ETV Bharat / sports

ଋଷଭ ପନ୍ତ ମ୍ୟାଚ ବିଜେତା: ଗାଙ୍ଗୁଲି

author img

By

Published : Apr 3, 2021, 8:50 PM IST

Rishabh Pant is an absolute match-winner: Ganguly
ଋଷଭ ପନ୍ତ ମ୍ୟାଚ ବିଜେତା: ଗାଙ୍ଗୁଲି

ନବନିଯୁକ୍ତ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତଙ୍କ ପ୍ରଂଶସାରେ ଶତମୁଖ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପୁଣି ଥରେ ନବନିଯୁକ୍ତ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତଙ୍କ ପ୍ରଂଶସାରେ ଶତମୁଖ ହୋଇଛନ୍ତି । ''ପନ୍ତ ଜଣେ ମ୍ୟାଚ ବିଜେତା'' କହିଛନ୍ତି ଗାଙ୍ଗୁଲି ।

ଏଥିସହ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବା ପସନ୍ଦ କହିଛନ୍ତି ବୋଲି ମଧ୍ୟ କହିଛନ୍ତି ।

ଏକାଧିକ ଚମତ୍କାର ଖେଳାଳି ରହିଛନ୍ତି ଓ ବୋର୍ଡର ସଭାପତି ଭାବେ ଜଣଙ୍କୁ ପସନ୍ଦର ଖେଳାଳି କହିବା ଅନୁଚିତ । ସମସ୍ତେ ମୋର ପସନ୍ଦର ଖେଳାଳି କିନ୍ତୁ କୋହଲି ଓ ରୋହିତଙ୍କ ବ୍ୟାଟିଂ ଦେଖିବାକୁ ଅଧିକ ପସନ୍ଦ ଲାଗେ । ଅନଲାଇନ ଟ୍ୟୁଟୋରିଆଲ ଆପ, କ୍ଲାସପ୍ଲସ ଦ୍ବାରା ଆୟୋଜିତ ବାର୍ତ୍ତାଳାପ ସେସନରେ ଏହା କହିଛନ୍ତି ଗାଙ୍ଗୁଲି ।

କୋହଲି କହିଛନ୍ତି, "ଋଷଭ ପନ୍ତ ଜଣେ ମ୍ୟାଚ ବିଜେତା, ଜଶପ୍ରୀତ ବୁମରା, ମହମ୍ମଦ ସାମି ଓ ଶାର୍ଦ୍ଦୁଳ ଠାକୁର ସମସ୍ତେ ଚମତ୍କାର ଖେଳାଳି । ଭାରତରେ ପ୍ରତିଭାବାନ କ୍ରିକେଟରଙ୍କ ଅଭାନ ହୋଇନି, ଯେତେବେଳେ, ସୁନୀଲ ଗାଭାସ୍କରଙ୍କୁ ନେଇ ଲୋକେ ଚର୍ଚ୍ଚା କରୁଥିଲେ ତାଙ୍କ ପରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଓ ଅନିଲ କୁମ୍ବଲେ ଆସିଥିଲେ । ଯେତେବେଳେ ତେନ୍ଦୁଲକର ଓ ଦ୍ରାବିଡ ଛାଡିଲେ, ବିରାଟ କୋହଲି, ରୋହିତ ଶର୍ମା ଓ ଋଷଭ ପନ୍ତଙ୍କ ଭଳି ଖେଳାଳି ରହିଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.