ETV Bharat / sports

Ind vs Aus 2nd T20: ମାଥ୍ୟୁ ୱାଡେଙ୍କ ଦମଦାର ବ୍ୟାଟିଂ, ଭାରତ ଆଗରେ ୯୧ ରନର ଟାର୍ଗେଟ

author img

By

Published : Sep 23, 2022, 10:23 PM IST

Updated : Sep 23, 2022, 10:34 PM IST

ଅଷ୍ଟ୍ରେଲିଆ ସହିତ ଦ୍ବିତୀୟ ଟି-୨୦ ମ୍ୟାଚ ଆଜି ଖେଳୁଛି ଭାରତ । ଭାରତ ୯୧ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୫ ୱିକେଟ ହରାଇ ୯୦ ରନ କରିଛି । ବର୍ଷା କାରଣରୁ ମ୍ୟାଚ ୨୦ ଓଭର ପରିବର୍ତ୍ତେ ୮ ଓଭରରେ ଖେଳାଯାଉଛି ।

Ind vs Aus 2nd T20 : ମାଥ୍ୟୁ ୱାଡେଙ୍କ ଦମଦାର ବ୍ୟାଟିଂ, ଭାରତ ଆଗରେ ୯୧ ରନର ଟାର୍ଗେଟ
Ind vs Aus 2nd T20 : ମାଥ୍ୟୁ ୱାଡେଙ୍କ ଦମଦାର ବ୍ୟାଟିଂ, ଭାରତ ଆଗରେ ୯୧ ରନର ଟାର୍ଗେଟ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ସହିତ ଦ୍ବିତୀୟ ଟି-୨୦ ମ୍ୟାଚ ଆଜି ଖେଳୁଛି ଭାରତ । ଭାରତ ୯୧ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୫ ୱିକେଟ ହରାଇ ୯୦ ରନ କରିଛି । ବର୍ଷା କାରଣରୁ ମ୍ୟାଚ ୨୦ ଓଭର ପରିବର୍ତ୍ତେ ୮ ଓଭରରେ ଖେଳାଯାଉଛି ।

ଭାରତ ଟସ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବର୍ଷା କାରଣରୁ ମ୍ୟାଚ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ତେବେ ୨୦ ଓଭରରେ ଖେଳାଯିବା ମ୍ୟାଚକୁ ୮ ଓଭରରେ ଖେଳାଯାଇଥିଲା । ତେବେ ରୋହିତ ବାହିନୀ ୮ ଓଭରକୁ ଦୃଷ୍ଟିରେ ରଖି ବୋଲିଂ ରଣକୌଶଳ ଆରମ୍ଭ କରିଥିଲା । ଦ୍ବିତୀୟ ଓଭରେ କଙ୍ଗାରୁ ଦଳର ଓପନିଂ ଯୋଡି ଭାଙ୍ଗିବାରେ ସଫଳ ହୋଇଥିଲା ଭାରତ । ସେପଟେ ୮ ଓଭରକୁ ଟାର୍ଗେଟରେ ରଖି ଅଧିନାୟକ ଆରୋନ ଫିଞ୍ଚ ଦମଦାର ସଟ ଖେଳିଥିଲେ । ସେ ୧୫ ବଲରୁ ୪ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୧ ରନ କରି ବୁମରାଙ୍କ ବଲରେ ଆଉଟ ହୋଇଛନ୍ତି । ସେହିପରି ମାଥ୍ୟୁ ୱାଡେଙ୍କ ୨୦ ବଲରୁ ଚାରୋଟି ଚୌକା ଏବଂ ତିନୋଟି ଛକା ସହିତ ବିସ୍ଫୋରକ ଇନିଂସ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ସେପଟେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଆଗରେ ପୁଣି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ହର୍ଷଲ ପଟେଲ । ସେ ୨ ଓଭର ବୋଲିଂ କରି ୩୨ ରନ ବ୍ୟୟ କରିଛନ୍ତି । ସେହିପରି ଅକ୍ଷର ପଟେଲ ୨ ଓଭର ବୋଲିଂ କରି ୧୩ ରନ ବ୍ୟୟରେ ୨ ଟି ୱିକେଟ ନେଇଛନ୍ତି । ଜଶପ୍ରିତ ବୁମରା ୨ ଓଭର ବୋଲିଂ କରି ୨୩ ରନର ବ୍ୟୟରେ ଗୋଟିଏ ୱିକେଟ ନେଇଛନ୍ତି ।

Last Updated :Sep 23, 2022, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.