପର ) , ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଉମେଶ ଯାଦବ, ୟୁଜିବେନ୍ଦ୍ର ଚହଲ ।

ପ୍ଲେଇଂ ଇଲେଭେନ ଅଷ୍ଟ୍ରେଲିଆ

ଆରୋନ ଫିଞ୍ଚ ( ଅଧିନାୟକ ), କ୍ୟାମିରନ ଗ୍ରୀନ, ଷ୍ଟିଭେନ ସ୍ମିଥ, ଗ୍ଲେନ ମାକ୍ସୱେଲ, ଜୋଶ ଇଙ୍ଗଲ୍ସ, ଟିମ ଡେଭିଡ, ମାଥ୍ୟୁ ୱାଡି ( ୱିକେଟ କିପର ), ପେଟ କମିନ୍ସ, ନାଥନ ଏଲିସ, ଆଦାମ ଜାମ୍ପା, ଜୋଶ ହେଜେଲଉଡ୍ ।

Last Updated :Sep 20, 2022, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.