ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ପଏଣ୍ଟିଂଙ୍କ ପୂର୍ବାନୁମାନ, ଜିତିବ ଅଷ୍ଟ୍ରେଲିଆ

author img

By

Published : Jan 13, 2020, 1:14 PM IST

India vs Australia ODI series
ଭାରତ ବନାମ ଅଷ୍ଟ୍ରେଲିଆ

ଜାନୁୟାରୀ 14ରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ । ତେବେ ସିରିଜ ବିଜେତା ନେଇ ପୂର୍ବାନୁମାନ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଏଣ୍ଟିଂ । ଅଧିକ ପଢନ୍ତୁ...

ମୁମ୍ବାଇ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ ବିଜେତାର ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଏଣ୍ଟିଂ । ମଙ୍ଗଳବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।

ଏହି ସିରିଜ ନେଇ ପଏଣ୍ଟିଂ ପୂର୍ବାନୁମାନ କରିଛନ୍ତି । ଭାରତୀୟ ଦଳ ବିଜୟଧାରା ବଜାୟ ରଖିବା ପାଇଁ ଚେଷ୍ଟା କରିବ । ତେବେ ଅଷ୍ଟ୍ରେଲିଆ 3 ମ୍ୟାଚ ଦିନିକିଆ ସିରିଜରେ 2-1ରେ ବାଜିମାତ କରିବ ବୋଲି ଟ୍ବିଟରେ ଲେଖିଛନ୍ତି ପଏଣ୍ଟିଂ । 2019 ଦିନିକିଆ ବିଶ୍ବକପ ପରେ ଅଷ୍ଟ୍ରେଲିଆ ଟିମ ଫର୍ମରେ ରହିଛି । ବିଶେଷ କରି ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କ୍ଳିନ ସୁଇନ କରିଛି ଦଳ । ଅଷ୍ଟ୍ରେଲିଆ ଗତବର୍ଷ ଭାରତ ଗସ୍ତରେ ଆସି 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 3-2ରେ ଜିତିନେଇଥିଲା ।

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.