ETV Bharat / sports

ବିଜୟମୁହାଁ ବିରାଟ ବାହିନୀ, ଇଂଲଣ୍ଡ ଠାରୁ 249 ରନ ଆଗରେ

author img

By

Published : Feb 14, 2021, 6:34 PM IST

India in commanding position, lead England by 249 runs
ବିଜୟମୁହାଁ ବିରାଟ ବାହିନୀ, ଇଂଲଣ୍ଡ ଠାରୁ 249 ରନ ଆଗରେ

ଷ୍ଟାର ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନ ରବିବାର ଟେଷ୍ଟ କ୍ରିକେଟରେ 29ତମ 5 ୱିକେଟ ହାସଲ କରିବା ପରେ ଭାରତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଚେନ୍ନାଇ: ଷ୍ଟାର ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନ ରବିବାର ଟେଷ୍ଟ କ୍ରିକେଟରେ 29ତମ 5 ୱିକେଟ ହାସଲ କରିବା ପରେ ଭାରତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ପହଞ୍ଚିଛି ।

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳର ଦ୍ବିତୀୟ ଇଂନିସ ସ୍କୋର 54/1 ରହିଛି । ଏଥିସହ ଲିଡ୍‌କୁ 249ରେ ପହଞ୍ଚାଇଛି ଭାରତ । ପ୍ରଥମ ଇଂନିସରେ 161 ରନର ମାରାଥନ ଇଂନିସ ଖେଳିଥିବା ରୋହିତ ଶର୍ମା ଦ୍ବିତୀୟ ଇଂନିସରେ 25 ଓ ଚେତେଶ୍ବର ପୂଜାରା 7 ରନରେ ଅପରାଜିତ ଅଛନ୍ତି । ଶୁଭମନ ଗିଲ୍‌

14 ରନରେ ଏକମାତ୍ର ଖେଳାଳି ଭାବେ 14 ରନରେ ଆଉଟ ହୋଇଛନ୍ତି । ପୂର୍ବରୁ ଇଂଲଣ୍ଡ134 ରନରେ ଅଲଆଉଟ ହେବାପରେ ଘରୋଇ ଦଳକୁ 195 ରନର ଅଗ୍ରଣୀ ମିଳିଥିଲା । ସ୍ପିନ ଅନୂକୂଳ ପିଚ୍‌ରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନ ଓ ଡେବ୍ୟୁମ୍ୟାଚ ଖେଳୁଥିବା ଅକ୍ଷର ପଟେଲ 60 ଓଭର ମଧ୍ୟରେ ଭ୍ରମଣକାରୀ ଦଳକୁ ଅଲଆଉଟ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ 329 ଓ 54/1 ଷ୍ଟମ୍ପ୍‌ସ(ରୋହିତ ଶର୍ମା 25 ବ୍ୟାଟିଂ, ଶୁଭମନ ଗିଲ୍‌ 14; ଜାକ ଲିଚ୍‌ 1/19 ) ବନାମ ଇଂଲଣ୍ଡ 134 ଅଲଆଉଟ(ବେନ ଫୋକ୍ସ 42 ଅପରାଜିତ, ଓଲି ପୋପ 22; ରବିଚନ୍ଦ୍ରନ ଅଶ୍ବିନ 5/43) 249ରନରେ ଅଗ୍ରଣୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.