ETV Bharat / sports

T20 World Cup: ବାଂଲାଦେଶ ବିପକ୍ଷରେ ନୂଆ ରଣନୀତି ସହ ଓହ୍ଲାଇବ ଟିମ୍ ଇଣ୍ଡିଆ !

author img

By

Published : Nov 1, 2022, 5:01 PM IST

T20 World Cup : ବାଂଲାଦେଶ ବିପକ୍ଷରେ ନୂଆ ରଣନୀତି ସହ ଓହ୍ଲାଇବ ଟିମ୍ ଇଣ୍ଡିଆ !
T20 World Cup : ବାଂଲାଦେଶ ବିପକ୍ଷରେ ନୂଆ ରଣନୀତି ସହ ଓହ୍ଲାଇବ ଟିମ୍ ଇଣ୍ଡିଆ !

ବୁଧବାର ଆଡିଲେଡରେ ବାଂଲାଦେଶକୁ ଭେଟିବ ଭାରତ । ଟିମ୍ ଇଣ୍ଡିଆ ପାଇଁ ବାଂଲାଦେଶ ବିପକ୍ଷ ମ୍ୟାଚ ବହୁତ ଗୁରୁତ୍ବ ବହନ କରୁଛି । କାରଣ ସେମିରେ ପ୍ରବେଶ କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ବାଂଲାଦେଶକୁ ହରାଇ ୨ ପଏଣ୍ଟ ହାସଲ କରିବାକୁ ହେବ । ଅଧିକ ପଢନ୍ତୁ

ଆଡିଲେଡ୍: ବାଂଲାଦେଶ ବିପକ୍ଷରେ ରଣନୀତି ବଦଳାଇ ପାରେ ମେନ ଇନ୍ ବ୍ଲୁ । କାରଣ ସେମିରେ ପ୍ରବେଶ କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ବାଂଲାଦେଶକୁ ହରାଇ ୨ ପଏଣ୍ଟ ହାସଲ କରିବାକୁ ହେବ । ଭାରତକୁ ୫ ୱିକେଟରେ ହରାଇ ଟିମ୍ ଇଣ୍ଡିଆର ବିଜୟ ଧାରାରେ ବ୍ରେକ୍ ଲଗାଇବାରେ ସଫଳ ରହିଥିଲା ଦକ୍ଷିଣ ଆଫ୍ରିକା । ଯାହା ଫଳରେ ଦକ୍ଷିଣ ଆଫ୍ରିକା ଦଳ ଗ୍ରୁପ-୨ର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲା । ତେବେ ଦ୍ବିତୀୟ ସ୍ଥାନରେ ରହିଥିବା ଭାରତକୁ ଏବେ ସେମିରେ ଟିକଟ୍ ହାସଲ କରିବା ପାଇଁ ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତିବାକୁ ହେବ ।

ଆସନ୍ତାକାଲି (ବୁଧବାର ) ଆଡିଲେଡରେ ବାଂଲାଦେଶକୁ ଭେଟିବ ଭାରତ । ଟିମ୍ ଇଣ୍ଡିଆ ପାଇଁ ବାଂଲାଦେଶ ବିପକ୍ଷ ମ୍ୟାଚ ବହୁତ ଗୁରୁତ୍ବ ବହନ କରୁଛି । କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଫଳ ରହିବା ପରେ ରୋହିତ ବାହିନୀ ଆସନ୍ତାକାଲି ନୂଆ ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇପାରେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିଲା । ଅକ୍ଷର ପଟେଲଙ୍କ ବଦଳରେ ଚୂଡାନ୍ତ ଏକାଦଶରେ ଦୀପକ ହୁଡାଙ୍କୁ ସାମିଲ କରାଯାଇଥିଲା । ହେଲେ ଦୀପକ ହୁଡା ନିରାଶ କରିଥିଲେ । ତେଣୁ ପୁଣି ଅକ୍ଷର ପଟେଲ ପ୍ଲେଇଂ ଇଲେଭେନକୁ ଫେରି ପାରନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏପର୍ଯ୍ୟନ୍ତ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିବା ୟୁଜିବେନ୍ଦ୍ର ଚହଲଙ୍କୁ ବାଂଲାଦେଶ ବିପକ୍ଷରେ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି । ସେପଟେ ବାରମ୍ବାର ନିରାଶ କରୁଥିବା ଲୋକେଶ ରାହୁଲଙ୍କ ବଦଳରେ ଋଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା କ୍ରିକେଟ ମହଲରେ ଚର୍ଚ୍ଚା କରାଯାଇଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆହତ ହୋଇଥିବା ଦିନେଶ କାର୍ତ୍ତିକ କାଲିର ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ । ଯଦି କାର୍ତ୍ତିକ ନ ଖେଳନ୍ତି ତାହେଲେ ୱିକେଟ କିପର ବ୍ୟାଟର ହିସାବରେ ଋଷଭ ପନ୍ତ ସ୍ଥାନ ପାଇ ପାରନ୍ତି ।

ସେପଟେ ବାଂଲାଦେଶ ମଧ୍ୟ ସେମିଫାଇାନାଲ ରେସରେ ରହିଛି । ସେ ମଧ୍ୟ ଏହି ମ୍ୟାଚ ଜିତିବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିବ । ଏହା ସହିତ ବାଂଲଦେଶ ମଧ୍ୟ ଗ୍ରୁପ ୨ ପଏଣ୍ଟ ଟେବୁଲରେ ଦମଦାର ଫର୍ମରେ ରହିଛି । ସାକିବ୍ ଅଲ୍ ହାସନ୍ ଦଳ ତିନୋଟି ମ୍ୟାଚରୁ ଦୁଇଟି ଜିତି ଥବା ବେଳେ ୪ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି । ତେଣୁ ଭାରତ ପାଇଁ ବାଂଲାଦେଶ ବିପକ୍ଷ ମ୍ୟାଚ କର ବା ମର ସଦୃଶ ରହିବ । ଯଦି ବାଂଲାଦେଶ ବିପକ୍ଷରେ ଭାରତ ପରାସ୍ତ ହେଉଛି ତାହେଲେ ଭାରତ ବ୍ୟାକ୍ ଫୁଟକୁ ଚାଲିଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.