ETV Bharat / sports

T-20 WC: IND VS PAK ମ୍ୟାଚ ପରେ ଟ୍ବିଟରରେ ମୁହାଁମୁହିଁ ଆମିର-ହରଭଜନ

author img

By

Published : Oct 27, 2021, 4:26 PM IST

ଟି-୨୦ ବିଶ୍ବକପରେ ପାକିସ୍ତାନ ଠାରୁ ଭାରତ ଶୋଚନୀୟ ଭାବରେ ପରାଜୟ ହୋଇଛି । ଏହି ମ୍ୟାଚକୁ ନେଇ ବର୍ତ୍ତମାନ କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ଓ ପାକିସ୍ତାନର ଫାଷ୍ଟ ବୋଲର ମହମ୍ମଦ ଆମିରଙ୍କ ମଧ୍ୟରେ ଟ୍ବିଟର ଝଡ଼ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

T-20 WC: IND VS PAK ମ୍ୟାଚ ପରେ ଆମିର-ହରଭଜନଙ୍କ ମଧ୍ୟରେ ଟ୍ବିଟର ୱାର୍‌
T-20 WC: IND VS PAK ମ୍ୟାଚ ପରେ ଆମିର-ହରଭଜନଙ୍କ ମଧ୍ୟରେ ଟ୍ବିଟର ୱାର୍‌

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ପାକିସ୍ତାନ ଠାରୁ ଭାରତ ଶୋଚନୀୟ ଭାବରେ ପରାଜୟ ହୋଇଛି । ମ୍ୟାଚକୁ ନେଇ ବର୍ତ୍ତମାନ କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ଓ ପାକିସ୍ତାନ ଫାଷ୍ଟ ବୋଲର ମହମ୍ମଦ ଆମିରଙ୍କ ମଧ୍ୟରେ ଟ୍ବିଟର ଝଡ଼ ଆରମ୍ଭ ହୋଇଛି । ଗତ ରବିବାର ଭାରତ ଟି-୨୦ ବିଶ୍ବକପରେ ତାର ପ୍ରଥମ ମ୍ୟାଚ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଖେଳିଥିଲା । ଏହି ମ୍ୟାଚରେ ଭାରତ ୧୦ ୱିକେଟରେ ପାକିସ୍ତାନ ଠାରୁ ପରାଜିତ ହୋଇଥିଲା । ଏହାକୁ ନେଇ ପାକିସ୍ତାନୀ ଫାଷ୍ଟ ବୋଲର ମହମ୍ମଦ ଆମିର ଟ୍ବିଟରରେ ହରଭଜନ ସିଂହଙ୍କୁ ଟ୍ରୋଲ କରିଥିଲେ ।

ଟ୍ରୋଲର ଜବାବ ଦେଇ ହରଭଜନ ସିଂହ ମଧ୍ୟ କିଛି ଟ୍ବିଟ୍‌ କରିଥିଲେ । ଯାହା ଫଳରେ ଦୁହିଁଙ୍କ ମଧ୍ୟରେ ଟ୍ବିଟର ଝଡ଼ ଆରମ୍ଭ ହୋଇଛି । ଭାରତ ମ୍ୟାଚରେ ପରାଜିତ ହେବାପରେ ପ୍ରଥମେ ଟ୍ବିଟ୍‌ କରି ମହମ୍ମଦ ଆମିର ଲେଖିଥିଲେ ଯେ, "ମୁଁ ସଭିଁଙ୍କୁ ଏହା ପଚାରିବାକୁ ଚାହୁଁଥିଲି ଯେ ହରଭଜନ ସିଂହ ଆଜି ଘରେ ଟିଭି ଭାଙ୍ଗିଛନ୍ତି କି ନାହିଁ । କାରଣ ଏହା ଏକ କ୍ରିକେଟ ଗେମ୍‌ ।"

  • hello everyone woh pochna yeah tha @harbhajan_singh paa ji ne TV to ni tora apna koi ni hota hai end of the day its a game of cricket 😊.

