ETV Bharat / sports

ଅବଶିଷ୍ଟ ଆଇପିଏଲ 2021ରୁ ଓହରିଲେ ବଟଲର୍‌

author img

By

Published : Jun 21, 2021, 10:33 PM IST

Buttler rules himself out of remainder of IPL 2021
ଅବଶିଷ୍ଟ ଆଇପିଏଲ 2021ରୁ ଓହରିଲେ ବଟଲର୍‌

ଇଂଲଣ୍ଡ ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲର ଅବଶିଷ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) 2021ରୁ ଓହରିଯାଇଛନ୍ତି । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲର ଅବଶିଷ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) 2021ରୁ ଓହରିଯାଇଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ୟୁଏଇରେ ଆଇପିଏଲ 2021ର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ସ୍ଥିର ହୋଇଛି । ସାଧାରଣତଃ ଆଇପିଏଲ ଖେଳାଯିବା ସମୟରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ନଥାଏ । ମାତ୍ର ଚଳିତ ଥର ଇଂଲଣ୍ଡର ମ୍ୟାଚ୍‌ ରହିଥିବାରୁ ଏପରି ନିଷ୍ପତ୍ତି ନେଇଛି । ଏକ ପ୍ରମୁଖ ଗଣମାଧ୍ୟମକୁ ଏହା କହିଛନ୍ତି ବଟଲର ।

30 ବର୍ଷୀୟ ଇଂଲିସ ବ୍ୟାଟ୍ସମ୍ୟାନ ଆଇପିଏଲ ଖେଳିବା ନିଷ୍ପତ୍ତି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ର କ୍ରିକେଟ ନିର୍ଦ୍ଦେଶକ ଆସଲେ ଗିଲ୍‌ସଙ୍କ ଉପରେ ଛାଡିଛନ୍ତି । ଆଇପିଏଲ ଓ ଇଂଲଣ୍ଡର ଅନ୍ତର୍ଜାତୀୟ ମ୍ୟାଚ୍‌ ନେଇ ନିଷ୍ପତ୍ତି ନେବେ ଗିଲସ୍‌ ।

ବଟଲର ଭାରତ ବିପକ୍ଷରେ ଚେନ୍ନାଇ ଟେଷ୍ଟ ଖେଳିଥିଲେ ଯେଉଁଥିରେ ଇଂଲଣ୍ଡ ବିଜୟୀ ହୋଇଥିଲା। ମାତ୍ର ଇସିବିର ଖେଳାଳି ବଦଳ ନିୟମ ଯୋଗୁଁ ସେ ଇଂଲଣ୍ଡ ଫେରିବାକୁ ବାଧ୍ୟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.