    — Mohammad Amir (@iamamirofficial) October 25, 2021 " class="align-text-top noRightClick twitterSection" data=" ">

ଏହାର ଜବାବ ଦେଇ ହରଭଜନ ସିଂହ ଏସିଆ କପ୍‌ର ଏକ ଭିଡିଓ ସେୟାର କରି ଆମିରଙ୍କୁ ଜବାବ ଦେଇଥିଲେ ଯେ, "ଏହି ଛକା ତୁମ ଘରେ ଲ୍ୟାଣ୍ଡ କରିଥିଲା ନା ନାହିଁ । କାରଣ ଏହା ବି କ୍ରିକେଟ ଗେମ୍‌ ।" ଭିଡିଓ ଟି ଏସିଆ କପ ମ୍ୟାଚର ଥିଲା, ଯେଉଁଥିରେ ହରଭଜନ ଆମିଲଙ୍କ ବଲରେ ଛକା ମାରି ଭାରତକୁ ମ୍ୟାଚ ବିଜୟୀ କରାଇଥିଲେ ।

ଏହାପରେ ପୁନଃ ଆମିର ଏକ ଭିଡିଓ ଲିଙ୍କ ସେୟାର କରି ହରଭଜନଙ୍କୁ ଟାର୍ଗେଟ କରିଥିଲେ । ଯେଉଁଥିରେ ଏକ ଟେଷ୍ଟ ମ୍ୟାଚରେ ହରଭଜନଙ୍କ ବଲ୍‌ରେ ଶାହିଦ ଆଫ୍ରିଦି ଛକା ମାରୁଥିବା ଦେଖିବାକୁ ମିଳିଛି । ଏନେଇ ଆମିର ଟ୍ବିଟ୍‌ କରିଥିଲେ ଯେ, "ମୁଁ ଆପଣଙ୍କ ବୋଲିଂ ଦେଖୁଥିଲି । ଯେଉଁଥିରେ ଏକ ଟେଷ୍ଟ ମ୍ୟାଚରେ ଲାଲା(ଶାହିଦ ଆଫ୍ରିଦି) ଆପଣଙ୍କ ୪ଟି ବଲ୍‌ରେ ୪ଟି ଛକା ମାରିଥିଲେ । କ୍ରିକେଟରେ ଏମିତି ହୁଏ, କିନ୍ତୁ ଟେଷ୍ଟ ମ୍ୟାଚରେ ଏହା ଟିକିଏ ଅଧିକ ହୋଇଗଲା ଭଳି ଲାଗୁଛି ।"

  • https://t.co/tZGLtwBKCa me busy tha @harbhajan_singh apki bowling dekh raha tha test jab LaLA ne apko 4 bowls pe 4 sixes mare thay but cricket hai lag sakte but test cricket me 😅😅😅😅thora ziada ho gia tha

    — Mohammad Amir (@iamamirofficial) October 26, 2021 " class="align-text-top noRightClick twitterSection" data=" ">

ପରେ ହରଭଜନ ସିଂହ ଆମିରଙ୍କୁ ଲର୍ଡସରେ ହୋଇଥିବା ମ୍ୟାଚ ଫିକ୍ସିଂ କଥା କହିଥିଲେ । ଯେଉଁଥିପାଇଁ ଆମିରଙ୍କୁ ୫ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ ହେବାକୁ ପଡ଼ିଥିଲା । ସେ ଟ୍ବିଟ୍‌ କରିଥିଲେ ଯେ, "ଲର୍ଡସରେ ନୋ ବଲ କେମିତି ହେଇଯାଇଥିଲା । କେତେ ନେଇଥିଲ ଆଉ କିଏ ଦେଇଥିଲା ? ଟେଷ୍ଟ କ୍ରିକେଟର ବି ନୋ ପକାଇଥିଲ ? ଲାଜ ଲାଗିବା କଥା ତୁମକୁ ଆଉ ତୁମ ସମର୍ଥକଙ୍କୁ । ଯେଉଁମାନେ କ୍ରିକେଟ ଭଳି ଖେଳରେ ଏଭଳି କାଣ୍ଡ କରିଥିଲ ।"

  • Lords mai no ball kaise ho gya tha ?? Kitna liya kisne diya ? Test cricket hai no ball kaise ho sakta hai ? Shame on u and ur other supporters for disgracing this beautiful game https://t.co/nbv6SWMvQl

    — Harbhajan Turbanator (@harbhajan_singh) October 26, 2021 " class="align-text-top noRightClick twitterSection" data=" ">

ଏଭଳି ଅନେକ ଟ୍ବିଟ୍‌ ଦୁହିଁଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଭାରତ ପାକିସ୍ତାନ ଠାରୁ ମ୍ୟାଚ ହାରିବା ଠାରୁ ଆରମ୍ଭ ହୋଇ ଦୁହେଁ ଦୁହିଁଙ୍କ ପୁରୁଣା ରେକର୍ଡ ସେୟାର କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଲଢ଼େଇ କେଉଁଠାରେ ଶେଷ ହେଉଛି ତାହା ଦେଖିବା ବାକି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.